ଅଲୌକିକ ନା ଅନ୍ଧବିଶ୍ଵାସ ? ପୂଜା ଘରୁ ଯାଇ ଆମ୍ବଗଛରେ ବସିଥିବା ଆଣ୍ଠୁଆ ଗୋପାଳ ଭାଇରାଲ ହେବା ପଛର ସତ୍ୟତା କଣ ଦେଖନ୍ତୁ

ଛଳଚ୍ଛଳ ଆଖିରେ ବୃଦ୍ଧାଜଣକ କହୁଛନ୍ତି କି ଶହେ ଜନ୍ମ ନେଲେବି କାହ୍ନାର ଏ ରୂପ ଦର୍ଶନ କରିପାରି ନଥାନ୍ତି । ଭାବ ଗଦଗଦ ହୋଇ ପ୍ରଭୁ କାହ୍ନା ଆଣ୍ଠୁଆ ଗୋପାଳ ମୋ ନାତି ବୋଲି କହୁଛନ୍ତି ବୃଦ୍ଧା । ପୂଜା ଘରୁ ଯାଇ ଆମ୍ବଗଛରେ ବସିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ଆଉ ହାତରେ ଧରିଛନ୍ତି ଆମ୍ଭଟିଏ । ଇଏ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ବସଷ୍ଟାଣ୍ଡ ପାଖ ଲଲିତ ଅଗ୍ରୱାଲଙ୍କ ଘର । ଲଲିତଙ୍କର ପୁଅଟିଏ ନାହିଁ, କେବଳ ଦୁଇ ଝିଅ । ତେଣୁ ପ୍ରଭୁ ଆଣ୍ଠୁଆ ଗୋପାଳଙ୍କୁ ନିଜ ପୁଅ ବୋଲି ମାନି ପୂଜାଘରେ ରଖି ପୂଜା କରନ୍ତି ତାଙ୍କର ପୁରା ପରିବାର ।

ଗତକାଲି ସବୁଦିନ ଭଳି ନିତ୍ୟକର୍ମ ସାରି ପ୍ରାର୍ଥନା କରି ବ୍ୟବସାୟକୁ ବାହାରିଥିଲେ ଲଲିତ । ତାଙ୍କ ସ୍ତ୍ରୀ ପିଲାଙ୍କୁ କୋଚିଂ ଦେଇ ସ୍ଵାମୀଙ୍କୁ ଜଳଖିଆ ପାଇଁ ଡ଼ାକିଥିଲେ । ସେତେବେଳେ ଲଲିତ ଦେଖିଥିଲେ ଘର ସାରା ତୁଳସୀ ପତ୍ରସବୁ ପଡିଛି । ମନ ହେବାରୁ ଠାକୁର ଘରଆଡେ ନଜର ପଡେ ତ ଦେଖନ୍ତି ଭଗବାନ ଶ୍ରୀକୃଷ୍ଣ ଆସନରେ ନାହାନ୍ତି । ଏକଥା ସେ ସ୍ତ୍ରୀଙ୍କୁ ଜଣାଇବା ସହ ଘରସାରା ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇ ନଥିଲେ ।

ବାରିପଛ ପଟେ ମଧ୍ୟ ସେମାନେ ଯାଇ ଶ୍ରୀକୃଷ୍ଣଙ୍କୁ ଖୋଜିଥିଲେ । ଲଳିତଙ୍କ ଝିଅର ଆଖି ପଡିଥିଲା ଆମ୍ବଗଛ ଉପରେ । ତାହାପରେ ଲଳିତଅଙ୍କ ପରିବାର ଯାହା ଦେଖିବାକୁ ପାଇଥିଲେ ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେମାନେ ଖୋଜୁଥିବା ଟଣକ ଆଣ୍ଠୁଆ ଗୋପାଳ ଆମ୍ବଗଛ ଉପରେ ବସିଛନ୍ତି ଓ ତାଙ୍କ ହାତରେ ଆମ୍ବଟିଏ ମଧ୍ୟ ଅଛି । ଏ ଦୃଶ୍ୟ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଦେଖୁ ଦେଖୁ ସେଠାରେ ସାଇପଡିଶାଙ୍କ ଭିଡ ଜମି ଯାଇଥିଲା । ପୂଜା ଘରୁ ଭଗବାନ ସେଠାକୁ ଆସିଲେ କେମିତି ଏକଥା କେହି ବି ବୁଝିପାରୁ ନଥିଲେ । ଲଳିତଙ୍କ ପରିବାର କୁହନ୍ତି କି ପୂର୍ବରୁ ମଧ୍ୟ ଅନେକ ସମୟରେ ଆଣ୍ଠୁଆ ଗୋପାଳଙ୍କୁ ଘରର ବିଭିନ୍ନ ସ୍ଥାନରେ ସେମାନେ ପାଇଛନ୍ତି । ତେଣୁ ଏହି ଘଟଣାକୁ ମଧ୍ୟ ସେମାନେ ତାଙ୍କର ଲୀଳା ବୋଲି ବିଶ୍ବାସ କରନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଏତେ ଉଚ୍ଚ ଆମ୍ବଗଛ ଉପରକୁ କେମିତି ଗଲା ହେତୁବାଦୀଙ୍କ ପାଇଁ ହୁଏତ ଏହା ଏକ ଅନ୍ଧବିଶ୍ଵାସ ହୋଇପାରେ ।

କିନ୍ତୁ ଲଳିତ ଓ ତାଙ୍କ ଗ୍ରାମବାସୀଙ୍କ ପାଇଁ ଏହା ଏକ ଅଲୌକିକ ଲୀଳା । ଭାରତବର୍ଷରେ ବିଶ୍ବାସ ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ମଣିଷ ବଞ୍ଚେ । ମଣିଷ ସବୁବେଳେ ନିଜକୁ ବିଭିନ୍ନ ରୂପରେ ଈଶ୍ବରଙ୍କ ସହ ଯୋଡି ରଖିବାକୁ ଭଲପାଏ । ଯାହାର ଏହା ଏକ ନିଚ୍ଛକ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।