ଆମିଷ ଖାଇବା ଶୁଭ ନା ଅଶୁଭ ? ମାଂସ ଖାଇବା ଉପରେ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଏହି କଥା

ଆଜିର ଆଧୁନିକ ଯୁଗରେ ଶହେ ଭାଗରୁ ନବେ ଭାଗ ଲୋକେ ଆମିଷ ପ୍ରିୟ ଅଟନ୍ତି । କେହି କେହି ଆମିଷ ବିନା ଭୋଜନ ହିଁ ଗ୍ରହଣ କରନ୍ତି ନାହିଁ । ତେବେ ଆମିଷ ଭୋଜନକୁ ନେଇ ଆମ ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି । କେବଳ ଦଶ ପ୍ରତିଶତ ଲୋକ ନିରାମିଷହାରୀ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ଆମିହ ଭୋଜନ କରିବା ଶୁଭ ନା ଅଶୁଭ ସେନେଇ ଜଣାଇବୁ । ଚାଲନ୍ତୁ ଆରମ୍ଭ କରିବା ।

ଆମକୁ ଭୁଲ ବୁଝିବା ଆଗରୁ ବା କୌଣସି ବିବାଦୀୟ ମନ୍ତବ୍ୟ ଦେବା ଆଗରୁ ଆମେ ଆପଣଙ୍କୁ ଏକ ଉଦାହରଣ ଦେବାକୁ ଯାଉଛୁ । ଆପଣ ଗୋଟିଏ କୋଠରୀରେ କିଛି ଘାସ ରଖି ସେଥିରେ କିଛି ଗାଈଙ୍କୁ ଛାଡି ଦିଅନ୍ତୁ ଓ ଅନ୍ୟ ଏକ କୋଠରୀରେ କିଛି ମାଂସ ରଖି ସେଥିରେ କିଛି କୁକୁରଙ୍କୁ ଛାଡି କବାଟ ବନ୍ଦ କରି ଦିଅନ୍ତୁ । କିଛି ସମୟ ପରେ ଦୁଇଟି ଯାକ କବାଟ ଖୋଲିଲେ ଦେଖିବେ ଘାସ ପଡିଥିବା ଘରେ ଗାଈମାନେ ଆରାମରେ ମିଶି ଘାସ ଖାଉଛନ୍ତି ।

କିନ୍ତୁ ମାସ ପଡିଥିବା ଘରେ କୁକୁରମାନେ ପରସ୍ପର ସହ ଝଗଡା କରୁଛନ୍ତି । ଏମିତି ଦେଖିଥିବେ କି ଯେତେବି ଆମିଷ ଖାଉଥିବା ପ୍ରାଣୀ ଅଛନ୍ତି ସମସ୍ତେ ହିଂସ୍ର କିନ୍ତୁ ନିରାମିଷ ଖାଉଥିବା ପ୍ରାଣୀ ସବୁ ଶାନ୍ତ ହୋଇଥାନ୍ତି ଏବଂ କ୍ଷତି କରି ନଥାନ୍ତି । ଆମିଷ ଖାଉଥିବା ମଣିଷ ମଧ୍ୟ ଠିକ ସେହିପରି ହିଂସ୍ର ହୋଇଯାନ୍ତି ।

କାହିଁକି ନା ସେମାନଙ୍କ ବିବେକ ଠିକ ଭାବେ କାମ କରିବା ବନ୍ଦ ଦିଏ । ଆମିଷ ଖାଉଥିବା ଲୋକେ ଠିକ ସମୟରେ ଠିକ ନିଷ୍ପତି ନେଇ ପାରନ୍ତି ନାହିଁ । ଆମିଷ ଖାଉଥିବା ପଶୁଙ୍କ ଠାରେ ଯେପରି ହିଂସ୍ରତା ରହିଥାଏ ସେହିପରି ଆମିଷ ଖାଉଥିବା ମଣିଷଙ୍କ ଠାରେ ମଧ୍ୟ ହିଂସ୍ରତାର ମାତ୍ରା ଅଧିକ ବଢିଯାଏ । ଆମିଷ ଖାଇବା ପରେ ମଣିଷ ଅନେକ ସମୟରେ ପଶୁ ଭଳି ଆଚରଣ କରିବାକୁ ଲାଗିଥାଏ । ଶାକାହାରୀ ଲୋକମାନେ କ୍ରୋଧୀ ହୋଇପାରନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ହିଂସ୍ରତାର ପରିମାଣ ଅନେକ କମ୍ ମାତ୍ରାରେ ଥାଏ ।

ସେହିପରି ଆମିଷ ଖାଉଥିବା ପଶୁ ଚାଟି ଚାଟି ପାଣି ପିଉଥିବା ବେଳେ ଶାକାହାରୀ ପଶୁମାନେ ମୁହଁ ବୁଡେଇ ପାଣି ପିଅନ୍ତି । ବୈଜ୍ଞାନିକ ମାନେ ମଧ୍ୟ କୁହନ୍ତି ମଣିଷ ଶରୀର ଏକ ଶାକାହାରୀ ଶରୀର ଅଟେ । ତେଣୁ ଆପଣ ଚିନ୍ତା କରନ୍ତୁ ଆମିଷ ଖାଇବା କଣ ସତରେ ଆମର ପ୍ରୟୋଜନ କି ନୁହେଁ ?

ଅନ୍ୟପଟେ ଆମିଷ ଖାଇବା ଦ୍ଵାରା ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଆମେ ନିରୀହ ପଶୁଙ୍କୁ ହତ୍ୟା କରି ଭୋଜନ କରୁଛୁ । ଜୀବଙ୍କୁ ହତ୍ୟା କରି ତାଙ୍କର ମାଂସକୁ ଭକ୍ଷଣ କରିବା କଣ ଠିକ ? ଆମିଷରୁ ଯେଉଁ ଭିଟାମିନ ଆମକୁ ମିଳୁଛି ତାହା କଣ ଆମେ ଅନ୍ୟ ଖଦୟରୁ ପାଇପାରିବା ନାହିଁ ? ଆପଣ ନିଜେ ଏହା ବିଚାର କରି ଦେଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।