ଆମ ଦେଶକୁ ‘ଭାରତ, ଇଣ୍ଡିଆ ଓ ହିନ୍ଦୁସ୍ତାନ’ ନାମରେ କାହିଁକି କୁହାଯାଇଥାଏ ? ଜାଣନ୍ତୁ ଏହା ପଛର କାରଣ

ଆମ ସମସ୍ତଙ୍କୁ ଆମ ଦେଶ ପ୍ରତି ବହୁତ ପ୍ରେମ ଅଛି । ଏହି ଦେଶରେ ଏମିତି କେତେକ ଜିନିଷ ଅଛି ଯାହା ଏହି ଦେଶକୁ ଖାସ କରିଥାଏ । ଭାରତର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ସଂସ୍କୃତି ଓ ଭିନ ଭିନ୍ନ ଧର୍ମ ଓ ଜାତିର ଲୋକ ଦେଖିବାକୁ ମିଳିଥାନ୍ତି । ଏହା ସତ୍ତ୍ୱେ ବି ଏଠିକାର ଲୋକମାନେ ମିଳିମିଶି ଓ ଶାନ୍ତିର ସହ ରହିବାକୁ ପସନ୍ଦ କରନ୍ତି । ଭାରତ ସଂସ୍କୃତିର ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ହୋଇଥାଏ ।

କେତେକ ବିଦେଶୀ ଭାରତକୁ ଆସି ହିନ୍ଦୁ ଧର୍ମକୁ ଆପଣାଇ ବି ନିଅନ୍ତି । ତାଙ୍କୁ ଭାରତର ପରମ୍ପରା ବହୁତ ଭଲ ଲାଗେ । ବିଦେଶରେ ଲୋକମାନେ ଆମ ଦେଶକୁ ଇଣ୍ଡିଆ ନାମରେ ଜାଣନ୍ତି । କିନ୍ତୁ ଆମ ଦେଶର ଲୋକମାନେ ନିଜ ଦେଶକୁ ଭାରତ କିମ୍ବା ହିନ୍ଦୁସ୍ତାନ ବୋଲି କହିଥାନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଆମ ଦେଶକୁ ଏହିଭଳି ତିନୋଟି ନାମରେ କାହିଁକି ଉଲ୍ଲେଖ କରାଯାଏ ? ଚାଲନ୍ତୁ ଏହା ପଛରେ ଥିବା କାହାଣୀ ବିଷୟରେ ଆପଣଙ୍କୁ କହିଦେଉଛୁ ।

ଦେଶର ନାମ ଭାରତ କେମିତି ପଡିଲା ?

ଆମର ସମ୍ବିଧାନରେ ଆଧିକାରିକ ରୂପରେ ଦେଶର ନାମ ‘ଭାରତ’ ରଖାଯାଇଛି । ଏହି ନାମ ଭଗବାନ ରାମଙ୍କର ପୂର୍ବଜ ସମ୍ରାଟ ଭରତ ଚକ୍ରବର୍ତ୍ତୀ ନାମର ଆଧାରରେ ରଖାଯାଇଛି । କହିବାକୁ ଗଲେ ଭରତଙ୍କର ସାମ୍ରାଜ୍ୟର ସୀମା କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଥିଲା । ସେଥିପାଇଁ ତାଙ୍କ ନାମରେ ହିଁ ଆମ ଦେଶର ନାମ ଭାରତ ରଖାଯାଇଛି ।

ହିନ୍ଦୁସ୍ତାନ ନାମ ପଛର କାହାଣୀ ଏହା ଅଟେ

କେତେକ ଲୋକମାନେ ଆମ ଦେଶକୁ ହିନ୍ଦୁସ୍ତାନ ନାମରେ ବି କହିବାକୁ ପସନ୍ଦ କରନ୍ତି । ଏହି ନାମର ସମ୍ବନ୍ଧ ହିମାଳୟର ପଶ୍ଚିମରେ ଥିବା ସିନ୍ଧୁ ନଦୀରୁ ଆସିଛି । ସିନ୍ଧୁ ନଦୀ ପାଖରେ ଥିବା ଏକ ବଡ ଭୂଭାଗକୁ ସିନ୍ଧୁ ଘାଟି କୁହାଯାଏ । ଏହି ଘାଟିର ସଭ୍ୟତା ବହୁତ ପୁରୁଣା ଓ ପପୁଲାର ଅଟେ । ଏଠାକୁ ମୂଳରୁ ତୁର୍କୀସ୍ତାନର ଲୁଟେରା ଓ ଇରାନୀ ଲୋକମାନେ ଆସୁଥିଲେ ।

ଏହା ପରେ ସେମାନେ ହିଁ ଏଠାରେ ରହୁଥିବା ଲୋକମାନଙ୍କୁ ସିନ୍ଧୁ ଆଧାରରେ ହିନ୍ଦୁ ନାମ ଦେଇଥିଲ । ସେହି ସମୟରେ ଲୁଟେରାମାନେ ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କହୁଥିଲେ । ଏମିତିରେ ବର୍ତ୍ତମାନ ଆମ ଦେଶରେ ଏହି ଶବ୍ଦକୁ ବହୁତ ବ୍ୟବହାର କରାଯାଉଛି ।

ଏଥିପାଇଁ କୁହାଯାଏ ଆମ ଦେଶକୁ ଇଣ୍ଡିଆ

ବର୍ତ୍ତମାନ ପୁରା ଦୁନିଆ ଆମ ଦେଶକୁ ଇଣ୍ଡିଆ ନାମରେ ଜାଣିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ନାମକୁ ଆମ ଦେଶର ଲୋକମାନେ ନୁହେଁ ଇଂଗ୍ରେଜମାନେ ରଖିଥିଲେ । କହିବାକୁ ଗଲେ ସିନ୍ଧୁ ନଦୀକୁ ଇଂଗ୍ଲିଶ ରେ ‘ଇଂଡସ ଭ୍ୟାଲୀ’ ନାମରେ ଜଣା ଯାଉଥିଲା । ଏମିତିରେ ଯେତେବେଳେ ଇଂଗ୍ରେଜମାନେ ଦେଶରେ ରାଜ କରିବାକୁ ଲାଗିଲେ ତେବେ ତାଙ୍କୁ ଭାରତ ଓ ହିନ୍ଦୁସ୍ତାନ ଭଳି ଶବ୍ଦ କହିବାକୁ ଅସୁବିଧା ହେଉଥିଲା ।

ଏହି କାରଣରୁ ସିନ୍ଧୁ ନଦୀର ଦ୍ଵିତୀୟ ନାମ ଇଂଡସ ଭ୍ୟାଲୀ ଆଧାରରେ ସେମାନେ ଆମ ଦେଶର ନାମ ଇଣ୍ଡିଆ ରଖିଲେ । ସେହି ସମୟରୁ ହିଁ ଆମ ଦେଶର ନାମ ଇଣ୍ଡିଆ ରହିଗଲା ।

ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଛି ତେବେ ଏହାକୁ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଶେୟାର କରିବାକୁ ଭୁଲିବେ ନାହିଁ । ଏହା ଦ୍ଵାରା ନିଜ ଦେଶ ବିଷୟରେ ସମସ୍ତଙ୍କୁ ଜଣା ପଡିଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।