ବହୁତ ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 5 ମାର୍ଚ୍ଚର Gold rate

ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ସାହସ କରୁ ନାହାନ୍ତି । ସମସ୍ତଙ୍କୁ ସୁନା ବହୁତ ପ୍ରିୟ, କିନ୍ତୁ ସୁନାର ଦାମ ବଢିବା କାରଣରୁ ସୁନା ବିଷୟରେ ଲୋକମାନେ ଚିନ୍ତା ବି କରୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଖୁସିର ଖବର ଆସିଯାଇଛି । କହିବାକୁ ଗଲେ ଆଜି ପୁଣି ଥରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଯାହାକି ସୁନା କିମ୍ବା ଚାନ୍ଦି କିଣିବା ବିଷୟରେ ଚିନ୍ତା କରୁଥିବା ଲୋକମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଟେ ।

ସୁନା ବର୍ତ୍ତମାନ ଆଗ ଅପେକ୍ଷା ବହୁତ ଶସ୍ତା ହୋଇଛି ଓ ଚାନ୍ଦି ବି ବହୁତ ଶସ୍ତା ହୋଇଛି । ଗତକାଲି ସୁନା ଓ ଚାନ୍ଦିର ରେଟ ବି କମ ହୋଇଥିଲା । କିନ୍ତୁ ଆଜି ବି ସୁନା ଓ ଚାନ୍ଦିର ମୂଲ୍ୟ ବହୁତ ହ୍ରାସ ପାଇଛି । ତେବେ ଚାଳନ୍ତୁ ଜାଣିବା ଆଜି ସୁନା କେତେ ଶସ୍ତା ହୋଇଛି ।

ଆଜି ମାର୍ଚ୍ଚ ୫ ତାରିଖ ଶୁକ୍ରବାର ଦିନ ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୫୬୦ ଟଙ୍କା, ୮ ଗ୍ରାମକୁ ୨୮,୪୮୦ ଟଙ୍କା, ୧୦ ଗ୍ରାମକୁ ୩୫,୬୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୫୬,୦୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତକାଲି ଅପେକ୍ଷା ଆଜି ୧୮ କ୍ୟାରେଟ ସୁନା ୪୫୦ ଟଙ୍କା ହ୍ରାସ ହୋଇଛି ।

ବର୍ତ୍ତମାନ ଜାଣିବା ୨୨ କ୍ୟାରେଟ ସୁନାର ମୂଲ୍ୟ ବିଷୟରେ । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୩୫୧ ଟଙ୍କା, ୮ ଗ୍ରାମକୁ ୩୪,୮୦୮ ଟଙ୍କା, ୧୦ ଗ୍ରାମକୁ ୪୩,୫୧୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୩୫,୧୦୦ ଟଙ୍କା ରହିଛି । ଖୁସିର କଥା ହେଉଛି କି ଗତକାଲି ଅପେକ୍ଷା ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୬୧୦ ଟଙ୍କା କମିଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୭୪୬ ଟଙ୍କା, ୮ ଗ୍ରାମକୁ ୩୭,୯୬୮ ଟଙ୍କା, ୧୦ ଗ୍ରାମକୁ ୪୭,୪୬୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୭୪,୬୦୦ ଟଙ୍କା ରହିଛି । ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୬୧୦ ଟଙ୍କା କମ ହୋଇଛି ।

ଆଜି ଚାନ୍ଦି ୧ ଗ୍ରାମକୁ ୬୬.୮୦ ଟଙ୍କା, ୮ ଗ୍ରାମକୁ ୫୩୪.୩୬ ଟଙ୍କା, ୧୦ ଗ୍ରାମକୁ ୬୬୮ ଟଙ୍କା, ୧୦୦ ଗ୍ରାମକୁ ୬,୬୮୦ ଟଙ୍କା ଓ ୧ କିଲୋ ଚାନ୍ଦିର ମୂଲ୍ୟ ୬୬,୮୦୦ ଟଙ୍କା । କହିବାକୁ ଗଲେ ଆଜି ଚାନ୍ଦିର ଦାମ ଗତକାଲି ଅପେକ୍ଷା ପ୍ରତି ୧ କିଲୋକୁ ୧୭୦୦ ଟଙ୍କା କମିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।