ଆଜିର ରାଶିଫଳ, 19 ଜୁନ 2020, ଶୁକ୍ରବାର, ମା ଦୂର୍ଗାଙ୍କ ରହିବ କୃପା ଓ ଗ୍ରହଙ୍କ ଗତି ପରିବର୍ତ୍ତନ ଦ୍ଵାରା ସୁଧୁରିବ ଏହି ୫ଟି ରାଶିର ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି ଆପଣ ସମସ୍ତଙ୍କୁ ନେଇ ଚଳିବେ । ଆପଣ ପାର୍ଟନରଶୀପ ଦ୍ଵାରା ଲାଭବାନ ହେବେ । ଆପଣଙ୍କ ସମସ୍ତ କାର୍ଯ୍ୟ ସହଜରେ ପୁରା ହୋଇଯିବ । ବୌଦ୍ଧିକ କ୍ଷମତାରେ ଉନ୍ନତି ଆସିବ । ସମୟ ଖୁସି ଭରା ରହିବ । କୌଣସି ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ । ବନ୍ଧୁମାନଙ୍କ ସହିତ ସମୟ ବିତାଇବାକୁ ଚାନ୍ସ ମିଳିବ । କୌଣସି ବନ୍ଧୁଙ୍କ ସହ ସମୟ ବିତାଇ ଭଲ ଅନୁଭବ କରିବେ । ଧାର୍ମିକ ଓ ଆଧ୍ୟାତ୍ମିକ ଜିନିଷ ପ୍ରତି ଆଗକୁ ବଢିବେ । ସ୍ୱାସ୍ଥ୍ୟ ନରମ ରହିବ । ଚିନ୍ତା କରନ୍ତୁ ନାହିଁ କାରଣ ଚିନ୍ତା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମାନସିକ ରୂପରେ ଏକାଗ୍ରତା କମ ରହିବ । ଆପଣଙ୍କୁ ବିଜନେସରେ ଲାଭ ହେବ । ଆଜିର ଦିନ ମନ୍ଦିର ଯାଇ ପାରନ୍ତି । ଆପଣଙ୍କ ସହିତ ସବୁକିଛି ଭଲ ହେବ ।

ବୃଷ

ଅନ୍ୟମାନଙ୍କୁ ସାହାଯ୍ୟ କରିବେ । ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । କର୍ମରେ ସ୍ଥିରତା ଆସିବ । ଯାତ୍ରାରେ ସମୟ ଯିବ । ଲାଭ ପାଇ ଆନନ୍ଦିତ ହେବେ । ବିଦ୍ୟା କ୍ଷେତ୍ରରେ ଧୈର୍ଯ୍ୟ ଓ ସଂଯମ ରଖନ୍ତୁ । ବିଶେଷ ଲାଭ ମିଳିବ । କୃଷି କ୍ଷେତ୍ରରେ ଉନ୍ନତି ଫଳରେ ମନ ସନ୍ତୁଷ୍ଟ ରହିବ । ଖେଳରେ ବିଜୟୀ ହେବେ । ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଚିନ୍ତା ବଢାଇବେ । ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବନ୍ଧୁ ସାକ୍ଷାତ ହେବ ।

ମିଥୁନ

ଅଟକି ଥିବା କାମ ଗୁଡିକ ଆରମ୍ଭ ହେବ । ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଦୂର ଯାତ୍ରାର ସମ୍ଭବ ନୁହେଁ । ଆତ୍ମବିଶ୍ଵାସରେ ଉନ୍ନତି ଆସିବ । ନୂଆ ନିଯୁକ୍ତିର ସୁଯୋଗ ଅଛି । ବନ୍ଧୁ ମିତ୍ରଙ୍କର ସହଯୋଗ ମିଳିବ । ଆର୍ଥିକ ସହାୟତା ମିଳିବ । ଦୁଃଖୀ ଲୋକଙ୍କ ସାହାରା ହୁଅନ୍ତୁ । ଅନ୍ୟ ଲୋକମାନଙ୍କ ସାହାଯ୍ୟ କରନ୍ତୁ । ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ବିଦ୍ୟାରେ ଉନ୍ନତି ଓ ମାନସିକ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ ।

କର୍କଟ

ଆୟ ଉପାର୍ଜନ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ମିଳିବ । ନିଜ ଲୋକମାନେ ଦୂରେଇ ଯିବେ । ସହକର୍ମୀ ମାନେ ପ୍ରସଂଶା କରିବେ । ମହିଳାମାନେ ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ମାନସିକ ଶାନ୍ତି ଅନୁଭବ କରିବେ । ବିଦ୍ୟାରେ ଉନ୍ନତି ପାଇଁ ସମୟ ଉପଯୁକ୍ତ ଅଟେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ । ଅଚାନକ ଧନ ଲାଭ ହେବାରୁ ମନ ଖୁସି ରହିବ । ଖେଳରେ ବିଜୟୀ ହେବେ । ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ ।

ସିଂହ

କାରବାରରେ ଉନ୍ନତି ହେବ । ବ୍ୟବସାୟରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ଆର୍ଥିକ ଉନ୍ନତି ହେବ । ଚିନ୍ତା କରିଥିବା କାର୍ଯ୍ୟ ପୁରା କରନ୍ତୁ । ପରିବାରରେ ସୁସ୍ଥ ବାତାବରଣ ରହିବ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ବାଦବିବାଦର ଅବସାନ ହେବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ପୁରୁଣା ରୋଗ ପ୍ରତି ସାବଧାନ ରୁହନ୍ତୁ ।

କନ୍ୟା

ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ସରକାରୀ ସାହାଯ୍ୟ ମିଳିପାରେ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଦ୍ଵାରା ଯଶ ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ । ଦୂର ଯାତ୍ରାରେ ଅସମ୍ଭବ ଅଟେ ।

ତୁଳା

ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବ୍ୟବସାୟରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳିବ । ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ସ୍ଥାନାନ୍ତର ମଧ୍ୟ ହୋଇପାରେ । ମହିଳାମାନେ ଚିନ୍ତିତ ରହି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ମିଳିବ । ଗୃହ ଓ ଗାଡି ପ୍ରାପ୍ତି ହେବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଦ୍ଵାରା ଧନ ପ୍ରାପ୍ତ ହେବ ।

ବିଚ୍ଛା

ପନିପରିବା ଚାଷି ଓ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ପାରିବାରିକ କ୍ଷେତ୍ରରେ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀ ଇତ୍ୟାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ମହିଳାମାନେ ପିଲାମାନଙ୍କ ବିଷୟରେ ଚିନ୍ତା କରି ଖୁସି ରହିବେ । ରାଜନୀତିରେ ପ୍ରଶଂସିତ ହେବେ ।

ଧନୁ

ବନ୍ଧୁଙ୍କ ସାହାଯ୍ୟ କ୍ରମେ ମାଲିମୋକଦ୍ଦମାରେ ବିଜୟୀ ହେବେ । ମିତ୍ରମାନଙ୍କ ଦ୍ୱାରା ଅନେକ କାର୍ଯ୍ୟରେ ଓ ବ୍ୟବସାୟ କାର୍ଯ୍ୟ ଗୁଡ଼ିକରେ ଲାଭବାନ ହେବ । କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ । ସହକର୍ମୀଙ୍କ ବ୍ୟାପାରରେ ମୁଣ୍ଡ ପୂରାଇଲେ ନିଜେ ଅସୁବିଧାରେ ପଡ଼ିବେ । ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ । ଶରୀର ଅସୁସ୍ଥ ରହିପାରେ । ଛାତ୍ର ଛାତ୍ରୀମାନେ ପଢ଼ାରେ ମନ ଦେବେ ।

ମକର

ମାନସମ୍ମାନ ଓ ଯଶ ପ୍ରାପ୍ତ ହେବ । ବିଦ୍ୟାରେ ଉନ୍ନତି ହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ବିଭିନ୍ନ ଦିଗରୁ ଲାଭବାନ ହେବେ । ରାଜନୀତିରେ ଲୋକ ସମ୍ପର୍କ ବଢ଼ିବ । ଦାମ୍ପତ୍ୟ ସୁଖରେ ସୁଖ ପ୍ରାପ୍ତି ହେବ । ସାମ୍ବାଦିକ ମାନେ ଶୁଭ ସମ୍ବାଦ ପାଇବେ ।

କୁମ୍ଭ

ନିର୍ମାଣ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ପ୍ରଶଂସା କରିବେ । ମହିଳାମାନେ ପରିବାର କାର୍ଯ୍ୟରେ ଆପଣ ସାହାର୍ଯ୍ୟ କରି ପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖି ହେବେ । ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ । ବିଦ୍ୟା କ୍ଷେତ୍ରରେ ପ୍ରଶଂସିତ ହେବେ ।

ମୀନ

ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଶେୟାର ବଜାରରେ ଲାଭ ମିଳିବ । କିଛି କାର୍ଯ୍ୟରେ ଶେଷ ସମୟ ଦେବାକୁ ପଡ଼ିବ । ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇ ଯିବ । କରଜ ସୁଝିବା ପାଇଁ ସୁଯୋଗ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ଼ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।