ନାଥୁରାମ ଗୋଡସେଙ୍କ ଅସ୍ଥିକୁ ୭୦ ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ବିସର୍ଜନ କରାଯାଇ ନାହିଁ, ଜାଣନ୍ତୁ କଣ ରହିଛି କାରଣ ?

ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ, ଶବକୁ ମୁଖାଗ୍ନି ଦିଆଯାଇଥାଏ ଓ ପୁଣି ତାର ଅସ୍ତିକୁ ଗଙ୍ଗାରେ ପ୍ରବାହିତ କରାଯାଏ । କୁହାଯାଏ କି ଏମିତି କରିବା ଦ୍ଵାରା ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତି ବିଷୟରେ ଜଣାଇବୁ ଯାହାର ନିଧନକୁ ହାରାହାରି 70 ବର୍ଷ ହୋଇ ସାରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଅସ୍ତିକୁ ବିସର୍ଜନ କରାଯାଇ ନାହିଁ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗୋଡସେ । ତେବେ ଚାଲନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ କାହାଣୀ ।

ନାଥୁରାମ ମହାତ୍ମା ଗାନ୍ଧୀଙ୍କୁ କାହିଁକି ମାରିଥିଲେ

ନାଥୁରାମ ଗୋଡସେ ନ୍ୟାୟାଳୟ ସମ୍ମୁଖରେ ଗାନ୍ଧୀ ହତ୍ୟାର ଯେଉଁ କାରଣ କହିଥିଲେ ସେଥିରୁ ମୁଖ୍ୟ କାରଣ ନିମ୍ନଲିଖିତ ଅଟେ ।

୧. ଅମୃତସର ଜାଲିୟାଂବାଲା ବାଗ ଗୁଳି କାଣ୍ଡ (୧୯୧୯) ରେ ସମସ୍ତ ଦେଶବାସୀ ରାଗି କି ଥିଲେ ତଥା ଚାହୁଁ ଥିଲେ କି ଏହି ନର ସଂହାରର ଖଳନାୟକ ଜେନରାଲ ଡାୟରଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଉ । ଗାନ୍ଧୀ ଭାରତ ବାସୀଙ୍କର ଏହି ଆଗ୍ରହକୁ ସମର୍ଥନ ଦେବାକୁ ମନା କରିଦେଲେ ।

୨. ଭଗତ ସିଂହ ଓ ତାଙ୍କର ସାଥିଙ୍କର ମୃତ୍ୟୁ ଦଣ୍ଡର ନିର୍ଣ୍ଣୟ ପାଇଁ ସାରା ଦେଶ ଶୋକ ପ୍ରକାଶ କରୁଥିଲେ ଓ ଗାନ୍ଧୀଙ୍କୁ ଆଶା କରିଥିଲେ କି ସେ ହସ୍ତକ୍ଷେପ କରି ଏହି ଦେଶ ଭକ୍ତଙ୍କୁ ମୃତ୍ୟୁରୁ ବଞ୍ଚାନ୍ତୁ । କିନ୍ତୁ ଗାନ୍ଧୀ ଭଗତ ସିଂହଙ୍କ ହିଂସାକୁ ଅନୁଚିତ କହି ଜନତାଙ୍କର ଏହି ଇଚ୍ଛାକୁ ଅସ୍ଵୀକାର କରିଦେଲେ ।

୩. ୬ ମଇ ୧୯୪୬ କୁ ସମାଜବାଦୀ କାର୍ଯ୍ୟକର୍ତ୍ତାଙ୍କୁ ନିଜର ସମ୍ବୋଧନରେ ଗାନ୍ଧୀ ମୁସ୍ଲିମ ଜାତିର ହିଂସା ସମ୍ମୁଖରେ ନିଜର ଆହୁତି ଦେବାକୁ ପ୍ରେରଣା ଦେଇଥିଲେ ।

୪. ଗାନ୍ଧୀ ଅନେକ ଅବସରରେ ଛତ୍ରପତି ଶିବାଜି, ମହାରାଣା ପ୍ରତାପ ଓ ଗୁରୁ ଗୋବିନ୍ଦ ସିଂହଙ୍କୁ ପଥଭ୍ରଷ୍ଟ ଦେଶ ଭକ୍ତ କହିଥିଲେ ।

୫. ଗାନ୍ଧୀ ଯେଉଁଠି ଗୋଟିଏ ପକ୍ଷରେ କାଶ୍ମୀରର ହିନ୍ଦୁ ରାଜା ହରି ସିଂହଙ୍କୁ କାଶ୍ମୀର ମୁସ୍ଲିମ ବହୁଳ ହେବା କାରଣରୁ ଶାସନ ଛାଡିବାକୁ ଓ କାଶି ଯାଇ ପ୍ରାୟଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ସେଇଠି ଅନ୍ୟ ପକ୍ଷରେ ହାଇଦ୍ରାବାଦରେ ନିଜାମଙ୍କ ଶାସନର ହିନ୍ଦୁ ବହୁଳ ହେବାରେ ସମର୍ଥନ କରିଥିଲେ ।

୬. ମହମ୍ମଦ ଅଲ୍ଲି ଜିନ୍ନା ଗାନ୍ଧୀଙ୍କୁ ବିଭାଜନ ସମୟରେ ହିନ୍ଦୁ ମୁସ୍ଲିମ ସଂଖ୍ୟାର ସଂପୂର୍ଣ୍ଣ ଅଦଳ ବଦଳ କରିବାର ଆଗ୍ରହ କରିଥିଲେ, ଯାହାକୁ ଗାନ୍ଧୀ ଅସ୍ଵୀକାର କରିଦେଲେ ।

ଆଜି ପର୍ଯ୍ୟନ୍ତ ଅଛି ଗୋଡସେଙ୍କର ଅସ୍ତି

କିନ୍ତୁ ଗୋଟିଏ କଥା ତାଙ୍କ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ କି ତାଙ୍କର ଅସ୍ଥି ଆଜି ପର୍ଯ୍ୟନ୍ତ ନଦୀରେ ପ୍ରବାହିତ କରାଯାଇ ନାହିଁ । ତାଙ୍କର ଅସ୍ତି କଳସ ଆଜି ବି ପୁନେ ର ଶିବାଜି ନଗରରେ ଥିବା ଗୋଟିଏ ବିଲ୍ଡିଂର ଗୋଟିଏ ରୁମରେ ସୁରକ୍ଷିତ ରଖାଯାଇ ଅଛି । ସେହି ରୁମ ରେ ତାଙ୍କ ଅସ୍ଥି କଳସ ବ୍ୟତୀତ ତାଙ୍କର କିଛି ବସ୍ତ୍ର ଓ ହାତ ଲେଖା ନୋଟ ବି ଯତ୍ନର ସହିତ ରକ୍ଷା ଯାଇଅଛି ।

ନାଥୁରାମ ଗୋଡସେଙ୍କର ଝିଆରୀ ହିମାନୀ ସାବରକର ଙ୍କୁ ଗୋଟିଏ ଇଣ୍ଟରଭ୍ୟୁ ସମୟରେ, ଆଜି ପର୍ଯ୍ୟନ୍ତ ତାଙ୍କ ଅସ୍ଥିକୁ ସମ୍ଭାଳି ରଖିବାର କାରଣ ପଚରାଗଲା ତେବେ ସେ କହିଲେ କି ତାଙ୍କ ପରିବାରକୁ ଗୋଡସେଙ୍କର ଶବ ମଧ୍ୟ ଦିଆ ଯାଇ ନଥିଲା । ଫାଶି ପରେ ସରକାର ନିଜେ ଘର ନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ ଯାହା ପରେ ତାଙ୍କ ଅସ୍ଥିକୁ ଗୋଟିଏ ଡବାରେ ଭରି ତାଙ୍କ ପରିବାରକୁ ଦେଇ ଦେଇଥିଲେ । ଗୋଡସେ ନିଜ ଫାଶି ପୂର୍ବରୁ ନିଜ ପରିବାର ଲୋକଙ୍କୁ ନିଜର ଅନ୍ତିମ ଇଚ୍ଛା ଜଣାଇଥିଲେ, ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ତାଙ୍କ ଅସ୍ଥିକୁ ନଦୀରେ ପ୍ରବାହିତ କରା ଯାଇ ନାହିଁ ।

ଗୋଡସେଙ୍କର ଅନ୍ତିମ ଇଚ୍ଛା କଣ ଥିଲା

ନାଥୁରାମ ଗୋଡସେ ନିଜ ଅନ୍ତିମ ଇଚ୍ଛାରେ କହିଥିଲେ କି ତାଙ୍କ ଅସ୍ଥିକୁ ସେ ପର୍ଯ୍ୟନ୍ତ ସମ୍ଭାଳି କି ରଖାଯିବ ଯେଉଁ ପର୍ଯ୍ୟନ୍ତ ସିନ୍ଧୁ ନଦୀ ସ୍ଵତନ୍ତ୍ର ଭାରତରେ ମିଶି ନ ଯାଇଛି ଓ ପୁଣି ଥରେ ଅଖଣ୍ଡ ଭାରତର ନିର୍ମାଣ ନ ହୋଇଛି । ଯେତେବେଳେ ଏମିତି ହୋଇଯିବ ସେତେବେଳେ ମୋ ଅସ୍ଥିକୁ ସିନ୍ଧୁ ନଦୀରେ ପ୍ରବାହିତ କରାଯିବ । ଏହି କାରଣରୁ ଗୋଡସେ ଙ୍କର ପରିବାର ଆଜି ପର୍ଯ୍ୟନ୍ତ ତାଙ୍କ ଅସ୍ତିକୁ ସମ୍ଭାଳି ରଖିଛନ୍ତି ।