ଆଜି OTV ରିପୋର୍ଟର Arindam Das ଓ ODRAF ଯବାନ ସୀତାରାମ ମୁର୍ମୁ ଙ୍କ ଏକାଦଶାହ, ଦେଖନ୍ତୁ କେମିତି ଗୀତରେ ଗୀତରେ ସେମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି, ଦେଖନ୍ତୁ Video

ଓଟିଭି ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ ଓ ODRFର ଯବାନ ସୀତାରାମ ମୁର୍ମୁଙ୍କ ଦେ-ହା-ନ୍ତ-କୁ ଆଜି ୧୧ ଦିନ ପୁରା ହୋଇ ଯାଇଛି । ୧୧ ଦିନ ଅନୁଷ୍ଠାନ ଦିନ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କୁ ଏମଏସ ଷ୍ଟୂଡିଓ ତରଫରୁ ଏକ ଗୀତ ରୂପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଗୀତରେ ସଂଗୀତକାର ତାଙ୍କର ମହାନତା ଓ ସାହାସିକତା ବିଷୟରେ କହିଛନ୍ତି ଓ ସେ ଆମର ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି । ଏହା ପୂର୍ବରୁ ବି ବହୁତ ସଙ୍ଗୀତକାର ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କୁ ନିଜର ନିଜର ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଲୋକମାନେ ବି ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି । ସେହି ଦିନର ଦୃଶ୍ୟକୁ ଭୁଲିବା ବହୁତ କଷ୍ଟକର । ଆଜି ବି ସେହି ଦିନର ଦୃଶ୍ୟ ଆଖି ସାମ୍ନାକୁ ଚାଲି ଆସୁଛି । ଅରିନ୍ଦମଙ୍କ ଶେଷ ସମୟରେ ମୋତେ ବଞ୍ଚାଇ ଦିଅ କଥା ମଧ୍ୟ କାନରେ ଶୁଭୁଛି । କେବଳ ଅରିନ୍ଦମ ନୁହନ୍ତି ସୀତାରାମଙ୍କୁ ବି ଆଜି ପୁରା ଓଡିଶା ଝୁରୁଛି । ଦୁଇ ଜଣ ହିଁ ନିଜ ନିଜ କ୍ଷେତ୍ରରେ ବହୁତ ସାହାସୀ ଓ ଆତ୍ମବିଶ୍ଵାସରେ ପରିପୂର୍ଣ ଥିବା ବ୍ୟକ୍ତିତ୍ବ ଅଟନ୍ତି ।

ସେମାନେ ଆର ପାରିକୁ ଚାଲି ଯାଇଛନ୍ତି କିନ୍ତୁ ଆଜି ବି ଲୋକମାନେ ତାଙ୍କର ସାହସିକତାର ଉଦାହରଣ ଦେଉଛନ୍ତି । ସମସ୍ତେ ତାଙ୍କ ବିଷୟରେ କଥାବାର୍ତ୍ତା କରୁଛନ୍ତି କି ସେ କେଉଁଭଳି ମଣିଷ ଥିଲେ । ପ୍ରାୟତଃ ଲୋକମାନେ ବର୍ତ୍ତମାନ ଅରିନ୍ଦମ ଦାସଙ୍କ ବିଷୟରେ ଜାଣିଛନ୍ତି । ଅରିନ୍ଦମ ଓଟିଭିର ସବୁଠୁ ମୁଖ୍ୟ ରିପୋର୍ଟରମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କୁ ଓଟିଭିର ସବୁ କର୍ମଚାରୀ ମାନେ ଭଲ ଭାବରେ ଜାଣି ଥିଲେ ।

ତାଙ୍କ ସହ କାମ କରିଥିବା ଲୋକମାନେ ତାଙ୍କର ଗୁଣଗାନ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ସ୍ଥାନକୁ ବଡ ବଡ ସାମ୍ବାଦିକମାନେ ଯିବାକୁ ଭୟ କରନ୍ତି ସେହି ସମସ୍ତ ସ୍ଥାନକୁ ଅରିନ୍ଦମ ଯିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ।

ତାଙ୍କ ଭଳି ସାହସୀ ସାମ୍ବାଦିକ ମିଳିବା ବହୁତ କଷ୍ଟକର । ଅନ୍ୟ ପଟେ ଯଦି ସୀତାରାମ ମୁର୍ମୁଙ୍କ ବିଷୟରେ କହିବା ତେବେ ସେ ନିଜର ଜୀବନକାଳ ମଧ୍ୟରେ ପାଣିରେ ବୁ-ଡି ଯାଉଥିବା ୫୦୦ ଲୋକମାନଙ୍କୁ ବଞ୍ଚାଇଛନ୍ତି । ସେ ଜଣେ ବୁ-ଡା-ଳି ଥିଲେ । କିନ୍ତୁ ଏହା ସତ୍ବେ ତାଙ୍କ ସହ ଏହିଭଳି ଦୁ-ର୍ଘ-ଟ-ଣା ଘ-ଟି-ଯି-ବ ଏହା ବିଷୟରେ କେହି ବି ଜାଣି ନ ଥିଲେ ।