Bahanaga Train Accident: ଆଉ 6 ଦିନ ପରେ ପୁରିଥାନ୍ତା ବିବାହକୁ 1 ବର୍ଷ, କିନ୍ତୁ ଭାଗ୍ୟର ବିଡମ୍ବନା…. ଝିଅ ଓ ପତ୍ନୀଙ୍କୁ ଦେଖା କରିବାକୁ ଆସୁଥିବା Gobinda ସବୁ ଦିନ ପାଇଁ ବୁଜିଦେଲେ ଆଖି

ନମସ୍କାର ବନ୍ଧୁଗଣ । ଟ୍ରେନ ଦୁର୍ଘଟଣା ପରର ଏ ଦୃଶ୍ୟ ଯିଏ ଥରେ ଏଖିଛି ତା ଆଖି ଛଳ ଚଳ ହୋଇ ଯାଇଛି । ଗଦା ଗଦା ମୃତ ଦେହ ଭିତରେ ବାପା ନିଜ ପୁଅକୁ ଖୋଜୁ ଥିବାର ଦୃଶ୍ୟ ଭାଇରାଲ ହେବା ପରେ ସାରା ବିଶ୍ଵ ସ୍ତବ୍ଧ ହୋଇ ପଡିଛି । ଗୋଟେ ଗୋଟେ ଶବ ଉପରୁ ଚଦର ଆଡେଇ ପୁଅ କୁ କାନ୍ଦି କାନ୍ଦି ଖୋଜୁଥିଲା ବୁଢା ବାପା ।

ଆଉ ନେହୁରା ହୋଇ କହୁଥିଲେ ମୋ ପୁଅକୁ ଖୋଜି ଆଣ । ଅନେକ ଖୋଜିବା ପରେ ପୁଅକୁ ସିନା ପାଇଲେ କିନ୍ତୁ ଜୀବିତ ନୁହେଁ । ଏ ସେଇ ହତଭାଗା ବାପା ଯିଏ କି ଭଦ୍ରକ ଜିଲ୍ଲା ବାସୁଦେବପୁର ର ଶୂକ ଗ୍ରାମରେ ରବୀନ୍ଦ୍ର ସାହୁ । ଦୁର୍ଘଟଣା ଦିନ ରବୀନ୍ଦ୍ରଙ୍କ ବଡ ପୁଅ ଗୋବିନ୍ଦ ମଧ୍ୟ ହାୱଡା ରୁ କରୋମଣ୍ଡଳ ଏକ୍ସପ୍ରେସ ରେ ଯାଇଥିଲେ ।

ଝିଅର ଦେହ ଖରାପ ଥିବାରୁ ଗୋବିନ୍ଦ ଘରକୁ ଆସୁଥିଲେ । ହେଲେ କଧାରେ ରହିଗଲା କଥା । ସକାଳେ ସ୍ତ୍ରୀ ଙ୍କୁ ଦେଇଥିବା କଥା ସଞ୍ଜ କୁ ଆଉ ରଖି ପାରିଲେ ନାହିଁ । କାନ୍ଥ ରୁ ଲିଭିନି ବାହାଘର ଚିତ୍ର । ଆଉ 6 ଦିନ ଯାଇଥିଲେ ବିବାହକୁ ପୁରି ଥାନ୍ତା ବର୍ଷେ । ହେଲେ କିଛି ମୂହୁର୍ତ୍ତ ରେ ଓଲଟ ପାଲଟ ହୋଇଗଲା ଗୋବିନ୍ଦ ଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଙ୍କ ଦୁନିଆ ।

ତାଙ୍କ କୋଳରେ ଦେଢ ମାସର ଝିଅ । ସେ ଜାଣିନି ତାର କେତେ ବଡ କ୍ଷତି ହୋଇଛି । ଦେଢ ମାସର ଝିଅ ଉପରୁ ସବୁ ଦିନ ପାଇଁ ବାପାରା ହାତ ଉଠିଗଲା । ଆଉ ବାପା ଆସି ତା ସହ ହେଳିବ ନାହିଁ କି ବାପା ଡାକିବାକୁ ଝିଅ କୁ ଆଉ ବାଧ୍ୟ କରିବନି । କରୋମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି ଜାଣିବା ପରେ ବିଜୟଲକ୍ଷ୍ମୀ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ଘରର ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ ଭାଙ୍ଗି ପଡିଛି ପୁରା ପରିବାର । ବୁଢା ବାପା ମା ଙ୍କ ଆଖି ରୁ ନିଦ ହଜି ଯାଇଛି । କାନ୍ଥ କୁ ଆଉଜି ଆଖି ରୁ ସେମିତି ଲୁହ ଗଡାଇ ଚାଲିଛି ଗୋବିନ୍ଦ ଙ୍କ ମା । ପରିବାର ଲୋକଙ୍କ ଆଖିରୁ ଲୁହ ସୁଖୁ ନ ଥିବା ବେଳେ ଦେଢ ମାସର ଶିଶୁ କୁ କିଏ ସାହା ହେବ ଭାବି ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।