୬୫ ବର୍ଷର ବୟସ୍କ ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହିତ କରିଲା ବିବାହ, ପୁରା ଅଞ୍ଚଳରେ ମଚିଲା ବବାଲ, କଣ ଥିଲା ପୁରା ଘଟଣା

ଆଜିକାଲି ସୋସିଆଲ ମିଡିଆରେ ବହୁତ ଛୋଟ ବଡ ଆଶ୍ଚର୍ଯ୍ୟକର ଖବର ଶୁଣିବାକୁ ମିଳିଥାଏ ଓ କିଛି ଖବର ବହୁତ ଜଲ୍ଦି ଭାଇରାଲ ମଧ୍ୟ ହୋଇଯାଏ । ସେହିଭଳି ଏକ ଭାଇରାଲ ଖବର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯେତେବେଳେ କାହାର ବାହାଘର ହୋଇଥାଏ ତେବେ ବର ଓ କନ୍ୟାର ବୟସ ମଧ୍ୟରେ ଅଧିକରୁ ଅଧିକ ୪ କିମ୍ବା ୫ ବର୍ଷର ଫରକ ଥାଏ କିନ୍ତୁ ଆମେ ଯେଉଁ ବିବାହିତ ଯୋଡି ବିଷୟରେ କହିବାକୁ ଯାଉଛୁ ତାଙ୍କର ବୟସ ମଧ୍ୟରେ ୪୦ କିମ୍ବା ୪୨ ବର୍ଷର ଫରକ ଅଛି ।

ଏହି ବାହାଘରରେ ୬୫ ବର୍ଷର ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହ ବିବାହ କରି ନେଇଛି । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

୬୫ ବର୍ଷର ବୟସ୍କ ବ୍ୟକ୍ତି ନିଜର ୨୧ ବର୍ଷର ବୋହୁ ସହ କରିଲେ ବିବାହ

ଏହି ମାମଲା ବିହାର ସମସ୍ତୀପୁର ଜିଲ୍ଲାର ଅଟେ ଯେଉଁଠି ୬୫ ବର୍ଷର ରୋଶନ ଲାଲ ନିଜର ୨୧ ବର୍ଷର ବୋହୁ ସପନା ସହ ବିବାହ କରିଲେ । ଲୋକମାନେ  ତାଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା କି, ସେ ଏହି ବାହାଘରକୁ ବାଧ୍ୟ ହୋଇ କରିଛନ୍ତି, ଯାହା ଦ୍ଵାରା ସେହି ଝିଅ ଘରର ଇଜ୍ଜତ ଖରାପ ନ ହେବ । କହିବାକୁ ଗଲେ ରୋଶନ ଲାଲ ୟାଦବ ନିଜ ପୁଅ ପପୁ ସହ ସପନାଙ୍କର ବିବାହ ଠିକ କରିଥିଲେ, ଓ ବରଯାତ୍ରୀ ନେଇ ସେ ସପନା ଘରେ ପହଞ୍ଚିଥିଲେ ।

କିନ୍ତୁ ପପୁ ସବୁକିଛି ଛାଡି ପଳାଇଲା । କାରଣ ପପୁ ଅନ୍ୟ ଏକ ଯୁବତୀକୁ ଭଲ ପାଉଥିଲା । ପପୁ ରୋଶନ ଲାଲଙ୍କ ଡରରେ ବିବାହ ପାଇଁ ରାଜି ତ ହୋଇଗଲା କିନ୍ତୁ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ । ଏହା ପରେ ଦୁଇ ପରିବାରର ଇଜ୍ଜତ ରଖିବା ପାଇଁ ରୋଶନ ଲାଲ ସପନା ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ଓ ଦୁଇ ପରିବାରର ଲୋକମାନେ ମଧ୍ୟ ଏଥିରେ ସହମତି ଦେଲେ ।

ବର୍ତ୍ତମାନ ଏହି ଭାଇରାଲ ହୋଇଥିବା ଖବରର ସତ୍ୟତା କଣ, ପୋଲିସ ଏହାର ଯାଞ୍ଚ କରୁଛି । କିନ୍ତୁ ଲୋକମାନେ ଝିଅର ପରିବାରକୁ ହିଁ ଭୁଲ ବୋଲି କହୁଛନ୍ତି । କାରଣ ଏଥିରେ ଝିଅକୁ ହିଁ ଦଣ୍ଡ ମିଳିଲା । କେତେକ ଲୋକମାନଙ୍କର କହିବା ଅଟେ କି ବୟସ୍କ ବ୍ୟକ୍ତି ସହ ୨୧ ବର୍ଷର ଝିଅର ବିବାହ କରି ଝିଅର ଜୀବନ ବର୍ବାଦ ହୋଇଗଲା । ବର୍ତ୍ତମାନ ପୋଲିସ ବି ଏହି କଥାକୁ ଅପେକ୍ଷା କରିଛନ୍ତି କି ଝିଅ ଘର ଲୋକ ଏହି ବାହାଘରକୁ ନେଇ କଣ ବୟାନ ଦେଉଛନ୍ତି ।