5ଟି ଢଗ ଢମାଳିର ମଜାଦାର ପ୍ରଶ୍ନ ଉତ୍ତର

ଆଜି ଆମେ ନେଇ ଆସିଛୁ ଢଗ ଢମାଳି ର ୫ ଟି ମଜାଦାର ପ୍ରଶ୍ନ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଆଗାମୀ ସମୟରେ ନିଶ୍ଚିନ୍ତ ଭାବରେ କାମରେ ଆସିବ । ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ନିଜେ ଉତ୍ତର ଦିଅନ୍ତୁ ଏବଂ ନିଜ ପରିବାର ଲୋକ, ସାଙ୍ଗ ସାଥି ଙ୍କ ସହିତ ଆଲୋଚନା କରି ଖୁସି ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଜାଣିବା ଢଗ ଢମାଳି ର ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ।

ପ୍ରଶ୍ନ ୧:- ଅକଳ ଗଛର ବକଳ କୁରୁମ ଗଛର ପାନିଆ ସହସ୍ର କୁଟୁମ୍ବ ଜଗି ବସିଛନ୍ତି କୋଉ ବାଟେ ଗଲା କନିଆ ?

ଉତ୍ତର:- ଆତ୍ମା ବା ଜୀବନ

ପ୍ରଶ୍ନ ୨:-ଆଇଲାରେ କଳା ପାହାଡ଼ ବସିଲାରେ ମାଡି ସଂସାରରେ ବୁଲି ଅଇଲି କେହି ନ ପାରିଲେ ତଡ଼ି ?

ଉତ୍ତର:- ରାତି

ପ୍ରଶ୍ନ ୩:-ଆଗଟା ମିଠା ମଝିଟା ଖଟା ମୁଳଟା ବାସେ ଢଗ ଦେଇଗଲା ଗୋପାଳ ବାସେ ?

 

ଉତ୍ତର:- ଦହି ଓ ଦୁଧ

ପ୍ରଶ୍ନ ୪:- ଅଜିବ ଗିଲିଚି ଜୀବକୁ ଜୀବ ଉଚ୍ଚାଟ ହେଉଛି ଯିବାକୁ ?

ଉତ୍ତର:- ଦାନ୍ତିଆ ଓ ମାଛ

ପ୍ରଶ୍ନ ୫:- ଆରମ୍ଭ ହେଲା ବେଳେ ନରମ ପାଚିଲେ ଶକ୍ତ ଏ ଢଗ ଟି କୁହନ୍ତୁ ରହିଲା ମୋର ରାଣ ?

ଉତ୍ତର:- ହାଣ୍ଡି

ଏହା ଥିଲା ଆଜିର ୫ ଟି ଢଗ ଢମାଳି ର ପ୍ରଶ୍ନ ଉତ୍ତର ଆଶା କରୁଛୁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।