ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କ ଭିତରେ ଥାଏ ଏହି ୪ଟି ଗୁଣ – Krishna Vani

ଭଲ ପାଇବା କେବଳ ଗୋଟେ ନାମ ନୁହେଁ ଏହା ଏକ ସମ୍ପର୍କ । ଏହାକୁ ବୁଝିବା ପାଇଁ ଆପଣଙ୍କୁ ଅନେକ କଠିନତା ଦେଇ ଆସିବାକୁ ପଡିବ ।

ତେବେ ଯଦି ଆପଣଙ୍କର ଭଲ ପାଇବା ସତ ତେବେ ଆପଣ ନିଶ୍ଚିନ୍ତ ରୁହନ୍ତୁ । ଆପଣ କିଭଳି ଜାଣି ପାରିବେ ଆପଣଙ୍କର ପାର୍ଟନର ଆପଣଙ୍କୁ ଧୋକା ଦେଉଛି କି ଆପଣନାଙ୍କୁ ପ୍ରକୃତରେ ଭଲ ପାଉଛି । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ୪ ଟି ଗୁଣ କିମ୍ବା ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ଯାହା ସାହାଯ୍ୟରେ ଆପଣ ଜାଣି ପାରିବେ ଆପଣଙ୍କ ସମ୍ପର୍କ କେତେ ମାତ୍ରାରେ ସତ୍ୟ ଅଟେ ।

ପ୍ରଥମେ ଲକ୍ଷଣ – ଆପଣଙ୍କୁ ନେଇକି କିଛି ବି ଭବିଷ୍ୟତ ଚିନ୍ତା ନଥିବ । ନା ଆପଣଙ୍କ ସହ ବିବାହର କଥା କହିବ । ଯେତେବେଳେ ବି ଆପଣ ବାହାଘର କିମ୍ବା ଭବିଷ୍ୟତ କୁ ନେଇକି କିଛି ପ୍ରସନ୍ନ କରିବେ । ସେତେବେଳ ସେ ଆପଣଙ୍କୁ ଅଲଗା ଆଡକୁ ନେବା ପାଇଁ ଚେଷ୍ଟା କରିବେ । ସେ ସବୁ ବେଳେ ଆପଣଙ୍କୁ କିଛି ନା କିଛି ବାହାନା କରିବେ ଜେଭଳି ଜାତି ର କିମ୍ବା ଧର୍ମ ର କଥା କହି ଆପଣଙ୍କୁ ଭୁଲେଇବା ପାଇଁ ଚେଷ୍ଟା କରିବେ । କେବଳ ସେତିକି ନୁହେଁ ସେ ଆପଣଙ୍କୁ ଧୋକା ଦେବା ପାଇଁ ସମୟ ଖୋଜୁଥିବେ ।

ଦ୍ଵିତୀୟ ଲକ୍ଷଣ – ଆପଣଙ୍କର ସମ୍ପର୍କ ହେବା ପରେ ପରେ ସେ ଆପଣଙ୍କୁ କେବବେବି ମହତ୍ଵ ଦେଉ ନଥିବେ । ଆପଣ ଦୁଇ ଜଣଙ୍କ ମଧ୍ୟରେ ସବୁ ବେଳେ ଛୋଟ ଛୋଟ ଜିନିଷକୁ ନେଇକି ଝଗଡା ହେଉଥିବ । ଆପଣଙ୍କର କିଛି ବି କଥା ତାଙ୍କ ପାଇଁ ମୂଲ୍ୟ ହୀନ ଥିବ । ସେ ସବୁ ବେଳେ ଆପଣଙ୍କୁ ତଳକୁ ଦେଖାଇବାକୁ ଚେଷ୍ଟା କରିବେ । ଆପଣଙ୍କ ଭିଆତରେ ବୁଝାମଣା କମ ଥିବା।

ତୃତୀୟ ଲକ୍ଷଣ – ଆପଣଙ୍କ ଆଗରେ ସେ ନିଜର ଭଲ ପାଇବାର ସର୍ତ୍ତ ରଖିବ । ସେ ଯାହା ବି କହିବେ ଆପଣଙ୍କୁ ସେୟା କରିବାକୁ ପଡିବ । ନ ହେଲେ ଆପଣଙ୍କୁ ତାହାର ଭଲ ପାଇବା ମିଳିବ ନାହିଁ। ସେ ଆପଣଙ୍କୁ ବାର ବାର ଦେଖା କରିବା ପାଇଁ ଡାକିବ । ଆପଣଙ୍କୁ ବ୍ୟବହାର କରିବ ଓ ଆପଣଙ୍କର ବିଷୟରେ ଚିନ୍ତା ନ କରି କେବଳ ନିଜ ପାଇଁ ସୁଖ ଖୋଜିବାରେ ଲାଗିବ ।

ଚତୁର୍ଥ ଲକ୍ଷଣ – ସେ ସବୁ ବେଳେ ଆପଣଙ୍କୁ ବଦଳାଇବାକୁ ଚାହିଁବେ । ସବୁବେଳେ ଆପଣଙ୍କୁ ନିଜ ଆୟତରେ ରଖିବାକୁ ଚାହିଁବେ । ସେ ଆପଣଙ୍କ ଉପରେ ଛୋଟ ଛୋଟ କଥାରେ ରାଗି ଯିବେ । ଆପଣଙ୍କ ଉପରେ ମିଥ୍ୟା ଆରୋପ ଲଗାଇବେ ଓ ଆପଣଙ୍କ ଉପରେ ସବୁ ବେଳେ ଚିଲେଇବେ । ନିଜକୁ କଷ୍ଟ ଦେବାର ଅଭିନୟ କରିବେ । ତାଙ୍କୁ ମନେଇବା ପାଇଁ ଆପଣଙ୍କୁ କାନ୍ଦିବାକୁ ପଡିବ ।

ତେବେ ଯଦି ଆପଣଙ୍କ ପାର୍ଟନର ମଧ୍ୟରେ ଏଭଳି ଲକ୍ଷଣ ଅଛି ତେବେ ଜାଣି ନିଅନ୍ତୁ ସେ ଆପଣଙ୍କୁ ଭଲ ପାଉ ନାହାନ୍ତି କେବଳ ଆପଣଙ୍କର ବ୍ୟବହାର କରୁଛନ୍ତି । ଯଦି ଏହି ଚାରଟି ଗୁଣରୁ କିଛି ବି ଗୁଣ ମିଶେ ଆପଣଙ୍କର ଜୀବନରେ ତେବେ ତୁରନ୍ତ ଏଭଳି ଜୀବନରୁ ନିଜକୁ ମୂକ୍ତ କରାନ୍ତୁ । ନିଜକୁ ଖୁସିରେ ରଖନ୍ତୁ ।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଆମ ପେଜକୁ ଲାଇକ କରନ୍ତୁ ।