3 ଦିନ ଭିତରେ ପ୍ୟାନ-ଆଧାର ଲିଙ୍କ କରନ୍ତୁ, ନହେଲେ ଗଣିବାକୁ ପଡିବ 10 ହଜାର ଟଙ୍କା ଫାଇନ୍, ଘରେ ବସି ଏମିତି କରନ୍ତୁ Pan-Aadhaar Link…

ଆୟକର ବିଭାଗ ଜରୁରୀ ସୂଚନା ଜାରି କରି ଲୋକଙ୍କୁ ସତର୍କ କଲା । ଆଧାରକାର୍ଡ ସହ ପ୍ୟାନକାର୍ଡ ଲିଙ୍କ କରିବା ପାଇଁ ବାକି ରହିଲା ଆଉ ମାତ୍ର 3 ଦିନ । ନହେଲେ 10 ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡିବ । ମାର୍ଚ୍ଚ 31 ତାରିଖ ଭିତରେ ଏହି ଜରୁରୀ କାମ ନକଲେ ରବ୍ଦ ହୋଇଯିବ ଆପଣଙ୍କ ପ୍ୟାନକାର୍ଡ । ଆଉ ରବ୍ଦ ହୋଇଥିବା ପ୍ୟାନକାର୍ଡକୁ ଯଦି କୌଣସି ଜରୁରୀ କାମରେ ବ୍ୟବହାର କରନ୍ତି ତେବେ 10 ହଜାର ଟଙ୍କା ଯାଏଁ ଜୋରିମାନା ମଧ୍ୟ ଲାଗିବ ।

ଜଣାଇ ରଖନ୍ତୁ ଯେ ପ୍ୟାନକାର୍ଡ ଥରେ ବନ୍ଦ ହୋଇଗଲେ ଆର୍ଥିକ ନେଣଦେଣ କ୍ଷେତ୍ରରେ ଆପଣଙ୍କୁ ସମସ୍ଯା ହେବ । ମ୍ୟୁଚୁଆଲ ଫଣ୍ଡ, ଷ୍ଟକ ମାର୍କେଟ ଏବଂ ବ୍ଯାଙ୍କ ଆକାଉଣ୍ଟ ଖୋଲିବା ସହ ଆର୍ଥିକ କାରବାରରେ ଆପଣ ଅସୁବିଧାର ସମୁଖୀନ ହେବେ । କାରଣ ଆଜିର ସମୟରେ ବ୍ଯାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟର କୌଣସି ବିଲ୍ କରିବାରେ ମଧ୍ୟ ନିହାତି ଜରୁରୀ ହୋଇପଡିଛି ପ୍ୟାନକାର୍ଡ ।

ତେବେ ଖାଲି ସେତିକି ନୁହେଁ ବରଂ ପ୍ୟାନକାର୍ଡ ନିଷ୍କ୍ରିୟ ହେବା ସତ୍ତ୍ୱେ ଯଦି କେହି ଏହାକାଉ ଡକ୍ୟୁମେଣ୍ଟ ଆକାରରେ ବ୍ୟବହାର କରେ ତେବେ ତାଙ୍କ ଉପରେ ବଡ ଧରଣର ଜୋରିମାନା ମଧ୍ୟ ଲାଗିପାରେ । ଇନକମ୍ ଟାକ୍ସ ଧାରା 272(B) ଆଧାରରେ ଆପଣଙ୍କୁ 10 ହଜାର ଟଙ୍କାର ଜୋରିମାନା ଭରିବାକୁ ପଡିବ । ତେବେ ଆପଣ ଚାହିଁଲେ ମାତ୍ର ଏକ ହଜାର ଟଙ୍କା ଫାଇନ ଦେଇ 31 ମାର୍ଚ୍ଚ ଯାଏଁ ପ୍ୟାନ-ଆଧାର ଲିଙ୍କ କରିପାରିବେ ।

କାରଣ ପୂର୍ବରୁ ସରକାର ମାଗଣାରେ ଆଧାର-ପ୍ୟାନ ଲିଙ୍କ କରାଉଥିବା ବେଳେ 30 ଜୁନ 2022 ପରଠାରୁ ଏଥିପାଇଁ ଏକ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛି । ଫାଇନ ନଦେଇ ଆପଣ ଆଧାର ସହ ପ୍ୟାନ ଲିଙ୍କ କରିପାରିବେ ନାହିଁ । ଆପଣ ଚାହିଁଲେ ଘରେ ବସି ଆଧାର-ପ୍ୟାନ ଲିଙ୍କ କରିପାରିବେ । ଏଥିପାଇଁ ଇନକମ୍ ଟାକ୍ସ ର ଅଫିସିଆଲ ୱେବସାଇଟ www.incometax.gov.in ରେ ଲଗଇନ କରି କ୍ଵିକ ଲିଙ୍କ ସେକ୍ସନକୁ ଯାଆନ୍ତୁ ଓ ସେଠାରେ ଲିଙ୍କ ଆଧାର ଉପରେ କ୍ଲିକ କରନ୍ତୁ ।

ନୂଆ ୱିଣ୍ଡୋରେ ନିଜ ପ୍ୟାନ, ଆଧାର ଓ ମୋବାଇଲ ନମ୍ବର ଭରନ୍ତୁ । ଏହାପରେ “I validate my Aadhaar details” ବିକଳ୍ପ ଚୟନ କରନ୍ତୁ । ଏଥର ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ OTP ଆସିବ ଏହାକୁ ଲେଖି Validate କରନ୍ତୁ । ତା’ପରେ 1000 ଟଙ୍କାର ଫାଇନ ଭରିବା ପରେ ଆପଣଙ୍କ ଆଧାର ସହ ପ୍ୟାନ ଲିଙ୍କ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।