3 ପ୍ରକାରର ହୋଇଥାଏ ପ୍ରେମ, ଆପଣ କେଉଁ ପ୍ରକାରର ପ୍ରେମ କରୁଛନ୍ତି ? Krishna Vani

ପ୍ରେମ କଣ ଅଟେ ସେମାନଙ୍କୁ ପଚରା ନାହିଁ ଯିଏ ପ୍ରେମକୁ ପାଇଛନ୍ତି ବରଂ ତାଙ୍କୁ ପଚାର ଯିଏ ପ୍ରେମକୁ ହରେଇ ଛନ୍ତି । କାରଣ ପ୍ରେମର ପ୍ରକୃତ ଅର୍ଥ ସେହି ବ୍ୟକ୍ତି ଆପଣଙ୍କୁ ବୁଝାଇ ପାରିବ । ସେହିପରି ଆଜି ଆମେ ଆପଣଙ୍କୁ ପ୍ରମର ତିନୋଟି ସର୍ତ୍ତ ବିଷୟରେ କହିବୁ କାରଣ ପ୍ରେମ ତିନି ପ୍ରକାରର ହୋଇଥାଏ । ୧- ଆପଣଙ୍କୁ ଯାହାବି ମିଳିଛି, ଯିଏ ବି ଆପଣଙ୍କୁ ଭଲ ପାଉଛି ତାଙ୍କୁ ପ୍ରେମ କରନ୍ତୁ । ଏହା ଏକ ବୁଝାମଣା ହୋଇଥାଏ, କାରଣ ଏହା ମଧ୍ୟ ଏକ ପ୍ରକାର ପ୍ରେମ ଅଟେ ।

୨- ଯାହାକୁ ଆପଣ ଭଲ ପାଆନ୍ତି ଏବଂ ଯାହାକୁ ଆପଣ ପ୍ରେମ କରନ୍ତି ସିଏ ଆପଣଙ୍କୁ ମିଳିଯିବ ତାହା ଆପଣଙ୍କର ସଫଳତା ଅଟେ, ଆପଣଙ୍କ ଭାଗ୍ୟ ଅଟେ । କାରଣ ପ୍ରେମ ଭାଗ୍ୟରେ ଥିବା ଲୋକଙ୍କୁ ମିଳେ

୩- ଏହା ଜାଣି ମଧ୍ୟ କି ପଛେ ଆପଣ ତାଙ୍କୁ ଯେତେ ବି ଭଲ ପାଆନ୍ତୁ, ଯେତେ ବି ପ୍ରେମ କରନ୍ତୁ, ଯେତେ ବି ପାଇବାକୁ ଚେଷ୍ଟା କରନ୍ତୁ ସେ ଆପଣଙ୍କୁ କେବେବି ମିଳିବ ନାହିଁ । ତଥାପି ତାଙ୍କୁ ପ୍ରେମ କରିବା ଏହା ପ୍ରକୃତ ପ୍ରେମ ହୋଇଥାଏ । କାରଣ ପ୍ରକୃତ ପ୍ରେମ କେବେବି ବଦଳେ ନାହିଁ । ବହୁତ କମ୍ ଲୋକ ଏହି କଥା ଜାଣିଥାନ୍ତି କି ଯାହାକୁ ସେମାନେ ପାଇବାକୁ ଇଚ୍ଛା ରଖୁଛନ୍ତି ସେ ତାଙ୍କୁ କେବେବି ମିଳିବ ନାହିଁ ।

ତଥାପି ସେ ତାଙ୍କୁ ଭଲ ପାଇ ଥାଆନ୍ତି । ଏମିତି ପ୍ରେମ ଲକ୍ଷରେ କେହି ଜଣେ କରିଥାଏ । ପ୍ରେମ ହେଉଛି ଗୋଟିଏ ଅନୁଭବ ଯାହା ମଣିଷ ଜୀବନରେ ରଙ୍ଗ ଭରିଦିଏ । ଯେଉଁ ମାନେ ପ୍ରମରେ ପଡନ୍ତି ସେମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ ଏହି ସମୟ,‌ ଦିନ ରାତି ଏମିତିକି ପ୍ରତ୍ୟେକ ମୁହୂର୍ତ୍ତ ଚିର ସ୍ମରଣୀୟ ହୋଇ ରୁହେ । ବେଳେବେଳେ ଏମିତି ହୋଇଥାଏ ଆମର ପ୍ରକୃତ ପ୍ରେମ ଆମ ପାଖରେ ଥାଏ କିନ୍ତୁ ଆମେ ତାକୁ ଚିହ୍ନିବାରେ ଭୁଲ କରିଦେଉ ଏବଂ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ଆମକୁ ବହୁତ୍ ଆଘାତ ଦିଏ, ହୃଦୟକୁ ବହୁତ କଷ୍ଟ ହୋଇଥାଏ ।

ଯଦି ଆପଣ କୌଣସି ଝିଅକୁ ଭଲ ପାଆନ୍ତି ଏବଂ ସେ ଆପଣଙ୍କ ପ୍ରମକୁ ବୁଝି ପାରୁନି କି ସ୍ବିକାର କରିବାକୁ ଚାହୁଁ ନାହିଁ ତେବେ ତାକୁ ସ୍ବତନ୍ତ୍ର ଛାଡି ଦିଅନ୍ତୁ । କାରଣ ଆପଣ ଯେତେବି ଚେଷ୍ଟା କଲେ ରେଜଲ୍ଟ ଏକା ଆସିବ ତେଣୁ ତାଙ୍କୁ ସ୍ବତନ୍ତ୍ର ଛାଡ଼ିଦେଲେ ହୁଏତ ସେ ଆପଣଙ୍କ ପ୍ରେମକୁ ବୁଝି ପାରିବ ।

ଏହାଛଡା ବେଳେବେଳେ ଏମିତି ହୁଏ ଆପଣ ଜଣକୁ ଯଦି ଭଲ ପାଆନ୍ତି ଏବଂ ସେ ଆମ ପ୍ରେମକୁ ବୁଝି ପାରୁନାହୁଁ ତଥାପି ଆମେ ତାକୁ ପାଗଳ ପରି ପ୍ରେମ କରନ୍ତି ଏବଂ ସେହି ସମୟରେ ଆଉ ଯଦି କେହି ଆପଣଙ୍କୁ ପ୍ରେମ କରେ ତେବେ ଆପଣ ତା ପ୍ରେମକୁ ନବୁଝି ଅଣଦେଖା କରନ୍ତି । ସେଥିପାଇଁ ଯିଏ ଆପଣଙ୍କୁ ଭଲ ପାଉଛି ତାକୁ ହୃଦୟର ସହ ସ୍ବାଗତ କରନ୍ତୁ ଏବଂ ଏହି ବୁଝାମଣା ପାଇଁ ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ମିଳିବ ।