2 ସପ୍ତାହରେ କେମିତି କମାଇବେ ଓଜନ ? ମାନିବାକୁ ହେବ ବାସ୍ ଏହି ଗୋଟିଏ କଥା, ଦେଖନ୍ତୁ Dietitian Niharika Dash ଙ୍କ ଖାସ ଟିପ୍ସ

ଆଜିର ସମୟରେ ମୋଟାପଣ ସବୁଠୁ ବଡ ସମସ୍ଯା । ଅଧିକାଂଶ ଲୋକଙ୍କ ଠାରେ ମୋଟାପଣ ଦେଖା ଦେଉଥିବା ବେଳେ ଅନେକ ଲୋକ ଏହାକୁ କମ୍ କରିବାକୁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣେଇଥାନ୍ତି । ଅନେକ ଲୋକ ଖାଇବା କେତେ କମ୍ କଲେ ମଧ୍ୟ ପ୍ରତିଦିନ ଚାଲିଲେ ମଧ୍ୟ ଓଜନ କମ୍ ହୁଏ ନାହିଁ । ତେବେ ମୋଟାପଣ କିପରି କମ୍ ହେବ ଏଥିପାଇଁ କଣ କରିବାକୁ ହେବ ଏନେଇ ଆସନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ କିଛି ଖାସ ଟିପ୍ସ ।

କରୋନା ମହାମାରୀ ପରଠାରୁ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଯତ୍ନବାନ ହେଉଥିବା ଦେଖିବାକୁ ମିଳୁଛି । ଆଜିକାଲି ଲୋକମାନେ ଓଜନ କମ୍ କରିବା ସହ ସୁସ୍ଥ ଜୀବନଯାପନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ହେଲେ ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସପ୍ଲିମେଣ୍ଟ ଏବଂ ଡାଏଟ ପ୍ଳାନ ଆପଣାଉଛନ୍ତି । କିନ୍ତୁ ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ସପ୍ଲିମେଣ୍ଟ ନେବା ବିଲକୁଲ ଉଚିତ ନୁହେଁ ।

କିମ୍ବା ଅନ୍ୟ କାହାର ଡାଏଟ ପ୍ଳାନ ଅନୁସରଣ କରି ଓଜନ କମାଇବାକୁ ଚେଷ୍ଟା କରିବା ମଧ୍ୟ ଉଚିତ ନୁହେଁ । ଏଥିପାଇଁ ଡାକ୍ତରଙ୍କ ସହ କିମ୍ବା ଡାଏଟିସିଆନଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଆବଶ୍ୟକ । କାରଣ ଡାଏଟିସିଆନ ଆପଣଙ୍କ ବୟସ, ଉଚ୍ଚତା ଓ ଓଜନକୁ ନେଇ ଆପଣଙ୍କ ହିସାବରେ ଡାଏଟ ପ୍ଳାନ ଦେଇଥାନ୍ତି ।

ଯାହା ପ୍ରଭାବଶାଳୀ ହେବା ସହ ଆପଣଙ୍କୁ କୌଣସି ସମସ୍ଯା ହୋଇ ନଥାଏ । ଓଜନ କମାଇବା ସେତେ ସହଜ ନୁହେଁ । କାରଣ ଯେଉଁ ମାନଙ୍କର ମେଟାବୋଲିଜିମ ଠିକ ଅଛି ସେମାନଙ୍କ ଓଜନ ସହଜରେ କମ୍ ହୋଇଯାଏ । କିନ୍ତୁ ମେଟାବୋଲିଜିମ ସମସ୍ଯା ଥିଲେ ଓଜନ କମାଇବା କଷ୍ଟକର ହୋଇପଡେ । ଏମାନଙ୍କ ଓଜନ କମିବାରେ ସମୟ ଲାଗିବା ସହ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡିଥାଏ ।

ଅନେକ ଲୋକ ଓଜନ କମାଇବା ପାଇଁ ବ୍ରେକଫାଷ୍ଟ ଖାଆନ୍ତି ନାହିଁ । କିନ୍ତୁ ସେଭଳି କରିବା ଉଚିତ ନୁହେଁ । ଗାଡିରେ ଯେମିତି ପେଟ୍ରୋଲ ପଡିଲେ ତାହା ଚାଲେ ଆମ ଶରୀର ମଧ୍ୟ ଠିକ ସେମିତି । ଉଚିତ ଖାଦ୍ୟ ଖାଇବା ଦ୍ଵାରା ସେଥିରୁ ଆମକୁ ଦିନସାରା କାର୍ଯ୍ୟ କରିବାକୁ ଶକ୍ତି ମିଳେ ।

ସକାଳର ବ୍ରେକଫାଷ୍ଟ ଠିକ ଭାବେ କଲେ ଆମ ମେଟାବୋଲିଜିମ ଠିକ ରହିବାରେ ଏହା ସାହାଯ୍ୟ କରିଥାଏ । ଆପଣଙ୍କ ଓଜନ ଏବଂ ବୟସ ଅନୁସାରେ ଆପଣ ଦୈନିକ ଯେତିକି କ୍ୟାଲୋରି ଡାଏଟ ନେବା ଉଚିତ ସେତିକି ନିଅନ୍ତୁ । ଏଥିପାଇଁ ଆପଣ ଡାଏଟିସିଆନଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ।

ଉଚ୍ଚତା ଅନୁସାରେ ଆମ ଓଜନ ବଜାୟ ରଖିବା ନିହାତି ଜରୁରୀ ଅଟେ । ସେଥିପାଇଁ ପ୍ରତିଦିନ ଏକ୍ସରସାଇଜ କରିବା ସହ ସୁଷମ ଖାଦ୍ଯ ଖାଇବା ଦ୍ଵାରା ଆପଣ ନିଜ ଓଜନ ଖୁବ କମ ଦିନରେ କମାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।