କରୋନା ଅପଡେଟ 29 ମାର୍ଚ୍ଚ 2020 ରାତି – ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ 6,78,968 ଜଣ କରୋନା ରୋଗରେ ସଂକ୍ରମିତ ଅଛନ୍ତି ଓ 31,771 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । 1,46,345 ଜଣ ଏହି ରୋଗରୁ ଆରୋଗ୍ୟ ହୋଇ ଫେରିଛନ୍ତି । ଏହି ରୋଗରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଆମେରିକା, ଇଟାଲୀ ଓ ଚୀନ । ଆମେରିକାରେ ଏହି ରୋଗରେ 1,23,781 ଜଣ ସଂକ୍ରମିତ ହୋଇଥିବା ବେଳେ 2,229 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ଓ 3,238 ଜଣ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।

ଇଟାଲୀରେ 92,472 ଜଣ ସଂକ୍ରମିତ ହୋଇଥିବାବେଳ 10,023 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ଓ 12,384 ଜଣ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଚୀନରେ 81,439 ଜଣ ସଂକ୍ରମିତ ହୋଇଥିବା ବେଳେ 3,300 ଜଣଙ୍କର ମୃତ୍ୟୁ ହୋଇ ସାରିଛି ଓ 75,448 ଜଣ ଭଲ ହୋଇ ଫେରିଛନ୍ତି । ବାର୍ତ୍ତମାନ ଜାଣିବା ଆମ ଦେଶ ଭାରତ ବିଷୟରେ । ବର୍ତ୍ତମାନ ଆମ ଦେଶରେ ଏହି ରୋଗରେ 1053 ଜଣ ସଂକ୍ରମିତ ହୋଇ ସାରିଲେଣି ଓ 27 ଜଣଙ୍କର ମୃତ୍ୟୁ ହୋଇ ସାରିଛି ଯେତେବେଲେକି 86 ଜଣ ଲୋକ ଭଲ ହୋଇ ଫେରିଛନ୍ତି । ଓଡିଶାରେ ବର୍ତ୍ତମାନ ସୁଧା 3 ଜଣ ଏହି ରୋଗରେ ସଂକ୍ରମିତ ଅଛନ୍ତି ।

ଭାରତ ଅପଡେଟ – ୨୯ ମାର୍ଚ୍ଚ ରାତି ୮:୨୦ ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: ୧୧୨୭

ମୃତ୍ୟୁ: ୨୭

 

କରୋନାଭାଇରସ ସଂକ୍ରମଣ: ୬,୮୩,୯୩୭ (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: ୩୨,୧୬୨
ସୁସ୍ଥ ହେଇ ସାରିଲେଣି: ୧,୪୬,୪୦୦

ଟୋଟାଲ ଆକ୍ଟିଭ କେସ: ୫,୦୫,୩୭୦
ନର୍ମାଲ କଣ୍ଡିସନ: ୪,୭୯,୯୪୪ ସିରିଅସ ବା କ୍ରିଟିକଲ: ୨୫,୪୨୬

କ୍ରମିକ ସଂଖ୍ୟା ଦେଶ ସଂକ୍ରମିତ ରୋଗୀ ସଂଖ୍ୟା ମୃତ ସୁସ୍ଥ ହେଇ ସାରିଲେଣି
ଆମେରିକା ୧୨୩୮୯୮ ୨୨୩୧ ୩୨୩୮
ଇଟାଲୀ ୯୨୪୭୨ ୧୦୦୨୩ ୧୨୩୮୪
ଚୀନ ୮୧୪୩୯ ୩୩୦୦ ୭୫୪୪୮
ସ୍ପେନ ୭୮୭୯୭ ୬୫୨୮ ୧୪୭୦୯
ଜର୍ମାନୀ ୫୮୨୪୭ ୪୫୫ ୮୪୮୧
ଇରାନ ୩୮୩୦୯ ୨୬୪୦ ୧୨୩୯୧
ଫ୍ରାନ୍ସ ୩୭୫୭୫ ୨୩୧୪ ୫୭୦୦
ଦକ୍ଷିଣ କୋରିଆ ୯୫୮୩ ୧୫୨ ୫୦୩୩
ସୁଇଜରଲ୍ୟାଣ୍ଡ ୧୪୫୯୩ ୨୯୦ ୧୫୯୫
୧୦ ବ୍ରିଟେନ ୧୯୫୨୨ ୧୨୨୮ ୧୩୫
୧୧ ନେଦରଲ୍ୟାଣ୍ଡ ୧୦୮୬୬ ୭୭୧
୨୮ ପାକିସ୍ତାନ ୧୫୨୬ ୧୪ ୨୯
୩୮ ଭାରତ ୧୧୨୭ ୨୭ ୯୦

COVID-19 ବିଶ୍ୱ ମାନଚିତ୍ର ଟ୍ରାକର