ଆଜିର ରାଶିଫଳ, 23 ଫେବୃୟାରୀ 2019, ଶନିବାର – ଶନି ଦେବ ଙ୍କ ଅସୀମ କୃପା ବରଷିବ ଏହି ୩ଟି ରାଶି ଉପରେ

ମେଷ

ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ଚିନ୍ତାର ଭାରରେ ସ୍ଵାସ୍ଥ୍ୟକୁ ହାନି ପହଁଞ୍ଚାଇପାରେ । ବାଦ-ବିବାଦରେ କାହା ସହିତ ସଂଘର୍ଷ ହୋଇପାରେ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ । କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନପୂର୍ବକ ପଦକ୍ଷେପ ଉଠାନ୍ତୁ,ପ୍ରତିକାର : ଅସହାୟ ଓ ବିଧବାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ବୃଷ

ଆଜି ଆପଣଙ୍କୁ ଆପଣଙ୍କର କୌଣସି ବନ୍ଧୁ ସାହାଯ୍ୟ ମାଗି ପାରନ୍ତି । ଏହି ବନ୍ଧୁଙ୍କୁ ବୋଧହୁଏ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅଛି ।  ତାହା ସହିତ ଆପଣ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରନ୍ତୁ ଏବଂ ତାଙ୍କ ଭଲ ପାଇଁ ଆପଣ ସବୁପ୍ରକାର ଚ଼େଷ୍ଟା କରନ୍ତୁ । ହୃଦୟର କୋମଲତା ପ୍ରିୟଜନମାନଙ୍କ ନିକଟକୁ ଆଣିବ । ସ୍ଵଭାବରେ ଭାବୁକତା ଏବଂ କାମୁକତାର ପ୍ରବଳତା ଅଧିକ ହୋଇପା । ସ୍ଵାସ୍ଥ୍ୟ ଦୃଷ୍ଟିରେ ମଧ୍ୟମ ଦିନ ରହିବ । ବିଦ୍ୟାର୍ଥୀ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର :- ଜନ୍ଦା ପିମ୍ପୁଡ଼ି ଙ୍କ ପାଇଁ ଗୁଡ଼ ରଖନ୍ତୁ

ମିଥୁନ

ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ସାଥୀ କାର୍ଯ୍ୟକର୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ପରିବାରରେ ଆନନ୍ଦର ବାତାବରଣ ରହିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ |ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ । ପ୍ରାକୃତିକ ସୌଂଦର୍ଯ୍ୟ ସ୍ଥଳକୁ ପର୍ଯ୍ୟଟନ ହେବ । ବୈବାହିକ ସୁଖର ଭରପୂର ଆନନ୍ଦ ପାଇବେ,ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ ।

କର୍କଟ

ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ । କାର୍ଯ୍ୟଭାର ସଫଳତା ସହିତ ଯଶ ମଧ୍ୟ ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର ରହିବ । ଚାକିରି ବ୍ୟବସାୟର ସ୍ଥଳ ଉପରେ ସହକର୍ମୀ ଗଣ ଆପଣଙ୍କୁ ସହାୟକ ହେବେ,ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ସିଂହ

ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । କାର୍ଯ୍ୟଭାର ଏବଂ ମାନସିକ ଚିନ୍ତାରେ ଆଶ୍ୱସ୍ତି ପାଇକରି ମିତ୍ରମାନଙ୍କ, ସମ୍ବନ୍ଧିମାନଙ୍କ ସହିତ ଖୁସି ପୂର୍ବକଆଜିର ଦିନ ବ୍ୟତୀତ କରିବେ । ବିପରୀତ ଲିଂଗ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ଅନୁଭବ କରିବେ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ,ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କନ୍ୟା

ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି । ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ । ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ । ଚିନ୍ତାର ବୋଝରେ ଆଶ୍ୱସ୍ଥି ଅନୁଭବ ହେବାରେ ଫୁର୍ତ୍ତି ଏବଂ ଉତ୍ସାହ ଅନୁଭବ କରିବେ । ପରିଜନମାନଙ୍କୁ ବିଶେଷ ଧ୍ୟାନ ଦେବେ । ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ,ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ତୁଳା

ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ । ଅଧିକ ଭାବୁକ ରହିବେ, କୌଣସି କଥାରେ ଅସୁବିଧା ହୋଇପାରେ । ମା’ ଙ୍କର ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ହୋଇପାରନ୍ତି । ବାହନ ଚଳାଇବା ସମୟରେ ସାବଧାନ ରହିବେ,ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ବିଛା

ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ । ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ବ୍ୟବସାୟ କିମ୍ବା ବ୍ୟାପାରରେ ଆପଣ ଉତ୍ସାହ ପୂର୍ବକ କାର୍ଯ୍ୟ କରିବେ । ପ୍ରମୋଶନର ପ୍ରସଂଙ୍ଗ ହୋଇପାରେ । ସରକାରୀ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ, ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ଧନୁ

ଆଜି ଆପଣ ଆଶ୍ଚର୍ଯ୍ୟ ହେବେ ,ବହୁଦିନର ସମସ୍ୟାର ସମାଧାନ ଆପଣ କରିଦେଲେ ଯାହା ଆପଣ ବହୁ ଦିନରୁ କରିପାରୁ ନଥିଲେ । ଏହି ସମସ୍ୟା ଆପଣଙ୍କର ପ୍ରିୟଜନ ମାନଙ୍କ ମଧ୍ୟରେ ଚ଼ାଲିଥିଲା ।   ଦିନ ଆନନ୍ଦଦାୟକ ରହିବ, ଉପହାର ଏବଂ ଲାଭରେ ଖୁସି ମିଳିବ । ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସମ୍ଭାବନା ବଢ଼ିବ । ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ,ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ

ମକର

ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ଆଳସ୍ୟ, ଏବଂ ଚିନ୍ତାରେ କାର୍ଯ୍ୟର ଉତ୍ସାହ କମ ହେବ । ସନ୍ତାନଙ୍କୁ ନେଇକରି ଚିନ୍ତିତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗଙ୍କର ନକାରାତ୍ମକ ବ୍ୟବହାର ଆପଣଙ୍କ ଭିତରେ ହତାଶା ସୃଷ୍ଟି କରିପାରେ,ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ

ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଶାରୀରିକ-ମାନସିକ ସୁଖ ମିଳିବ । ସନ୍ତାନମାନଙ୍କର ତରଫରୁ ଶୁଭ ସମାଚାର ମିଳିବ । ଦାମ୍ପତ୍ୟଜୀବନରେ ଜୀବନସାଥୀ ପ୍ରତି ବିଶେଷ ଆକର୍ଷଣ ଅନୁଭବ କରିବେ,ପ୍ରତିକାର :- ପଙ୍ଗୁ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ।

ମୀନ

ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ମାନ-ସମ୍ମାନରେ ବୃଦ୍ଧି ହେବ । ଅଫିସ୍ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିବାର ଉପରେ ଆପଣଙ୍କ ଆତ୍ମବିଶ୍ଵାସ ବଢ଼ିବ,ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ ।