2023 ଦିନିକିଆ ବିଶ୍ଵକପ ପୂର୍ବରୁ ଦ୍ଵନ୍ଦରେ ଟିମ୍ ଇଣ୍ଡିଆ, କିଏ ହେବେ ଅଧିନାୟକ Rohit Sharma ଙ୍କ ଓପନିଂ ପାର୍ଟନର ? ଏହି ଯୁବ ଖେଳାଳିଙ୍କୁ ନେଇ ବଢିଲା ଚର୍ଚ୍ଚା

ଆଇସିସି ଦିନିକିଆ ବିଶ୍ଵକପ 2023 ପାଇଁ ଏବେଠୁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । 2013 ପରଠାରୁ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଲଗାତର ଅସଫଳ ହୋଇ ଆସିଛି । ଗତ ଟି20 ବିଶ୍ଵକପରେ ମଧ୍ୟ ସେମିଫାଇନାଲରୁ ଭାରତକୁ ବିଦା ହେବାକୁ ପଡିଥିଲା । ତେବେ 2023 ଦିନିକିଆ ବିଶ୍ଵକପରେ ଟିମ୍ ଇଣ୍ଡିଆର କାୟାକଳ୍ପ କିପରି ରହିବ ଏହାକୁ ନେଇ ଏବେଠୁ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି ।

ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ବିସିସିଆଇ ସୁଯୋଗ ଦେବ ନା ସେହି ସମାନ ସିନିୟର ଖେଳାଳିଙ୍କୁ ଦଳରେ ସ୍ଥାନ ଦେବ ଏହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି । ତେବେ ବିସିସିଆଇ କଣ ନିଷ୍ପତ୍ତି ନେଉଛି ତାହା ତ ପରେ ଜଣାପଡିବ, କିନ୍ତୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟପ୍ରେମୀ ମାନେ ଅନ୍ଦାଜ ଲଗାଇବା ଆରମ୍ଭ କରିଦେଲେଣି । ବର୍ତ୍ତମାନ ଯୁବ କ୍ରିକେଟର ଶୁଭମାନ ଗିଲ୍ ଓପନର ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।

ଶୁଭମାନ 2022ରେ ମାତ୍ର 11ଟି ଦିନିକିଆ ମ୍ଯାଚ ଖେଳିବାକୁ ସୁଯୋଗ ପାଇଛନ୍ତି । ହେଲେ 104.16 ଷ୍ଟ୍ରାଇକ ରେଟ୍ ସହ 625 ରନ୍ ବନେଇ ପଡ଼ିଛନ୍ତି । ଏଥିରେ 4ଟି ଅର୍ଦ୍ଧଶତକ ଓ ଗୋଟିର ଶତକ ମଧ୍ୟ ସାମିଲ ଅଛି । ଶୁଭମାନ ଗିଲ୍ ଓପନର ଭାବେ ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ ଆସନ୍ତା ବିଶ୍ଵକପରେ ଟିମ୍ ରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରୋହିତ ଶର୍ମା ଦୀର୍ଘଦିନ ଧରି ଫର୍ମରେ ନଥିବା ବେଳେ ପୂର୍ବରୁ ତାଙ୍କ ଦିନିକିଆ ବିଶ୍ଵକପ ରେକର୍ଡ ବେଶ ଭଲ ରହିଛି । ତେବେ ଅଧିନାୟକ ହୋଇଥିବାରୁ ଟିମ୍ ରେ ରୋହିତଙ୍କ ସ୍ଥାନ ପକ୍କା ରହିଛି । ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧାବନ ଲଗାତାର ଟିମ୍ ଇଣ୍ଡିଆର ଦିନିକିଆ ମ୍ଯାଚର ମଙ୍ଗ ସମ୍ଭାଳି ଆସୁଛନ୍ତି । ସିନିୟର ଖେଳାଳି ସହ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ଗତ କିଛି ମ୍ଯାଚରେ ଶିଖର ଧାବନ ଭଲ ବ୍ୟାଟିଂ ମଧ୍ୟ କରୁଛନ୍ତି ।

ତେଣୁ ଧାବନଙ୍କୁ ଦିନିକିଆ ବିଶ୍ଵକପ ଲିଷ୍ଟରୁ ବାହାର କରିବା ସିଲେକ୍ଟରଙ୍କ ପାଇଁ ସହଜ ହେବନି । ସେହିପରି ଉପଅଧିନାୟକ କେଏଲ ରାହୁଲ ଦିନିକିଆ ବିଶ୍ଵକପ ଖେଳିବା ନେଇ ସନ୍ଦେହ ବଢୁଛି । କାରଣ ରାହୁଲଙ୍କୁ ଶେଷଥର ପାଇଁ ଜିମ୍ବାୱେ ବିପକ୍ଷରେ ଦିନିକିଆ ମ୍ଯାଚ ଖେଳିବାର ଦେଖିବାକୁ ମିଳିଥିଲା ।

ଯେଉଁଥିରେ ରାହୁଲ ଏକଦମ ଅସଫଳ ହୋଇଥିଲେ । 2021ରୁ ଏବେ ପର୍ଯ୍ୟନ୍ତ ରାହୁଲ ମାତ୍ର 5ଟି ଦିନିକିଆ ମ୍ଯାଚ ଖେଳିଛନ୍ତି ଓ 107 ରନ୍ ବନେଇଛନ୍ତି । ଏଥିରେ କେବଳ ସାଉଥ ଆଫ୍ରିକା ବିପକ୍ଷରେ ସେ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ । 2023 ବିଶ୍ଵକପ ପୂର୍ବରୁ ଟିମ୍ ଇଣ୍ଡିଆ ଆହୁରି 25ଟି ଦିନିକିଆ ମ୍ଯାଚ ଖେଳିବା ବାକି ଅଛି ।

ସିଲେକ୍ଟରଙ୍କୁ ପ୍ରଭାବିତ କରିବା ପାଇଁ ଏବେବି ଶୁଭମାନ ଗିଲ୍ ଙ୍କ ପାଖେ ଆହୁରି ସୁଯୋଗ ଥିବାବେଳେ ତାଙ୍କୁ ଟିମ୍ ରେ ସ୍ଥାନ ମିଳୁଛି କି ନାହିଁ ଏହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।