୨ ଟି ବାଦାମ ର ଏହି ଘରୋଇ ଉପଚାର ଆପଣଙ୍କ ଚେହେରାକୁ ସବୁ ଦିନ ପାଇଁ ରଖିବ ଯବାନ, ଗାୟବ ହୋଇଯିବ କଳା ଦାଗ ଓ ରିଙ୍କଲ୍ସ, ଜାଣନ୍ତୁ କେମିତି

ଆଗ କାଳରେ ୫୦ ବର୍ଷର ଲୋକ ମଧ୍ୟ ୩୦ ବର୍ଷର ଯୁବକ ପରି ଦେଖା ଯାଉଥିଲେ । କିନ୍ତୁ ଆଜି କାଲିର ବ୍ୟସ୍ତ ଭରା ଜୀବନ ଶୈଳୀ ଓ କୁପୋଷଣ ଯୁକ୍ତ ଖାଦ୍ୟ ଖାଇ ୩୦ ବର୍ଷର ଯୁବକ ଯୁବତୀ ମଧ୍ୟ ବୃଦ୍ଧ ପରି ଦେଖା ଯାଉଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ପାଇଁ ଏକ ଏମିତି ଉପଚାର ନେଇ ଆସିଛି ଯାହାର ବ୍ୟବହାର ଦ୍ଵାରା ଆପଣ ଖୁବ ସୁନ୍ଦର ଓ ଯବାନ ଦେଖାଯିବେ । ଆପଣଙ୍କ ଚେହେରାରୁ ଚର୍ମ କୁଞ୍ଚନ ଓ ରିଙ୍କଲ୍ସ ଭଳି ସମସ୍ୟା ଦୂରେଇ ଯିବ । ବନ୍ଧୁଗଣ ଚେହେରାକୁ ଗୋରା କରିବା ପାଇଁ ଚେହେରାରୁ ରିଙ୍କଲ୍ସ ହଟାଇବା ପାଇଁ, କଳା ଦାଗ, ବ୍ରଣ ଦାଗ ଆଦି ମୂଳରୁ ଶେଷ କରିବା ପାଇଁ ଆମେ ବହୁ ପ୍ରକାରର ବିଉଟି ପ୍ରଡକ୍ଟ ର ବ୍ୟବହାର କରିଥାଉ ।

Image courtesy: Google

କିନ୍ତୁ ଅଧିକାଂଶ ସମୟରେ ଆମ ଚେହେରାରୁ ରିଙ୍କଲ୍ସ ହଟିବା ପରିବର୍ତ୍ତେ ସେହି କେମିକାଲ ପ୍ରଡ଼କ୍ଟ ର ପାର୍ଶ୍ଵପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣି ନ ଥିବେ କି ଆପଣଙ୍କ ଚେହେରା ପାଇଁ ପେସ୍ତା ବାଦାମ ହିଁ ଏକ ମାତ୍ର ରାମବାଣ ଉପାୟ ଅଟେ ।

Image courtesy: Google

ବାଦାମରେ ଭିଟାମିନ E ଭରପୁର ମାତ୍ରାରେ ମିଳିଥାଏ । ଆପଣ ତ ଜାଣିଥିବେ କି ଭିଟାମିନ E ଆମ ସ୍କିନ ପାଇଁ ବହୁତ ଲାଭଦାୟୀ ଅଟେ । ଏମିତିରେ ଯଦି ଆପଣ ବାଦାମ କୁ ନିଜ ସ୍କିନରେ ପ୍ରୟୋଗ କରିବେ ତା ହେଲେ ଏହା ଠାରୁ ଭଲ ବିଉଟି ପ୍ରଡ଼କ୍ଟ ଆଉ କିଛି ହୋଇ ନ ପାରେ । ଏବେ ଜାଣିବା ବାଦାମ ର ପ୍ରୟୋଗ କରିବେ କେମିତି ?

Image courtesy: Google

ସର୍ବ ପ୍ରଥମେ ଆପଣ ୪-୫ ଟି ବାଦାମ ନେଇ ତାହାକୁ ଗୁଣ୍ଡ କରି ତା’ର ପେଷ୍ଟ ବନାନ୍ତୁ । ସେଥିରେ ୧-୨ ଚାମଚ ନଡିଆ ତେଲ ମିଶାନ୍ତୁ । ଏବେ ଏହି ମିଶ୍ରଣକୁ ପ୍ରତିଦିନ ନିଜ ଚେହେରାରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ତା ପରେ ଥଣ୍ଡା ପାଣିରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ । ଏହି ଉପଚାରକୁ ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣ ଏତିକି କରିବେ ଆପଣଙ୍କ ଚେହେରାର ରିଙ୍କଲ୍ସ, କଳା ଦାଗ ଆଦି ଦୂର ହେବା ସହ ଆପଣଙ୍କ ଚେହେରା ବି ଗୋରା ଦେଖା ଯିବାକୁ ଲାଗିବ ।

Image courtesy: Google

ଏହା ସହ ଆପଣଙ୍କୁ ପ୍ରତିଦିନ ବାଦାମ ର ସେବନ ମଧ୍ୟ କରିବାକୁ ହେବ । କାରଣ ପେସ୍ତା ବାଦାମ ର ସେବନ ଦ୍ଵାରା ଆମ ଶରୀରକୁ ଭିଟାମିନ ପ୍ରୋଟିନ ଓ ମିନେରଲ୍ସ ଆଦି ଜରୁରୀ ପୋଷକ ତତ୍ତ୍ଵ ମିଳିଥାଏ ଯାହାକି ଆମକୁ ଯବାନ ରଖିଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।