କରୋନା ଅପଡେଟ 15 ଏପ୍ରିଲ 2020– ଆସନ୍ତୁ ଜାଣିବା ବିଶ୍ଵ, ଭାରତ ଓ ଓଡିଶାର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କଣ ରହିଛି ବିଶ୍ଵ, ଭାରତ ଓ ଓଡିଶାର ସ୍ଥିତି ।

ଭାରତ ଅପଡେଟ – 15 ଏପ୍ରିଲ ଦିନ 12 : 35 ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: 11555

ମୃତ୍ୟୁ: 396

ଭଲ ହୋଇ ସାରିଛନ୍ତି: 1362

ସୌଜନ୍ଯ – ଇଣ୍ଡିଆ କୋଭିଡ-19 ଟ୍ରାକର ORG

ଓଡିଶା ଅପଡେଟ

କରୋନାଭାଇରସ ସଂକ୍ରମଣ: 60

ମୃତ୍ୟୁ: 1

ଭଲ ହୋଇ ସାରିଛନ୍ତି: 18

ସୌଜନ୍ଯ – କୋଭିଡ-19 ଓଡିଶା COM

କରୋନାଭାଇରସ ସଂକ୍ରମଣ: 2000734 (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: 126776
ସୁସ୍ଥ ହେଇ ସାରିଲେଣି: 484831

ଟୋଟାଲ ଆକ୍ଟିଭ କେସ: 1389127
ନର୍ମାଲ କଣ୍ଡିସନ: 1337524 ସିରିଅସ ବା କ୍ରିଟିକଲ: 51603

COVID-19 ବିଶ୍ୱ ମାନଚିତ୍ର ଟ୍ରାକର