୧୩ ଲକ୍ଷ ଟନ ଆଲିଆଗଦାରେ ଲୁଚିରହିଥିଲା ୩୦୦ କୋଟି ଟଙ୍କା, ଏହି IAS ଅଫିସରଙ୍କ କାମ ଜାଣିଲେ ଆପଣ ବି କରିବେ ସଲାମ !

ଯେବେ ଆପଣ ନିଜ ଘରେ ରୁହନ୍ତି ତେବେ ତାକୁ ସଫା ନିଶ୍ଚୟ କରନ୍ତି । ଅଳିଆ ଯେତେବେଳେ ବାହାରେ ଫୋପାଡି ଦିଆଯାଏ ତେବେ ଆପଣଙ୍କ ଘର ତ ସଫା ହୋଇଯାଏ କିନ୍ତୁ ବାହାର ଅଳିଆଗଦା ହୋଇଯାଏ । ଏହି ଚିନ୍ତାଧାରାକୁ ବଦଳାଇବା ପାଇଁ ପିଏମ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିରେ ଯେଉଁଥିରେ ଘର ଅଫିସ ସହିତ ସ୍କୁଲ, କଲେଜ, ସାର୍ବଜନୀକ ସ୍ଥାନ ଓ ପ୍ରତ୍ୟେକ ଜାଗାକୁ ସଫା କରିବା ପାଇଁ କୁହାଯାଇଥିଲା । ଏହି ଅଭିଯାନ ର ପ୍ରଭାବ ବି ଦେଖାଗଲା, କିନ୍ତୁ ସଫଳତା ପୂର୍ଣ୍ଣରୂପେ ମିଳିଲା ନାହିଁ । ଏବେ ବି ଲୋକ ସଫା କରିବାରେ ଧ୍ୟାନ ଦେଉ ନାହାଁନ୍ତି  ଓ ଏହାର ପରିଣାମ ସହରକୁ ଭୋଗିବାକୁ ପଡୁଛି ।

ଭୂମି ଉପରେ ଗଦା ହୋଇଥିଲା ୧୩ ଲକ୍ଷ ଟନ ଅଳିଆ

ବହୁତ ଦିନ ଧରି ଇନ୍ଦୋରର ଘର, ପ୍ରତ୍ୟେକ ଗଳି, ମହଲାର ଅଳିଆ ଗୋଟିଏ ସ୍ଥାନରେ ଗଦା ହେଉଥିଲା । ଲୋକଙ୍କୁ ଧାରଣା ବି ନଥିଲା କି ତାଙ୍କ ଘରୁ ବାହାରୁଥିବା ଅଳିଆ ଯେଉଁ ଜାଗାରେ ଏକାଠି ହେଉଛି ତାହା ୧୩ ଲକ୍ଷ ଟନରେ ବଦଳି ଯାଇଥିଲା । ଲୋକଙ୍କ ଘର ତ ସଫା ହୋଇଗଲା, କିନ୍ତୁ ବାହାରେ ଅଳିଆ ଗଦା ହୋଇ ରହିଲା । ଏହା ଦେଖିବାକୁ ତ ଖରାପ ଲାଗିଥାଏ ତା ସହିତ ଅଳିଆ ଜମି ଉପରେ ପଡି ରହିବାରୁ ସେହି ଜମି ବି କୌଣସି କାମର ନଥିଲା ।

ଆଶିଷ ସିଂହ ଏହି ସମସ୍ୟାକୁ ଗମ୍ଭୀରତା ସହିତ ନେଲେ ଓ ସଫା କରିବାର ପ୍ଲାନିଂ କଲେ । ତାଙ୍କ ପାଇଁ ଏହି ସବୁ ହାସଲ କରିବା ସହଜ ନ ଥିଲା । ଯଦି ସେ ବାହାରୁ ସାହାର୍ଯ୍ୟ ନେଇଥାନ୍ତେ ତାଙ୍କୁ ହାରାହାରି ୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା । ତାଙ୍କ ପାଖରେ ଏତେ ବଜେଟ ନଥିଲା । ଯେମିତି ଦଶରଥ ମାଝୀ ପଥରର ପାହାଡ ଭାଙ୍ଗିଥିଲେ ସେହିପରି ଏହି ଅଳିଆ ପାହାଡକୁ ଆଶିଷ ସିଂହ ନିଜ ସାଥିମାନଙ୍କ ସାହାର୍ଯ୍ୟରେ ହଟାଇଲେ ।

ଅଳିଆ ଗଦାରୁ ବାହାରିଲା ୩୦୦ କୋଟି ଟଙ୍କା

ଏହି କାମ ତାଙ୍କୁ ହାରାହାରି ୬ ମାସ ଲାଗିଗଲା । ଏଥିରେ ତାଙ୍କ ସହିତ ତାଙ୍କ ଟିମ ଥିଲା । ଅଳିଆ ହଟାଇବା ପାଇଁ ପ୍ରଥମେ ସେ ଓଦା ଓ ଶୁଖିଲା ଅଳିଆ କୁ ଅଲଗା କଲେ । ଏଥି ପାଇଁ ସେ ମେସିନର ସାହାର୍ଯ୍ୟ ନେଲେ । ଲୁହା, କାଗଜ, ଟିଣ, ରଦ୍ଦି ଭଳି ଜିନିଷକୁ ଲୁହା ବିକୁଥିବା ଲୋକକୁ ଦେଇ ଦେଲେ ଓ ଅଳିଆରୁ ଯେଉଁ ପ୍ଲାଷ୍ଟିକ ମିଳିଲା ତାକୁ ଇନ୍ଧନରେ ବଦଳାଇ ଦିଆଗଲା । ଯେତେଗୁଡିଏ ରବର ଭଳି ଜିନିଷ ମିଳିଲା ତାକୁ ତରଳାଇ ଦିଆଗଲା ଓ ବିଲ୍ଡିଂ ନିର୍ମାଣର ଜିନିଷ ତିଆରି ହେଲା । ପଲିଥିନର ବ୍ୟବହାର ସିମେଣ୍ଟ ପ୍ଲାଣ୍ଟ୍ସ ଓ ରୋଡ ନିର୍ମାଣରେ ଲଗା ଗଲା ଓ ଧୀରେ ଧୀରେ ସବୁ ଅଳିଆ ହଟାଇ ଦିଆଗଲା ।

ଏବେ ଆପଣ ଭାବୁଥିବେ କି ୩୦୦ କୋଟି ଟଙ୍କା ଏହି ଅଳିଆରେ କେଉଁଠି ଥିଲା । ତେବେ ଆପଣଙ୍କୁ ଜଣାଇ ଦେଉଛୁ କି ଅଳିଆ ପରେ ଯେଉଁ ଜମି ଖାଲି ହୋଇ ସଫା ହୋଇଗଲା ତାହା ୧୦୦ ଏକର ର  ଜମି ଥିଲା ଯାହାକୁ ଅଳିଆ ଅଟକାଇ ରଖିଥିଲା । ଏହି ୧୦୦ ଏକର ଜମିର ମୂଲ୍ୟ ୩୦୦ କୋଟି ଟଙ୍କା ଅଟେ । ଏବେ ଏହି ଜମିକୁ ସିଟି ଫରେଷ୍ଟ ତିଆରି କରିବା ପାଇଁ ବ୍ୟବହାର କରାଯିବ ।

ଆଶିଷ ସିଂହ ନିଜ ଟିମ ସହିତ ମିଶି ଯେଉଁ ପଦକ୍ଷେପ ନେଲେ ସେହି କାରଣରୁ ଇନ୍ଦୋର ହେଲା ସବୁଠୁ ସଫା ସହର । ଗୋଟିଏ ପକ୍ଷରେ ଅଳିଆରୁ ବି ମୁକ୍ତି ମିଳିଗଲା ତା ସହିତ ସରକାରଙ୍କୁ ବି ଜମି ମିଳିଗଲା । ଏହି ପ୍ରକାରର ଭାବନା ଆମ ସମସ୍ତଙ୍କୁ ରଖିବା ଦରକାର ଓ ନିଜର ଆଖ ପାଖକୁ ନୁହେଁ ନିଜ ସହରକୁ ମଧ୍ୟ ସଫା ରଖିବା ବିଷୟରେ ଭାବିବା ଦରକାର ।