୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ର ନିଜ ଅଙ୍ଗଦାନ କରି ହେଇଗଲେ ଅମର, ବଞ୍ଚେଇ ଦେଲେ 6 ଟି ଜୀବନ, ଯାହାଙ୍କ କାହାଣୀ ଶୁଣିଲେ ଆପଣ ମଧ୍ୟ କାନ୍ଦି ପକାଇବେ, ଦେଖନ୍ତୁ video

ପୁଅକୁ ଶେଷ ବିଦାୟ ଦେବା ପୂର୍ବରୁ ମେଡିକାଲ ବେଡ୍ ପାଖରେ ପରିବାର ଲୋକେ ଶେଷ ପ୍ରାର୍ଥନା କରିଥିଲେ । କୋହଭରା ମନ ଓ ଥରଥର ହାତରେ ଶେଷ ଥର ପାଇଁ ପୁଅକୁ ଛୁଇଁ ଦେଉଥିଲେ ପରିବାର ଲୋକେ । କିନ୍ତୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲି ଯାଇଥିବା ଏହି ବାଳକଟି ପୃଥିବୀରୁ ବିଦାୟ ନେବା ପୂର୍ବରୁ ୬ ଜଣଙ୍କୁ ଦେଇ ଯାଇଛି ନୂଆ ଜୀବନ । ୧୦ମ ଶ୍ରେଣୀରେ ପଢୁଥିବା ସୁରଟର ୧୪ ବର୍ଷୀୟ ବାଳକ ଧାର୍ମିକ ଗତ ବର୍ଷେ ହେଲା ଡାଇଲିସିସରେ ବଞ୍ଚୁଥିଲେ ।

ଧୀରେ ଧୀରେ ତାଙ୍କ ଦେହ ଅସୁସ୍ଥ ହୋଇ ପଡିବାରୁ ସେ ଶଯ୍ୟାଶାୟୀ ହୋଇ ଯାଇଥିଲେ । କିଛି ଦିନ ଚିକିତ୍ସା କରିବା ପରେ ଧାର୍ମିକ ବ୍ରେ-ନ ଡେ-ଡ୍ ଘୋଷଣା କଲେ ଡାକ୍ତର । ଆଉ ଏହା ପରେ ପୁଅର ଅଙ୍ଗଦାନ ବିଷୟରେ ଆରମ୍ଭ ହେଲା ବିଚାର ବିମର୍ଶ । ଘରଲୋକେ ରାଜି ହେବା ପରେ ମେଡିକାଲ ପକ୍ଷରୁ ତାଙ୍କର ହାର୍ଟ, ଫୁସଫୁସ, ଦୁଇ ହାତ ଏବଂ ଯକୃତ ଦାନ କରିବା ପାଇଁ ସବୁକିଛି ଠିକ ହୋଇଗଲା । ଏଥିପାଇଁ ସୁରଟରୁ ଅନ୍ୟ ସହରକୁ ଚାରୋଟି ଗ୍ରୀନ କରିଡର ପ୍ରସ୍ତୁତ କରା ଯାଇଥିଲା ।

ସୁରଟର କିରଣ ହସ୍ପିଟାଲରୁ ଧାର୍ମିକଙ୍କ ଦୁଇଟି ଯାକ ହାତ ଯାଇଥିଲା ମୁମ୍ବାଇ । ଆଉ ଏଥିପାଇଁ ଲାଗିଥିଲା ୧୦୫ ମିନିଟ । ସେହିପରି ଦ୍ଵିତୀୟ ଗ୍ରୀନ କରିଡରରେ ଧାର୍ମିକଙ୍କ ହାର୍ଟ ଯାଇଥିଲା ଅହମଦାବାଦ, ଆଉ ଏଥିପାଇଁ ଲାଗିଥିଲା ୯୦ ମିନିଟ । ସେହିପରି ତାଙ୍କ ଫୁସଫୁସ ଯାଇଥିଲା ଚେନ୍ନାଇ, ଯାହା ପାଇଁ ୧୮୦ ମିନିଟ ଲାଗିଥିଲା ।

ଆଉ ଅହମଦାବାଦରୁ ସଡକ ପଥରେ ଯାଇଥିଲା ତାଙ୍କ ଲିଭର । ମହାରାଷ୍ଟ୍ର ପୁନେର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଲାଗିଛି ଧାର୍ମିକଙ୍କ ଦୁଇଟି ଯାକ ହାତ । ତାଙ୍କର ଦୁଇଟି ଯାକ ହାତ ବିଦ୍ୟୁତ ଲାଗି ନଷ୍ଟ ହୋଇ ଯାଇଥିଲା । ହାତ ଟ୍ରାନ୍ସପ୍ଳାଣ୍ଟ କରିବା ଏକ ବିରାଟ ସଫଳତା ବୋଲି ଡାକ୍ତରମାନେ କହିଛନ୍ତି । ସାରା ଭାରତରେ ଏବେ ଏହି ଘ-ଟ-ଣା-ଟି ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ୧୪ ବର୍ଷର ପିଲାଟିଏ ନିଜକୁ ବାଣ୍ଟି ଦେଇ ବଞ୍ଚାଇ ଦେଇଛି ୬ଟି ଜୀବନ ।

ନିଜ ଛୋଟ ପୁଅର ଅଙ୍ଗଦାନ ପାଇଁ ରାଜି ହୋଇଥିବା ଧାର୍ମିକଙ୍କ ପରିବାର ଲୋକଙ୍କୁ ଡାକ୍ତରମାନେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏହି ଦୃଶ୍ୟ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।