କେବଳ ୧୦ ଟଙ୍କାରେ ଏହି ହସ୍ପିଟାଲରେ ହୋଇଥାଏ କ୍ୟାନ୍ସରର ଚିକିସ୍ଛା, ପିଏମ ମୋଦୀ କରିଥିଲେ ଉଦ୍ଘାଟନ

କ୍ୟାନ୍ସର ଏକ ଏମିତି ରୋଗ ଅଟେ ଯାହାର ନାଁ ଶୁଣିବା ମାତ୍ରେ ହିଁ ଲୋକମାନେ ଡରି ଯାଆନ୍ତି । କିନ୍ତୁ ଆଜିର ଜମାନାରେ କ୍ୟାନ୍ସର ଚିକିସ୍ଛା ସମ୍ଭବ ଅଟେ । କିନ୍ତୁ କ୍ୟାନ୍ସର ଭଳି ରୋଗର ଚିକସ୍ଛା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ କିଛି ଗରିବ ଏବଂ ମିଡିଲ କ୍ଲାସ ଲୋକ ମାନଙ୍କର ସାହାର୍ଯ୍ୟ ପାଇଁ କେତେକ ଲୋକମାନେ ଆଗକୁ ଆସିଥାନ୍ତି । ଯେଉଁଥିରେ ଜଣେ ମୋଦୀ ସରକାର ବି ଅଛନ୍ତି ।

ଏମିତିରେ ଗତ ସମୋବାର ଦିନ ସବୁଠୁ ବଡ ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନ (National Cancer Institute) ଆରମ୍ଭ ହେଇ ଯାଇଛି । ଏହି ସଂସ୍ଥା ହରିୟାନାର  ଝଜ୍ଜର ଅଞ୍ଚଳରେ ଖୋଲା ହୋଇଛି । ଏହାର ଉଦ୍ଘାଟନ ନିଜେ ପିଏମ ମୋଦୀ କରି ସାରିଛନ୍ତି । ମୋଦୀ କୁରୁକ୍ଷେତ୍ରରୁ ଭିଡିଓ କନ୍ଫ୍ରେଂସିଂଗ ମାଧ୍ୟମରେ ଏହାର ଓପନିଙ୍ଗ କରିଥିଲେ ।

ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନ ଆରମ୍ଭ ସ୍ଟେଜରୁ ୫୦ ବେଡର ସୁବିଧା ଉପଲବ୍ଧ କରାଯିବ । କିନ୍ତୁ ଏହା ଚେଷ୍ଟା ରହିବ କି ବର୍ଷ ଶେଷ ପର୍ଯ୍ୟନ୍ତ ଏଠି ୪୦୦ ବେଡର ସୁବିଧା ରଖା ଯାଇ ପାରିବ । ବର୍ତ୍ତମାନ ଏଠି ସଂସ୍ଥାରେ ୮୦ – ୧୦୦ ରୋଗୀଙ୍କୁ OPDରେ ଦେଖା ଯାଉଛି । ମାର୍ଚ ମାସ ଠାରୁ ଏଠି ଅପରେଶନ ଥିୟେଟର ଏବଂ ରେଡିୟୋଥେରେପୀ ଭଳି ସୁବିଧା ବି ଆରମ୍ଭ ହୋଇଯିବ । ଏହି ସଂସ୍ଥାନର ନିର୍ଦେଶକ ଡା. ଜିକେ ରଥ କରୁଛନ୍ତି । ଏହି ସଂସ୍ଥାରେ ରୋଗୀ ଦିଲ୍ଲୀର ଏମ୍ସରୁ ରେଫର ହୋଇ ଆସିଥାନ୍ତି ।

ଏହି ନୂଆ ଟେକିନିକ ଦ୍ଵାରା କରାଯିବ ଚିକିସ୍ଛା

ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନରେ କ୍ୟାନ୍ସରର ଟ୍ଯୂମରକୁ ଶେଷ କରିବା ପାଇଁ ପ୍ରୋଟୋନ ଥୈରେପୀ ଟେକନିକ ବି ଉପଲବ୍ଧ ଅଛି । ଏହି ପ୍ରକ୍ରିୟାରେ ଅତ୍ୟାଧୁନିକ ମେସିନ ବି ଆବଶ୍ୟକତା ହୋଇଥାଏ ଯାହାର ଅର୍ଡର ବି ଦିଆସରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରାଇବେଟ ହସ୍ପିଟାଲରେ ଏହି ମେସିନରେ ଚିକିସ୍ଛା କରିବା ପାଇଁ ୨୦ ରୁ ୨୫ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ । କିନ୍ତୁ ଝଜ୍ଜରର ରାଷ୍ଟ୍ରୀଯ କ୍ୟାନ୍ସର ସଂସ୍ଥାନରେ ଏହାର ଫିସ ମାତ୍ର ୧୦ ଟଙ୍କା ଅଟେ । ଏହା OPD ଚାର୍ଜସ ଅଟେ ।

ପ୍ରୋଟୋନ ଥୈରେପୀର ଭଳି ନୂଆ ଟେକନିକର ଖାସ ବିଶେଷତ୍ଵ ଏହା ଅଟେ କି ଏହା ଜରିଆରେ କ୍ୟାନ୍ସର ରୋଗୀଙ୍କୁ କ୍ୟାସର ଗ୍ରସ୍ତ କୋସିକାମାନଙ୍କୁ ହିଁ ଚିହ୍ନଟ କରି କେବଳ ତାକୁ ହିଁ ନଷ୍ଟ କରିଥାଏ । ଏହାର ରେଡିୟେଶନ ଦ୍ଵାରା ତାହାର ଆଖପାଖରେ ଥିବା ସୁସ୍ଥ କୋସିକା ମାନଙ୍କୁ କ୍ଷତି ପହଞ୍ଚି ନଥାଏ ।

ଏହି ଖବରଟିକୁ ସମସ୍ତଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।