10 ଟି ଚତୁର ଓ ଢଗ ଢମାଳି ପ୍ରଶ୍ନ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଢଗ ଢମାଳି ଆଊ ଚତୁରତାର କେତେକ ପ୍ରଶ୍ନ ଏବଂ ଉତ୍ତର । ଏହି ପ୍ରଶ୍ନ ଉତ୍ତର ବହୁତ ଶିକ୍ଷଣୀୟ ଏବଂ ମଜାଦାର ଅଟେ । ଏହି ପ୍ରଶ୍ନ ଉତ୍ତର ଜାଣିବା ପରେ ଏହାକୁ ନିଜ ପରିବାର ଲୋକ,ସାଙ୍ଗ ସାଥି ଙ୍କ ସହିତ ଆଲୋଚନା କରନ୍ତୁ ଏବଂ ଖୁସି ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର।

ପ୍ରଶ୍ନ ୧:-ଗୋଟେ କୂଅ ରେ ୫ ଟି ବେଙ୍ଗ ଥିଲେ। ସେଥିରୁ ଗୋଟେ ବେଙ୍ଗ ମରିଗଲା ତେବେ କୂଅରେ ଆଊ କେତୋଟି ବେଙ୍ଗ ରହିଲେ?

ଉତ୍ତର:- ୫ ଟି

ପ୍ରଶ୍ନ ୨:- ରାତିରେ ଜନ୍ମ ହେଲା ସକାଳେ ଯବାନ ହେଲା,ଦିନ ସରିଗଲେ ଜୀବନ ଚାଲିଗଲା।ତାହା କଣ?

ଉତ୍ତର:- ଖବର କାଗଜ

ପ୍ରଶ୍ନ ୩:-ସଳଖ ମୋର ଗୋଡ଼,ମୁହଁଟି ମୋର ବଙ୍କା। ବଙ୍କା ଲୋକର ପାଖରେ ଥିଲେ ନଥାଏ ତାର ସଙ୍କା।ଏହାର ଉତ୍ତର କଣ?

ଉତ୍ତର:- ବଙ୍କୁଲି ବାଡି

ପ୍ରଶ୍ନ ୪:- ଗୋଟେ ଝିଅ ୧୯୪୦ ମସିହାରେ ଜନ୍ମ ହେଇଥିଲା ଏବଂ ୧୯୫୦ ରେ ମରିଗଲା।ଯେତେବେଳେ ସେ ମରିଲା ତାର ବୟସ ୨୦ ବର୍ଷ ହୋଇଥିଲା। ଏହା କେମିତି ହେଲା ?

ଉତ୍ତର:- ସେ ରୁମ ନମ୍ବର ୧୯୫୦ ରେ ମରିଥିଲା।

ପ୍ରଶ୍ନ ୫:- ଏମିତି କେଉଁ ଜିନିଷ ଅଛି ଯାହା ଆମେ ଖାଇପାରିବା ନାହିଁ କିମ୍ବା ପି ପାରିବା ନାହିଁ କିନ୍ତୁ ତା ବିନା ବଞ୍ଚି ପାରିବା ନାହିଁ?

ଉତ୍ତର:- ଅମ୍ଳଜାନ

ପ୍ରଶ୍ନ ୬:- ଯାଆଁଳା ଆମେ ଭାଇ ଭଉଣୀ ମୁଗ ବିରି କୋଳଥ ଖାଉ ଚଟକିନି । ଏହା କଣ?

ଉତ୍ତର:- ଚକି

ପ୍ରଶ୍ନ ୭:- ଖରାଦିନେ ତାକୁ ଭଲ ପାଉ ଶୀତ ଦିନେ ତାକୁ ଡରିଯାଉ । ସେ କିଏ?

ଉତ୍ତର:-ପାଣି

ପ୍ରଶ୍ନ ୮:-ମୋଡାମୋଡି ହୋଇ ଲମ୍ବି ଥାଏ କିନ୍ତୁ ସାପ ନୁହେଁ। ତେଲ ଦେଇ ଫୁଲ ଚଢ଼ାନ୍ତି କିନ୍ତୁ ଦେବୀ ନୁହେଁ। ତାହା କଣ?

ଉତ୍ତର:-ସ୍ତ୍ରୀ ଲୋକଙ୍କ ବେଣୀ

ପ୍ରଶ୍ନ ୯:-ତାହା କେଉଁ ଜିନିଷ ଅଟେ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି?

ଉତ୍ତର:- ଜନ୍ମ ଦିନର କେକ

ପ୍ରଶ୍ନ ୧୦:- ଗରମ ହେଲେ ସେ ବଞ୍ଚିଥାଏ ପବନ ହେଲେ ସେ ମରିଯାଏ। ତାହା କଣ?

ଉତ୍ତର:- ଝାଳ

ଏହା ଥିଲା ଆଜିର ୧୦ ଟି ମଜାଦାର ପ୍ରଶ୍ନ ଉତ୍ତର।ଆଶା କରୁଛୁ ଆପଣଙ୍କୁ ଭଲ ଲାଗିଥିବା ଏବଂ ଆପଣଙ୍କୁ ଆଗାମୀ ସମୟରେ ନିହାତି କାମରେ ଆସିବ।ଏହି ପରି ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ।