ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ? ୧୭ ଜାନୁୟାରୀ, ୨୦୧୮

ଆଜିର ରାଶିଫଳ: ୧୭ ଜାନୁୟାରୀ, ୨୦୧୮

ମେଷ-

ଆଜି ଆପଣ କୌଣସି ସ୍ୱାର୍ଥ ନଥିଲେ ସହାୟତା କରନ୍ତୁ । ଏଥିରୁ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣଙ୍କ ପାଇଁ ସମ୍ପର୍କର ମହତ୍ତ୍ୱ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ନିଜ ପ୍ରିୟଜନମାନଙ୍କ ସହିତ ସମୟ କଟାଇଲେ ଆପଣଙ୍କୁ ବହୁତ ଖୁସି ଲାଗିବ ।

ବୃଷ-

ଗୋଟିଏ ପକ୍ଷରେ ଆପଣ ସାମାଜିକ ସମାରୋହରେ ଭାଗ ଲେବାପାଇଁ ଚ଼ାହିଁବେ ଏବଂ ଅନ୍ୟ ପକ୍ଷରେ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କାର୍ଯ୍ୟ ଯେପରି ଠିକ୍ ସମୟରେ ପୁର୍ଣ୍ଣ ହୁଅନ୍ତୁ ।

ମିଥୁନ-

ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ ।

କର୍କଟ-

ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ । ଆଜି ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି ।

ସିଂହ-

ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ ।

କନ୍ୟା-

ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ । ଏହି ଉପହାର ପାଇଁ ଆପଣ ବନ୍ଧୁଙ୍କୁ ଧନ୍ୟବାଦ ଦିଅନ୍ତୁ ।

ତୁଳା-

ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ । ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ ।

ବିଛା-

ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ଧନୁ-

ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି ।

ମକର-

ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ ।

କୁମ୍ଭ-

ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ ।

ମୀନ-

ଆଜି ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଆଜି ଆପଣଙ୍କ ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ ।