ସେପ୍ଟେମ୍ବର ୨୩, ୨୦୧୮, ରବିବାର – ଆଜିର ରାଶିଫଳ – ଆଜି ଦିନଟି କିପରି କଟିବ : ଏହି 4ଟି ରାଶିପାଇଁ ଆଜି ଦିନଟି ବହୁତ ଭଲ ରହିବ।

ଆଜିର ରାଶିଫଳ, ୨୩ ସେପ୍ଟେମ୍ବର ୨୦୧୮

ମେଷ-

ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ। ରାଜନୀତିରେ ସଫଳତା ମିଳିବ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ମାନସିକ ଶାନ୍ତି ଓ ଦୌଡ-ଧୂପରେ ଶାନ୍ତି ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ। ପରାକ୍ରମ ବଢିବ। ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ମହିଳାମାନେ ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବୃଷ-

ମାନସିକ ଶାନ୍ତି ଓ ଦୌଡ-ଧୂପରେ ଶାନ୍ତି ଅନୁଭବ କରିବେ। ସମସ୍ତ ଚିନ୍ତା ଦୂର ହେବ। ପରିଶ୍ରମ କଲେ ଧନ ପ୍ରାପ୍ତି ହେବ। ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ।ରାଜନୀତିରେ ସଫଳତା ମିଳିବ। ପିଲାମାନଙ୍କ କାର୍ଯ୍ୟରେ ବ୍ୟଥିତ ହେବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ।  ଭାଇଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହେବ। ପରାକ୍ରମ ବଢିବ। ଲୋକମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ମହିଳାମାନେ ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ପ୍ରତିକାର:- ମସୁରଡାଲି ଧର୍ମସ୍ଥାନରେ ଦେବେ।

ମିଥୁନ-

ଟଙ୍କାର ଆବଶ୍ୟକତା ପୂରଣ ହେବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ବ୍ୟବସାୟୀକ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ମନ ଓ ଶରୀର ଭଲ ରହିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ଏହି ୨ଟି ରାଶି ପାଇଁ ଅକ୍ଟୋବର ମାସରେ ଖୋଲିଯିବ ଭାଗ୍ୟର ତାଲା, ହେବ ଧନର ବର୍ଷା।

କର୍କଟ

ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ଅଭାବ ଦେଖାଦେବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ସବୁ ଭଲଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ। କୋର୍ଟ କଚେରୀ ମାମଲାର ଶୁଣାଣି ଯୋଗେ ବ୍ୟସ୍ତତା ବଢିଯିବ। ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ସିଂହ-

ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ଶତୃ ଓ ବିରୋଧୀମାନେ କୌଣସି କ୍ଷତି କରିପାରିବେ ନାହିଁ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। ପତ୍ନୀ, ସନ୍ତାନ ଓ ପରିବାରରେ ସମୟ ବିତେଇବେ। କୌଣସି ମହିଳାଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ। ମାତା-ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ। ପ୍ରତିକାର:-ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତୁକୁ ଗ୍ରହଣ କରନ୍ତୁ ନାହିଁ।

କନ୍ୟା-

ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ନୂତନ ବସ୍ତୁ କ୍ରୟ କରିପାରିବେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ଓ ଆର୍ଥିକସ୍ଥିତିରେ ସୁଧାର ଆସିବ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପାରିବାରିକ ସ୍ତରରେ ବୁଝାମଣା ଠିକ୍ ଯୋଗେ ସୁଖ ଶାନ୍ତି ପ୍ରାପ୍ତି ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ମହିଳାମାନଙ୍କର ବୈଷୟିକ କ୍ଷେତ୍ରରେ ଅଯଥା ଧାଁଦୌଡ ଯୋଗୁ ଆଶାତୀତ ଧନ ଲାଭହେବ। ପ୍ରତିକାର-ଷଣ୍ଢକୁ ଗୁଡରୁଟି ଖୁଆନ୍ତୁ।

ତୁଳା-

ଅନେକ ଶୁଭ କର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ ଓ ମଥାନତ କରିବେ। ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ବ୍ୟବସାୟରେ ସାମାନ୍ୟ ଲାଭ। କର୍ମକ୍ଷେତ୍ରରେ ଅସନ୍ତୋଷ, ସହକର୍ମୀଙ୍କ ସହ ବିବାଦର ସମାଧାନ ହେବ। ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ। କର୍ମ ମୁଖରତା ଯୋଗେ ବିଛିନ୍ନ ହୋଇ ପଡିବା ଅସମ୍ଭବ ନୁହେଁ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା-

ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ। ଧନ ପାଇବାର ରାସ୍ତା ଖୋଲିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ କେତେକ କ୍ଷେତ୍ରରେ ବିଫଳ ହେବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ। ଏପରିକି ନିମ୍ନବର୍ଗର କେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବ। ପ୍ରତିକାର- ଗୁଡରୁଟି ଗାଈକୁ ଖୁଆନ୍ତୁ।  

ଏହା ଭିତରୁ ବାଛନ୍ତୁ କୌଣସି ଗୋଟେ ପଥର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା।

ଧନୁ-

କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଗୃହରେ ଶୁଭ କାର୍ଯ୍ୟ ମଧ୍ୟ ହୋଇପାରେ। ଧନ ଲାଭ ସହିତ ଜିମ୍ମେଦାରୀ ବଢିଯିବ। ବାହନ ଆଦି କ୍ରୟ କରିପାରିବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଅଚାନକ ଭାବରେ ଦୂରଯାତ୍ରା କରିବେ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ମକର-

ମାନସିକ ଶାନ୍ତି ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଶତୃମାନେ ଦୂରେଇ ଯିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରଟି ସୁଦୃଢ ହେବ। ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରି କିଛି ଦାନ ଦିଅନ୍ତୁ।

କୁମ୍ଭ-

ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ। କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା  ଓ ମାଲିମକଦ୍ଦମାର ଅବସାନ ହେବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ମୀନ-

ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ସାମାଜିକ ପତିଆରା ଅମଳିନ ରହିବ। ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ନିଜଲୋକଙ୍କ ଶତ୍ରୁତା ଫଳରେ ମନରେକ୍ଷୋଭ ଓ ହତାଶଭାବ ଦେଖା ଦେବ। ଶରୀର ଭଲ ରହିବନାହିଁ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri, 993755198