ଶେଷ ନିଶ୍ବାଶ ଛାଡିବା ପୂର୍ବରୁ ସୁଷମାଙ୍କ ଶେଷ ଟ୍ୱିଟ୍ ମୋଦିଙ୍କ ପାଇଁ ଥିଲା ! ଦେଖନ୍ତୁ ଟ୍ୱିଟ୍‌ରେ କ’ଣ ଲେଖିଥିଲେ ସୁଷମା

ମଙ୍ଗଳବାର ରାତ୍ରିରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଗତ କାଲୀ ରାତିରେ ହୃଦଘାତ ଯୋଗୁ ତାଙ୍କୁ ଏମ୍ସରେ ଭର୍ତ୍ତି କରା ଯାଇଥିଲା। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଷମା ସ୍ବରାଜ ଧାରା ୩୭୦ ଉଚ୍ଛେଦକୁ ନେଇ ଟ୍ୱିଟ୍ ମଧ୍ୟ କରିଥିଲେ । ମାତ୍ର ୪ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ସୁଷମା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ଦ୍ୱିତୀୟ ମହିଳା ବୈଦଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମୋଦି ସରକାରଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ ସୁଷମା । ସେ ଟ୍ୱିଟ୍ ରେ ଲେଖିଥିଲେ ଯେ, “ମୋ ଜୀବନରେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି ।”  ସୁଷମା ୭ ଥର ସାଂସଦ ରହିଥିବା ବେଳେ ୩ଥର ବିଧାୟିକା ରହିଥିଲେ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।