ଆଜିର ରାଶିଫଳ, 9 ଡିସେମ୍ବର 2018 ରବିବାର – ଶନି ମଙ୍ଗଳ ହେଲେ ଏକାଠି ଏହି ୩ ରାଶିର ସବୁ କାମ ହେଇଯିବ

ମେଷ:-

କର୍ମ କ୍ଷେତ୍ରରେ ଚତୁରତାସହ କାମ ହାସଲ କରିବେ । ଦୂରସ୍ଥାନକୁ ଯାତ୍ରା କରିବେ । ମଉଜ-ମସ୍ତିରେ ସମୟ କଟିପାରେ । ପରିସ୍ଥିତିରେ ପଡି ଧାରକରଜ କରିବାକୁ ବାଧ୍ୟ ହେବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେବ । ଧାର୍ମିକ କାର୍ଯ୍ୟରେ ରୁଚି କମ୍ ରହିବ । ଖାଦ୍ୟପେୟ ନିୟନ୍ତ୍ରଣ ନକଲେ ସ୍ୱାସ୍ଥ୍ୟରେ ଅବନତି ହେବ । ମୁଣ୍ଡ ବିନ୍ଧା, ହାତ ଗୋଡ ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିବେ । ପ୍ରେମ ରୋମାନ୍ସରେ ତିକ୍ତତା ସୃଷ୍ଟି ହେବ । ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ ।

ବୃଷ:-

ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ ଓ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ । ସନ୍ତାନଙ୍କ ସମ୍ବନ୍ଧରେ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପ୍ରତିକାର:- ବୃଦ୍ଧାଙ୍କର ସେବାକରନ୍ତୁ ଓ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । କର୍ମଚାରୀଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ପରିବାର ଏବଂ ସାଙ୍ଗସାଥିଙ୍କ ଠାରୁ ଦୂରରେ ରହିବେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ସ୍ୱାସ୍ଥ୍ୟପାଇଁ ଚିନ୍ତିତ ରହିବେ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

କର୍କଟ:-

କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର କରିବେ । ମହିଳାମାନେ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ମିଳିବ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ରାଜନୀତି ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣିବେ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-

କର୍ମକ୍ଷେତ୍ରରେ ଶୁଭ ସୂଚନା ପାଇବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ଓ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଓ କ୍ଷାତି ବଢିବ । ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ ।

କନ୍ୟା:-

ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ପ୍ରତିକାର– ବୁଟଡାଲି ମନ୍ଦିରରେ ଦାନ କରନ୍ତୁ ।

ତୁଳା:-

କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବାଧା ଆସିବ । କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ । ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜିବ । ଆର୍ଥିକ ସ୍ଥିତିରେ ବାଧା ହେବା ସହ ଶତୃ ବୃଦ୍ଧି ହେବ । ରୋଗ ଓ ଋଣର ଶିକାର ହେବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ବିଛା:-

ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ । ସୁଖ ସମୃଦ୍ଧି ବୃଦ୍ଧି ହେବ । ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ହେବ । ଦାମ୍ପତ୍ୟ ସୁଖରେ ବାଧା ଆସିବ । ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-

ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟହେବ । କର୍ମ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରିବେ । କଠିନରୁ କଠିନତମ କାର୍ଯ୍ୟକୁ ଧୈର୍ଯ୍ୟରସହ ସମ୍ପାଦନ କରିପାରିବେ । ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

କୁମ୍ଭ:-

ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ପ୍ରତିକାର– ଆରାଧ୍ୟାଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମୀନ:-

ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଆୟୋଜନ ମଧ୍ୟ କରେଇବେ । ହୋଟେଲ୍, ତେଲବ୍ୟବସାୟୀ, କଳାକାର, ରାଜନୈତିଜ୍ଞ, ଶିଳ୍ପକାର, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଙ୍ଗ ଓ ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତି ରକ୍ଷା କରିବା ଫଳରେ ମାନ-ପ୍ରତିଷ୍ଠା ବଢିବ । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ପାଠପଢ଼ାରେ ମନଯୋଗ ଦେବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।