ଆଜିର ରାଶିଫଳ 8 ମେ 2019, ବୁଧବାର – ମା ଦୁର୍ଗା ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ:-

ଉଚ୍ଚାଧିକାରୀ, ସହକର୍ମୀ,  ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଶିକ୍ଷାଖେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ମହିଳାମାନଙ୍କର ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ପାଇବା ସମ୍ଭବ ହେବ । ପ୍ରତିକାର- କୌଣସି ପିଲାକୁ ମିଠା ଖାଇବାକୁ ଦେବେ ।

ବୃଷ:-

କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ । କରଜ ଭାରରୁ ମୁକ୍ତି ମିଳିବ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ମହିଳାମାନଙ୍କର କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ରାଜନୈତିକ କ୍ଷେତ୍ରରେ ଉପରିସ୍ଥ କର୍ମକର୍ତ୍ତା ଆପଣଙ୍କର ସହଯୋଗ ଲୋଡିବେ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-

ବ୍ୟବସାୟୀମାନେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ମହିଳାମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ରାଜନୈତିକ କ୍ଷେତ୍ରରେ ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କର୍କଟ:-

ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ । ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।

ସିଂହ:-

ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ସରକାରୀ କର୍ମଚାରୀ ମାନେ ପ୍ରତିଷ୍ଠାର ଅଧିକାରୀ ହେବେ । ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । କୃଷିଜୀବିମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

କନ୍ୟା:-

ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବାସହ ଅର୍ଥଲାଭର ଯୋଗ ରହିଛି । କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ  ନୂତନ  ବ୍ୟବସାୟର ଯୋଜନା କରିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ପ୍ରାପ୍ତି ହେବ । ଅଳଙ୍କାର କ୍ରୟ କରିବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ପ୍ରତିକାର- ମୁହଁ ମିଠା କରି ଘରୁ ବାହାରନ୍ତୁ ।

ତୁଳା:-

ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବିଚ୍ଛା:-

ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସହ ଦାମ୍ପତ୍ୟ ସମସ୍ୟା ସମାଧାନ ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ମହିଳାମାନେ ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ କରି ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ପ୍ରତିକାର:- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ଧନୁ:-

ପାରିବାରିକ ଦ୍ଵନ୍ଦର ଅବସାନ ଘଟିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଜନସେବାରେ ନିଜକୁ ନିୟୋଜିତ କରି ଆଶାତୀତ ଲାଭ ପାଇବେ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଦୂର ସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର- ମୁହଁ ମିଠା କରି ଘରୁ ବାହାରନ୍ତୁ ।

ମକର:-

ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । ଚାକିରୀଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଘରୋଇ କର୍ମଚାରୀମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ରାଜନୀତିରେ ଲୋକ ସମ୍ପର୍କକୁ ଆଧାରକରି ତିଷ୍ଠି ପାରିବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ବିଦ୍ୟାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ମହିଳାମାନଙ୍କର ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ମହିଳାମାନେ ସୁଯୋଗ ପାଇ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ । ବ୍ୟବସାୟରେ ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହୋଇ ପରେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ପ୍ରତିକାର:- ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର ଢ଼ାଳନ୍ତୁ ।

ମୀନ:-

ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ମନଅଧିକ ପ୍ରଭାବିତ ହେବ । ଛାତ୍ର ଛାତ୍ରୀ ମାନଙ୍କର ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ସୁଖ ସମ୍ପଦ ପ୍ରାପ୍ତି ଓ ବ୍ରତ, ଉପାସନାରେ ବ୍ରତୀ ହେବେ । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।