ଆଜିର ରାଶିଫଳ, 7 ମାର୍ଚ୍ଚ 2019, ଗୁରୁବାର – ମା ଲକ୍ଷ୍ମୀ ଆଜିଠୁ ୭ ଦିନ ଯାଏ ଏହି ୫ଟି ରାଶିର ସବୁ କାମ ପୂରଣ କରିବେ

ମେଷ

ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ । ଆଜି ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି । ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ । ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ । ଯାତ୍ରା କରିପାରନ୍ତି । ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ, ପ୍ରତିକାର: କେଶର, ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବୃଷ

ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଆଜିର ଦିନ ଆପଣଙ୍କ ଭିତରେ ଛୁପିରହିଥିବା ଲେଖକ କିମ୍ବା କଲାକାରକୁ ନିଜର କଳା ଦେଖାଇବାକୁ ଅବସର ମିଳିବ । ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ, ପ୍ରତିକାର :- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ ।

ମିଥୁନ

ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ । ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ । ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ । ଆଜି ଆପଣ ଆର୍ଥିକ ମାମଲାରେ ଉଚିତ ଯୋଜନା ବନାଇପାରିବେ । ଅନ୍ୟ ଲୋକମାନଙ୍କର ସହାୟତା କରିବାର ପ୍ରଯତ୍ନ କରିବେ । ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ । ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ

କର୍କଟ

ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ ।  ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ ।  ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ , ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ । ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗଅଛି ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ ଅଛି, ପ୍ରତିକାର : ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ସିଂହ

ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି , ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ । ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ । କିନ୍ତୁ ବୌଦ୍ଧିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆଜି ଲେଖନ ପ୍ରବୃତ୍ତି କିମ୍ବା ସାହିତ୍ୟ ସମ୍ବନ୍ଧିତ କୌଣସି ପ୍ରବୃତ୍ତି ଭଲ ଭାବରେ ନିଭାଇ ପାରିବେ । ଏଥିପାଇଁ ଆପଣ ଯୋଜନା ମଧ୍ୟ ବନାଇ ପାରିବେ |ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ, ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ । ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ । ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ । ତାଙ୍କର ସହଯୋଗ ମଧ୍ୟ ମିଳିପାରେ । ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ । ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ । ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ । ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ । ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି । ପ୍ରତିକାର:-ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ତୁଳା –

କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ । ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣଙ୍କ ଘର ଏବଂ କାର୍ଯ୍ୟସ୍ଥଳ ଉପରେ ଉତ୍ତମ ବାତାବରଣ ରହିବାରୁ ବହୁତ ପ୍ରସନ୍ନତା ରହିବ । ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି |ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ । ଉଚ୍ଚ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ଆଜି ସଫଳତାପୂର୍ବକ ସଂପନ୍ନ ହେବ, ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ । ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ । ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ । ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି, ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ

ଧନୁ

ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଅଟେ । ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଆୟ ବଢ଼ିବ, ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ମକର

ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ଆଜି ଆପଣ ପ୍ରଫୁଲ୍ଲିତ ରହିବେ । ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ ଆଜି କରିପାରନ୍ତି । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ । କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ । ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

କୁମ୍ଭ

ଆଜି ଆପଣଙ୍କୁ ବହୁତ ଧନ, ମାନ, ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି, ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ । ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି , ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ । ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ । ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ । ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି । ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ, ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ମୀନ

ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ । ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ । ଏହାକୁ ଉପଭୋଗ କରିବେ । ବିଦେଶରୁ ଆସୁଥିବା ଖବର ଜରୁରୀ ନୁହେଁ ଯେ ଆପଣଙ୍କ ପାଇଁ ଶୁଭ ହେବ । ଯେଉଁ ଖବର ପାଇଁ ଆପଣ ଆଶାୟୀ ଥିଲେ ସେ ଖବର ହୁଏତ ଆପଣଙ୍କୁ ମିଳି ନପାରେ । ଧର୍ଯ୍ୟ ଧରି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି । ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।