ଆଜିର ରାଶିଫଳ, 7 ଫେବୃୟାରୀ 2019, ଗୁରୁବାର – ଆଜିଠାରୁ ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ:-

କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସ । ଫଲ୍ୟ ହେବ । ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ ।   ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ସାମାଜିକ ପତିଆରା ଅମଳିନ ରହିବ । କାର୍ଜ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ । ଆୟ ଉପାର୍ଜନରେ ବାଧା ନାହିଁ । ଆକସ୍ମିକ ଧନହାନୀ ହେତୁ ମନରେ ଦୁଃଖ ପ୍ରକାଶ ହେବ ।

ବୃଷ:-

ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଅନ୍ୟର ଉପକାର କରି ପ୍ରଶଂସା ପାଇବେ । କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିସହିବେ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହୁଅନ୍ତୁ । ବେପରୁଆ କାର୍ଯ୍ୟ କଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ ।

ମିଥୁନ:-

ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପାରିବାରିକସ୍ତର ହସ ଖୁସିରେ କଟିବ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ମହିଳାମାନଙ୍କର ରାଜନୀତିରେ ସଫଳତା ମିଳିବ ଓ କର୍ମକ୍ଷେତ୍ରଟି ସୁଦୃଢ ହେବ ।

କର୍କଟ:-

ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ଶୁଭ ଖବର ପାଇ ଖୁସି ହେବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ଅର୍ଥନୀତିର ବିପଦରୁ  ମୁକ୍ତ ହେବେ । କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ ।

ସିଂହ:-

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକରହେବ । ପାରିବାରିକ କ୍ଷେତ୍ରରେ କିଛି ଭୁଲ ବୁଝାମଣା ଯୋଗୁ ମାନସିକ ଦ୍ଵନ୍ଦ ଭିତରେ ଗତି କରିବେ । ବନ୍ଧୁବାନ୍ଧବ ମାନେ ଦୂରେଇଯିବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଆନନ୍ଦ ରହିବ । କେତେକ କ୍ଷେତ୍ରରେ ସାମାନ୍ୟ ସୁବିଧା ପାଇବେ । ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ ।

କନ୍ୟା:-

କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ ।

ତୁଳା:-

ଯାନବାହାନ ବ୍ୟବସାୟରେ ବେଶ୍ ଆନନ୍ଦ ପାଇବେ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ନୀରବତା ରକ୍ଷାକରି ପରିସ୍ଥିତିକୁ ସମର୍ପଣ କରିଦେବା ଉତ୍ତମ ହେବ । ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ନିଜେ ସାମାନ୍ୟ ଚେଷ୍ଟା କଲେ ବାକିଥିବା ଅର୍ଥ ପାଇବେ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ।

ବିଛା:-

ସୁଯୋଗ ହାତପାହାନ୍ତାରେ ଥାଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ । ସ୍ଵାସ୍ଥ୍ୟରେ ଉନ୍ନତି ଓ ସମ୍ମାନଜନକ ଘଟଣା ଘଟି ପାରେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ଅତି ସହଜରେ ବାକିଥିବା ଅର୍ଥ ପାଇବେ । ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ । ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ଅତି ସହଜରେ ବାକିଥିବା ଅର୍ଥ ପାଇବେ ।

ଧନୁ:-

ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଦୂରେଇ ଜିବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ପିଲାମାନଙ୍କ ପାଠପଢା ନେଇ ଚିନ୍ତିତ ରହିବେ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ ।

ମକର:-

ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ । ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । କର୍ମ ଓ ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ ।

କୁମ୍ଭ:-

ପାଖ ପଡୋଶିଙ୍କ ଦ୍ଵାରା ଅନେକ ସମସ୍ୟା ସମାଧାନ ହେବ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଏକାଗ୍ରତା ଆସିପାରିବ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ନିଜର ପ୍ରତ୍ୟୁତ୍ମନମତିତା କାରଣରୁ ଖୁସିଗପ ଓ ମଉଜ ମଜଲିସ୍ କରିବେ ।

ମୀନ:-

ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହଁ । ଇ ପାରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ ।