ଆଜିର ରାଶିଫଳ, 5 ଫେବୃୟାରୀ 2019, ମଙ୍ଗଳବାର – ଆଜିଠୁ ହନୁମାନ ଏହି ୪ଟି ରାଶିର ସବୁ ଦୁଃଖ ଦୂର କରିବେ

ମେଷ

ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ । ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ସାଥୀ କାର୍ଯ୍ୟକର୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ପରିବାରରେ ଆନନ୍ଦର ବାତାବରଣ ରହିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ |ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ । ପ୍ରାକୃତିକ ସୌଂଦର୍ଯ୍ୟ ସ୍ଥଳକୁ ପର୍ଯ୍ୟଟନ ହେବ । ବୈବାହିକ ସୁଖର ଭରପୂର ଆନନ୍ଦ ପାଇବେ,ପ୍ରତିକାର :- ଗୋଟାମୁଗ ମନ୍ଦିରରେ ଦାନ କରନ୍ତୁ ।

ବୃଷ

ଆଜି କାଲି ଅଧ୍ୟୟନସମୟ ଦୀର୍ଘ ହୋଇଥିବାରୁ ପିଲାମାନେ ପାଠପଢାପ୍ରତି ଏକ ବିରକ୍ତି ଭାବ ଆସିପାରେ କିନ୍ତୁ ଏସବୁମଧ୍ୟରେ ସମତୁଲତାର ସହ ସାମାଜିକ ଏବଂ ବୈଧିକ ଜୀବନକୁ ବିକାଶ କରନ୍ତୁ ଓ ଅନ୍ୟାନ୍ୟ ସବୁ ଉତ୍ତମ ହେବ । ହୃଦୟର କୋମଲତା ପ୍ରିୟଜନମାନଙ୍କ ନିକଟକୁ ଆଣିବ । ସ୍ଵଭାବରେ ଭାବୁକତା ଏବଂ କାମୁକତାର ପ୍ରବଳତା ଅଧିକ ହୋଇପା । ସ୍ଵାସ୍ଥ୍ୟ ଦୃଷ୍ଟିରେ ମଧ୍ୟମ ଦିନ ରହିବ । ବିଦ୍ୟାର୍ଥୀ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ,ପ୍ରତିକାର :- ଜନ୍ଦା ପିମ୍ପୁଡ଼ି ଙ୍କ ପାଇଁ ଗୁଡ଼ ରଖନ୍ତୁ

ମିଥୁନ

ଆଜି ଆପଣ ନିଜର ଉଗ୍ରସଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ, ନ ହେଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ । କାର୍ଯ୍ୟଭାର ସଫଳତା ସହିତ ଯଶ ମଧ୍ୟ ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର ରହିବ । ଚାକିରି ବ୍ୟବସାୟର ସ୍ଥଳ ଉପରେ ସହକର୍ମୀ ଗଣ ଆପଣଙ୍କୁ ସହାୟକ ହେବେ,ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

କର୍କଟ

ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ । ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ । ଚିନ୍ତାର ବୋଝରେ ଆଶ୍ୱସ୍ଥି ଅନୁଭବ ହେବାରେ ଫୁର୍ତ୍ତି ଏବଂ ଉତ୍ସାହ ଅନୁଭବ କରିବେ । ପରିଜନମାନଙ୍କୁ ବିଶେଷ ଧ୍ୟାନ ଦେବେ । ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ,ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ସିଂହ

ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । କାର୍ଯ୍ୟଭାର ଏବଂ ମାନସିକ ଚିନ୍ତାରେ ଆଶ୍ୱସ୍ତି ପାଇକରି ମିତ୍ରମାନଙ୍କ, ସମ୍ବନ୍ଧିମାନଙ୍କ ସହିତ ଖୁସି ପୂର୍ବକଆଜିର ଦିନ ବ୍ୟତୀତ କରିବେ । ବିପରୀତ ଲିଂଗ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ଅନୁଭବ କରିବେ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ,ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କନ୍ୟା

ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ । ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ବ୍ୟବସାୟ କିମ୍ବା ବ୍ୟାପାରରେ ଆପଣ ଉତ୍ସାହ ପୂର୍ବକ କାର୍ଯ୍ୟ କରିବେ । ପ୍ରମୋଶନର ପ୍ରସଂଙ୍ଗ ହୋଇପାରେ । ସରକାରୀ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ, ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ତୁଳା

ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ । ଅଧିକ ଭାବୁକ ରହିବେ, କୌଣସି କଥାରେ ଅସୁବିଧା ହୋଇପାରେ । ମା’ ଙ୍କର ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ହୋଇପାରନ୍ତି । ବାହନ ଚଳାଇବା ସମୟରେ ସାବଧାନ ରହିବେ,ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ବିଛା

ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ । ଆଳସ୍ୟ, ଏବଂ ଚିନ୍ତାରେ କାର୍ଯ୍ୟର ଉତ୍ସାହ କମ ହେବ । ସନ୍ତାନଙ୍କୁ ନେଇକରି ଚିନ୍ତିତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗଙ୍କର ନକାରାତ୍ମକ ବ୍ୟବହାର ଆପଣଙ୍କ ଭିତରେ ହତାଶା ସୃଷ୍ଟି କରିପାରେ,ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ଧନୁ

ଆଜି ଆପଣଙ୍କୁ ଏଇଟା ଶିଖିବା ଆବଶ୍ୟକ ଅଟେ କି ଆପଣ ଅନ୍ୟମାନଙ୍କ ସାମନାରେ ନିଜକୁ କିପରି ଭଲ ଭାବରେ ଅଭିବ୍ୟକ୍ତ କରିବାକୁ ପଡ଼ିବ କାରଣ ଅନ୍ୟ ଲୋକ ସେଇଟା ବୁଝିବେ ଯେଉଁଟାକି ଆପଣ ତାଙ୍କୁ ବୁଝାଇବା କୁ ଚ଼ାହୁଁଛନ୍ତି । ଦିନ ଆନନ୍ଦଦାୟକ ରହିବ, ଉପହାର ଏବଂ ଲାଭରେ ଖୁସି ମିଳିବ । ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସମ୍ଭାବନା ବଢ଼ିବ । ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ,ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ

ମକର

ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ମାନ-ସମ୍ମାନରେ ବୃଦ୍ଧି ହେବ । ଅଫିସ୍ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିବାର ଉପରେ ଆପଣଙ୍କ ଆତ୍ମବିଶ୍ଵାସ ବଢ଼ିବ,ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ ।

କୁମ୍ଭ

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ଚିନ୍ତାର ଭାରରେ ସ୍ଵାସ୍ଥ୍ୟକୁ ହାନି ପହଁଞ୍ଚାଇପାରେ । ବାଦ-ବିବାଦରେ କାହା ସହିତ ସଂଘର୍ଷ ହୋଇପାରେ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ । କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନପୂର୍ବକ ପଦକ୍ଷେପ ଉଠାନ୍ତୁ,ପ୍ରତିକାର : ଅସହାୟ ଓ ବିଧବାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ମୀନ

ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଶାରୀରିକ-ମାନସିକ ସୁଖ ମିଳିବ । ସନ୍ତାନମାନଙ୍କର ତରଫରୁ ଶୁଭ ସମାଚାର ମିଳିବ । ଦାମ୍ପତ୍ୟଜୀବନରେ ଜୀବନସାଥୀ ପ୍ରତି ବିଶେଷ ଆକର୍ଷଣ ଅନୁଭବ କରିବେ,ପ୍ରତିକାର :- ପଙ୍ଗୁ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ।