ଆଜିର ରାଶିଫଳ 3 ମେ 2019, ଶୁକ୍ରବାର – ପ୍ରଭୁ ଜଗନ୍ନାଥଙ୍କ ବିଶେଷ କୃପା ରହିବ ଏହି ୪ଟି ରାଶି ଉପରେ

ମେଷ:-

କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ସହ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ଓ ଲୁଗାପଟା ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ବିଗୁଣ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବା ସହ ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ ଓ ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ମହିଳା ମାନଙ୍କର ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ବୃଷ:-

କର୍ମ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ । ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ ଓ କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ । ରାଜନୀତିରେ ଭାବମୂର୍ତ୍ତି ରକ୍ଷା କରି ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମିଥୁନ:-

ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । ପାରିବାରିକ ଜୀବନ ସୁଖରେ କଟିବ । କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ଉପରିସ୍ଥଙ୍କୁ ସନ୍ତୁଷ୍ଠ କରିହେବ, ଶିକ୍ଷା କ୍ଷେତ୍ରରେ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖି ହେବେ । ରାଜନୀତି କ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-

କୌଣସି ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ । ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ । ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହୋଇ ପାରେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।  ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିହେବେ । ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶିଳ, ଭଦ୍ର ବ୍ୟକ୍ତିଭାବେ ପ୍ରଶଂସା ପାଇବେ । ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ଅସନ୍ତୋଷର ଶରବ୍ୟ ହେବେ । ମହିଳାମାନେ ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ । ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ । ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ସହ ଆୟ ମଧ୍ୟ ଉତ୍ତମ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ ।  ଦୂରସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ । ପରିବହନ ଓ ପାର୍ଟନରସିପ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ପାରିବାରିକ ପତିଆରା ଭଲ ରହିବ । ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ବାଦବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ ।  ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ଧନୁ:-

ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚିନ୍ତା କରିବେ । ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯାଇ କାରବାରରେ ଉତ୍ଥାନ ହେବାଫଳରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ବ୍ୟବହାର କୁଶଳତାକୁ ଆଧାରକରୀ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ନିଜେ ଗାଡ଼ି ଚଳାଉ ଥିଲେ ଧଳା ଓ କଳାରଙ୍ଗର ଗାଡ଼ିଥିଲେ ଗାଡ଼ିରେ ଗୋଟିଏ ପଇଡ଼ରଖି ଯାତ୍ରା କରନ୍ତୁ ।  ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ରସାୟନଜ୍ଞ ଓ ଚିକିତ୍ସକ ମାନେ ଅଧିକ ଲାଭବାନ୍ ହେବେ । ବାଦବିବାଦ, ମାଲିମୋକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । କ୍ରିଡା ପ୍ରତିଦ୍ଵନ୍ଦିତାରେ, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ପାରନ୍ତି । ଘରେ ବାହାରେ କେହି ଆପଣଙ୍କୁ ହଟାଇ ପାରିବେ ନାହିଁ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଜୀବନ ଆନନ୍ଦରେ କଟିବ । ଦୂରଯାତ୍ରାରେ ସଫଳ ହେବେ । ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ । ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । ଆକସ୍ମିକ ଧନପ୍ରାପ୍ତି ହୋଇପାରେ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ । ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-

କର୍ମ କ୍ଷେତ୍ରରେ ବହୁବିଧ ସୁଯୋଗ ଜୁଟିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ ହେବ । ଶିକ୍ଷା କ୍ଷେତ୍ରରେ ଏବଂ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ସୁଖ ସମ୍ପନ୍ନତା ଲାଭ ହେବ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି ।  ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ । ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ଦ୍ୱାରା ବିଶେଷ ଲାଭବାନ୍ ହେବେ । ମହିଳାମାନଙ୍କର ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହୋଇପାରେ । କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ ।  ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।