ଆଜିର ରାଶିଫଳ, 3 ଫେବୃୟାରୀ 2020, ସୋମବାର, ମହାଦେବ ଙ୍କ ଅଶେଷ କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ସୋମବାର 3 ଫେବୃୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ? ଓ ଆଜି ଆପଣ କେଉଁ ସବୁ ପରିସ୍ଥିତିର ସାମ୍ନା କରିବେ ତାହା ଆମର ଏହି ରାଶିଫଳରେ ଜାଣନ୍ତୁ । ଆପଣଙ୍କ ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଏହି ରାଶିଫଳରେ ମିଳିଯିବ, ତେବେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ ।

୧ – ମେଷ

ଆଜି ଆପଣ ନିଜର ମନକୁ ଶାନ୍ତ ତଥା ପ୍ରସନ୍ନ ରଖିବେ । ଆଜି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଯଶ, କୀର୍ତି ଓ ସଫଳତା ମିଳିବ । ଆଜି ଆପଣ କୌଣସି ମହିଳା ପ୍ରତି ଆକର୍ଷିତ ହୋଇ ପାରନ୍ତି । ବାହନ ଚଳାଇବା ସମୟରେ ସାବଧାନ ହୋଇ ରୁହନ୍ତୁ । ଆଜି ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ । ସମ୍ବନ୍ଧରେ କିଛି ଖରାପ ଓ ଭଲ ପରିସ୍ଥିତି ଆସିବ । ଚାକିରି ଓ ବ୍ୟବସାୟରେ ସହଯୋଗ ଦ୍ଵାରା ସଫଳତା ହାସଲ କରିବେ ।

୨ – ବୃଷ

ଆଜି ଦୀର୍ଘ ବର୍ଷ ନିବେଶ ଠାରୁ ବଞ୍ଚନ୍ତୁ ଓ ନିଜର ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ କିଛି ଖୁସିର ସମୟ ବିତାଇବେ । ନୂଆ ସମ୍ବନ୍ଧ ସ୍ଥାପିତ କରିବା ପୂର୍ବରୁ ଗମ୍ଭୀରତା ସହ ବିଚାର କରନ୍ତୁ । ଅଧିକ ଖର୍ଚ ହେବା ଦ୍ଵାରା ହାତ ଖାଲି ରହିବ । ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରନ୍ତୁ ଓ କ୍ରୋଧ ଉପରେ ସଂଯମତା ରଖନ୍ତୁ । ଇଶ୍ଵରର ଆରାଧନା ତଥା ନାମ ସ୍ମରଣ କରିବା ଦ୍ଵାରା ଲାଭ ମିଳିବ । ଶତ୍ରୁ ଭୟ ରହିବ ।

୩ – ମିଥୁନ

ଆଜି ଆପଣ ନୂଆ ଯୋଜନା କରି ପାରନ୍ତି । ଧନ ପ୍ରାପ୍ତିର ନୂତନ ରାସ୍ତା ବାହାରିବ । ପରିବାରରେ ସମସ୍ୟାର ସମଧାନ ହେବ । କ୍ୟାରିୟରରେ ଭଲ ପ୍ରସ୍ତାବ ମିଳିବ । ଚାକିରି ସମ୍ବନ୍ଧିତ ସମସ୍ୟାର ସମଧାନ ହୋଇ ପାରିବ । ନିଜର ସହକର୍ମୀଙ୍କ ସହ ବିବାଦ ସ୍ଥିତି ହେବ । ଆପଣଙ୍କ ନିଜର ଲୋକମାନେ ହିଁ ଆପଣଙ୍କ ବିରୋଧ କରିବେ । ମିଥ୍ୟା ଆରୋପ ଠାରୁ ବଞ୍ଚନ୍ତୁ । ଆଜି ଆପଣ ସକାରାତ୍ମକ ଉର୍ଜା ଦ୍ଵାରା ଭରପୁର ରହିବେ । କିନ୍ତୁ ଆପଣଙ୍କ ଉଦ୍ଦେଶ୍ୟ ଭଲ ରହିବ କିନ୍ତୁ କେତେକ ସ୍ଥାନରେ ଆପଣଙ୍କ କଥାକୁ ସ୍ଵାଗତ କରିବେ ନାହିଁ ।

୪ – କର୍କଟ

ଆଜି ପରିବାର ଠାରୁ ଭରପୁର ସହଯୋଗ ମିଳିବ । ମିତ୍ର ବି ଆପଣଙ୍କ ପକ୍ଷରେ ଛିଡା ହୋଇ ଆପଣଙ୍କ ସାହାର୍ଯ୍ୟ କରୁଥିବାର ନଜର ଆସିବେ । ଭାଗ୍ୟ ଆପଣଙ୍କ ସହିତ ଅଛି ଓ ସଫଳତା ଆପଣଙ୍କ ପାଖରେ ଆସି ଲାଗିବ । ଆଜି ସମ୍ପର୍କକୁ ସମୟ ଦିଅନ୍ତୁ । ବନ୍ଧୁ ଓ ପରିଜନମାନଙ୍କ ସହ କଥାବାର୍ତ୍ତା କରିବା ସନାୟରେ ଭାବିଛିନ୍ତି କଥାବାର୍ତ୍ତା କରନ୍ତୁ । କୌଣସି ବି ପ୍ରକାରର ବିବାଦ ହୋଇପାରେ । ଆଜି କୌଣସି ଅଜଣା ବ୍ୟକ୍ତି ଠାରୁ ଉପଦେଶ ନିଅନ୍ତୁ ନାହିଁ ।

୫ – ସିଂହ

ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଅଧିକ ବ୍ୟୟ ରହିବ । ଯଶ, ମାନ, ପ୍ରତିଷ୍ଠାର ଲାଭ ମିଳିବ । ଆଜି ଆପଣ ଜଲ୍ଦି ଧନ ଆୟ କରିବାର ଚକ୍କରରେ କୌଣସି ଭୁଲ ଯୋଜନାରେ ଟଙ୍କା ଲଗାନ୍ତୁ ନାହିଁ । ଆପଣଙ୍କ ସକାରାତ୍ମକ ଚିନ୍ତାଧାର ପୁରସ୍କୃତ ହେବ । କାମକାର୍ଯ୍ୟରେ ଆପଣଙ୍କୁ କିଛି ଅସୁବିଧା ଆସିପାରେ । କାରୋବାରରେ ଲାଭ ମିଳିବ । ଚାକିରିରେ ଉନ୍ନତି ମିଳିବ । ଖାଦ୍ୟ ପିଇବା କାରଣରୁ କୌଣସି ରୋଗରେ ପଡି ପାରନ୍ତି ।

୬ – କନ୍ୟା

ଆଜି ସମ୍ପତିରେ ନିବେଶ କରିବା ସଠିକ ସମୟ ଅଟେ । ବିରୋଧୀଙ୍କୁ ଆପଣ ତାଙ୍କର ହିଁ ଚାଲରେ ଫସାଇ ଦେବେ । ଲମ୍ବା ସମୟରୁ ଅଟକିଥିବା କରଜ ଶେଷରେ ଆପଣଙ୍କୁ ମିଳିଯିବ । ଆପଣଙ୍କ ଜୀବନସାଥିଙ୍କ ସହ ହୋଇଥିବା ବିବାଦ ଆପଣଙ୍କୁ କୌଣସି କ୍ଷତିରେ ପକାଇ ପାରେ । ମନକୁ ଖରାପ ବିଚାର ଠାରୁ ଦୂରରେ ରଖନ୍ତୁ । ଭଲ କାମରେ ମନ କେନ୍ଦ୍ରିତ କରନ୍ତୁ । ସମାଜିକ ମାନ ବଢିବ । ବାଣୀରେ ଉଗ୍ରତା ରହିବ ।

୭ – ତୁଳା

ଆଜି ବ୍ୟବସାୟିକ କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ ଦ୍ଵାରା ଲାଭ ବଢିବ । ଆପଣଙ୍କ ପରିଜନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଅଚାନକ ଆସିଥିବା ଖର୍ଚ ବଢିପାରେ । ବନ୍ଧୁମାନଙ୍କ ଠାରୁ ସହଯୋଗ ମିଳିବ । କିନ୍ତୁ ଜୀବନସାଥିଙ୍କ ସହିତ ଛୋଟ ମୋଟ ବିବାଦ ହୋଇପାରେ । ଏହା ଦ୍ଵାରା ଘରର ଶାନ୍ତି ଭଙ୍ଗ ହୋଇପାରେ । ପ୍ରତିଷ୍ଠାରେ ବୁଦ୍ଧି ହେବ । ବାଣୀ ଉପରେ ନିୟନ୍ତ୍ରଣ ଅତି ଆବଶ୍ୟକ ଅଟେ ।

୮ – ବିଚ୍ଛା

ଆଜି ନୂଆ ଲୋକମାନଙ୍କ ସହ ସାକ୍ଷାତ ହେବାର ଆସାର ଅଛି । ଯାହାଙ୍କ ସହିତ ନୂତନ ସମ୍ପର୍କର ଆରମ୍ଭ ହେବ । ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଟେ । ଯେଉଁ କାମକୁ ଲୋକମାନେ କରିବାକୁ ଭୟ କରୁଥିବେ ଆପଣ ଆଜି ସେହି କାମକୁ ସଙ୍ଗେ ସଙ୍ଗେ ହାତରେ ନେଇ କରି ଦେବେ । ନିଜ ଲୋକମାନେ ହିଁ ଆପଣଙ୍କ ବିରୁଦ୍ଧରେରେ ଷଡଯନ୍ତ୍ର କରି ପାରନ୍ତି । ନିଜର ଉନ୍ନତି ଦ୍ଵାରା ଆପଣଙ୍କୁ ଖୁସି ଅନୁଭବ ହେବ ।

୯ – ଧନୁ

ଆଜି ଆପଣଙ୍କ ବ୍ୟକ୍ତିତ୍ବ ଆକର୍ଷକ ହେବ । ପ୍ରେମୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ରହିବ । ଆଜି କୌଣସି ସାମାଜିକ କାର୍ଯ୍ୟରେ ଅଂସ ଗ୍ରହଣ କରିବାର ଅବସର ମିଳିବ । ଅନ୍ୟ ପଟେ ଆପଣଙ୍କୁ ଏହିଭଳି ଲୋକମାନଙ୍କ ସହ ସାକ୍ଷାତ କରିବେ ଯେଉଁମାନେ ଆପଣଙ୍କ ଭବିଷ୍ୟତରେ ଉପଯୋଗୀ ଓ ସାହାର୍ଯ୍ୟକର ପ୍ରମାଣିତ ହେବ । ଆଗକୁ ସେମାନଙ୍କ ସହ ସମ୍ପର୍କ ରଖିବା ଭଲ ହେବ । ଆଜି ଆପଣ ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ସମୟରେ ସନ୍ତୁଳିତ ବିଚାର ରଖନ୍ତୁ ।

୧୦ – ମକର

ଆଜି ଚାକିରି ଓ ବ୍ୟବସାୟର ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିବେ । ସମ୍ବନ୍ଧରେ କିଛି ଖରାପ ଓ ଭଲ ପରିସ୍ଥିତି ସାମ୍ନାକୁ ଆସିବ । କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ଆପଣଙ୍କ ମନ ଉଦାସ ରହିପାରେ । ଅଫିସର ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ବିଜନେସ ଦ୍ଵାରା ସମୟ ଉତ୍ତମ ଅଟେ । ନିଜର ପ୍ରୟାସ ସାର୍ଥକ ହେବ । ସୁଖ ସାଧନ ପ୍ରାପ୍ତି କିମ୍ବା କ୍ରୟ କରିବାର ଯୋଗ ଅଛି । ଆଳସ୍ୟ କରନ୍ତୁ ନାହିଁ ।

୧୧ – କୁମ୍ଭ

ଆଜି ଭୂମି ସମବନ୍ଧିତ ମାମଲାରେ ସଫଳତା ମିଳିବ । ବ୍ୟବସାୟିକ ସମସ୍ୟାକୁ ସମଧାନ କରି ପାରିବେ । ସାମାଜିକ ଆୟୋଜନରେ ଅଂସ ଗ୍ରହଣ କରିବେ । ନିର୍ମାଣ କାର୍ଯ୍ୟ ଦ୍ଵାରା ଲାଭ ହେବେ । ନୂଆ ସମ୍ବନ୍ଧ ଦ୍ଵାର ଆର୍ଥିକ କଠିନ ଦୂର ହେବ । ଆଜିର ଦିନରେ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଶତ୍ରୁ ଓ ବିରୋଧୀଙ୍କ ଉପରେ ଅଙ୍କୁଶ ରଖି ପାରିବେ । ଜରୁରୀ କାମ କାର୍ଯ୍ୟ ପାଇଁ ସମୟ ଉତ୍ତମ ଅଟେ ।

୧୨ – ମୀନ

ଆଜି ଆପଣଙ୍କୁ ପ୍ରଭାବଶାଳି ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନା ଦ୍ଵାରା ଲାଭ ମିଳିବ । ସହଜ ବ୍ୟବହାର ଦ୍ଵାରା ବିରୋଧୀଙ୍କୁ ବି ମିତ୍ର କରି ପାରିବେ । ଆୟ ଦ୍ଵାରା ଅଧିକ ଖର୍ଚ ଅସୁବିଧାରେ ପକାଇ ପାରିବେ । ଘରେଲୁ କାମରେ ବ୍ୟସ୍ତ ରହିବେ । ଘରେ ଅତିଥି ଆଗମନ କରିବେ । ଯଦି ଆପଣ ନିଜ କାମରେ ମନ ଲଗାଇବେ ତେବେ ଉଚିତ ଫଳ ପାଇବେ । ଆପଣଙ୍କୁ କୌଣସି ଧନ ମିଳିବାର ଆସିବାର ଅଛି ।