ଆଜିର ରାଶିଫଳ, 29 ଜାନୁୟାରୀ 2019, ମଙ୍ଗଳବାର – ହନୁମାନଙ୍କ କୃପାରୁ ଆଜିଠୁ ଏହି ୪ଟି ରାଶି ଶକ୍ତିଶାଳୀ ହେବେ

ମେଷ:–

ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ମନକୁ ସମ୍ବେଦନଶୀଳ ବନାଇବ । ବିଶେଷ ରୂପରେ ଜଳାଶୟ ଏବଂ ମହିଳାବର୍ଗଙ୍କଠାରୁ ସଚେତନ ରହିବାକୁ ପଡ଼ିବ । ପ୍ରତିକୂଳ ସଂଯୋଗ ବନିବାରୁ ଆପଣଙ୍କ କାର୍ଯ୍ୟରେ ଅଳ୍ପ ବିଳମ୍ବ ହୋଇପାରେ । ଶରୀରରେ ଫୂର୍ତ୍ତି ଏବଂ ମନରେ ଉତ୍ସାହର ଅଭାବ ରହିବ । ପେଟର ରୋଗ ଆପଣଙ୍କୁ ହଇରାଣ କରିପାରେ । ଅଧିକାରୀମାନଙ୍କର ନକାରାତ୍ମକ ବ୍ୟବହାର ଅସୁବିଧାରେ ପକାଇପାରେ । ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ ।  ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ ।

ବୃଷ:–

ଆଜି ଆପଣଙ୍କ ଦିନ ମିଶ୍ରତ ଫଳଦାୟୀ ରହିବ । କାର୍ଯ୍ୟରେ ଅଧିକ ସଫଳତା ମିଳିବ ନାହିଁ । ତେଣୁ ହତାସାର ଭାବନା ଆସିପାରେ । ପରିବାରରେ ମିଳାମିଶାର ବାତାବରଣ ରହିବ । ଦୂରରେ ରହୁଥିବା ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ସନ୍ଦେଶ-ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ । ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ । କ୍ରୋଧ ଆପଣଙ୍କ କାମ ବିଗାଡ଼ି ପାରେ, ଏଥିରେ ନିୟନ୍ତ୍ରଣ ରଖିବେ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମିଥୁନ:–

ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି, ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କର୍କଟ:–

ଆଜି ଆପଣଙ୍କୁ ସ୍ଵାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ପଡ଼ିପାରେ । ଅବିଚାରୀ ଏବଂ ମବମାନନା ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ଅନ୍ୟଥା କାହା ସହିତ ବାଦ-ବିବାଦ ହେବାର ଆଶଂକା ଅଛି । ମନୋରଞ୍ଜନରେ ଧନ ଖର୍ଚ୍ଚ ହୋଇପାରେ । ଏହି ସମୟ ଆଧ୍ୟାତ୍ମିକ ବ୍ୟବହାର ସହାୟକ ହେବ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ ।

ସିଂହ:–

ଆଜି ଆପଣଙ୍କ ଯଶ, କୀର୍ତି ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସଂଭାବନା ବଢ଼ିବ । ସ୍ଵାସ୍ଥ୍ୟ ଭଲ ରହିବ । ପରିବାରରେ ଆନନ୍ଦର ବାତାବରଣ ରହିବ । ପିତା ତଥା ସରକାରଙ୍କ ତରଫରୁ ଲାଭ ମିଳିବ । ଆର୍ଥିକ ଯୋଜନା ଭଲ ଭାବରେ ପୂରା କରି ପାରିବେ । ବ୍ୟାପାର ହେତୁ ଯାତ୍ରାର ସଂଭାବନା ଅଛି । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:–

ଆଜି କାର୍ଯ୍ୟର ସଫଳତା ଆପଣଙ୍କୁ ଅପେକ୍ଷା କରିଛି । ତା’ କାରଣରୁ ଆପଣଙ୍କ ଆନନ୍ଦ ଉତ୍ସାହ ଦୁଇଗୁଣ ହେବ । ମନ ସତେଜ ଏବଂ ପ୍ରଫୁଲ୍ଲିତ ରହିବ । ମିତ୍ର, ସମ୍ବନ୍ଧମାନଙ୍କ ସହିତ ସାକ୍ଷାତକରି ଏବଂ ଯାତ୍ରା କରିବାର କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ପରାଜିତ ହେବେ | ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇପାରିବ । ବନ୍ଧୁଙ୍କ ଆଗମନ ହେବ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ । ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣର କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର– ଗାଈକୁ ଖାଇବାକୁ ଦେବେ ।

ତୁଳା:–

ଆଜି ନିଷେଧାତ୍ମକ କାର୍ଯ୍ୟଗୁଡ଼ିକରେ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ । ବାଦ-ବିବାଦରୁ ବଞ୍ଚନ୍ତୁ, କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଆର୍ଥିକ ଅଭାବ ଅନୁଭବ ହୋଇପାରେ କିନ୍ତୁ ଶେଷରେ ସବୁ ଠିକ ହୋଇଯିବ । ଈଶ୍ଵରଙ୍କର ସ୍ମରଣ ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମାନସିକ ବୋଝକୁ ହାଲୁକା କରିବ । ଜମି, ବାହନ କିଣିଲା ବେଳେ କାଗଜପତ୍ର ବନାଇବାରେ ସାବଧାନ ରହିବେ । । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ ।

ବିଛା:–

ଦୈନିକ କାର୍ଯ୍ୟଗୁଡ଼ିକରୁ ସମୟ ବାହର କରି ଆଜି ଆପଣ ବୁଲିବାକୁ ଏବଂ ମନୋରଞ୍ଜନ ପଛରେ ସମୟ ବିତାଇବେ । ସ୍ଵଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ପିକନିକରେ ଯାଇପାରନ୍ତି । ସିନେମା, ନାଟକ କିମ୍ବା ବାହର ଭୋଜନ କରିବାର କାର୍ଯ୍ୟକ୍ରମ ଆପଣଙ୍କୁ ଆନନ୍ଦିତ କରିବ । ବ୍ୟବସାୟରେ ଭାଗିଦାରୀ ପାଇଁ ଶୁଭ ସମୟ ଅଟେ । ଦାମ୍ପତ୍ୟଜୀବନରେ ଅଧିକ ନିକଟତା ସ୍ଥାପିତ ହେବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଜ୍ୟସହଯୋଗ କରିବାକୁ ବାଧ୍ୟ ହେବେ । ପ୍ରତିକାର–ହନୁମାନ ମନ୍ଦିରରେ ଭୋଗକରି ବାଣ୍ଟନ୍ତୁ

ଧନୁ:–

ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜିବ । ଆର୍ଥିକ ସ୍ଥିତିରେ ବାଧା ହେବା ସହ ଶତୃ ବୃଦ୍ଧି ହେବ । ରୋଗ ଓ ଋଣର ଶୀକାର ହେବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବ । ବନ୍ଧୁ ବାନ୍ଧବଙ୍କ ସହ ମନୋମାଳିନ୍ୟ ହେବ । ଦାମ୍ପତ୍ୟ ସୁଖରେ ବାଧା ଆସିବ । କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ । ପ୍ରତିକାର– ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ମକର:–

ବୌଦ୍ଧିକ କାର୍ଯ୍ୟ କିମ୍ବା ସାହିତ୍ୟ ଲେଖନ ପରି ପ୍ରବୃତ୍ତିଗୁଡ଼ିକ ପାଇଁ ଆଜି ଅନୁକୂଳ ଦିନ ଅଟେ । ଆପଣଙ୍କ ବ୍ୟବସାୟରେ ନୂଆ ବିଚାରଧାରା ଆପଣଙ୍କ କାର୍ଯ୍ୟଗୁଡ଼ିକୁ ନୂଆ ସ୍ଵରୂପ ଦେବ । ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ବାତାବରଣ ଆପଣଙ୍କ ମନକୁ ଅସୁସ୍ଥ କରିପାରନ୍ତି । ଶାରୀରିକ ଆଳସ୍ୟ ଅନୁଭବ କରିପାରନ୍ତି । ସନ୍ତାନଙ୍କର ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ଭୁଲବାଟରେ ଧନ ଖର୍ଚ୍ଚ ହୋଇପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ ।

କୁମ୍ଭ:–

ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟକ ରହିବ । ଲମ୍ବା ସମୟର ଆର୍ଥିକ ଆୟୋଜନ ସମ୍ପୂର୍ଣ୍ଣ କରି ପାରିବେ । ବ୍ୟବସାୟରେ ମଧ୍ୟ ଯୋଜନା ଭଲ ବନି ପାରିବ । ପରୋପକାର ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ସ୍ଵାସ୍ଥ୍ୟ ଭଲ ରହିବ । ଆର୍ଥିକ ଲାଭ ହେବାର ଆଶା ରଖିପାରନ୍ତି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ସଂଘର୍ଷରେ ଆପଣଙ୍କ ହିଁ ବିଜୟ ହେବ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ମୀନ:-

ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ମନକୁ ସମ୍ବେଦନଶୀଳ ବନାଇବ । ବିଶେଷ ରୂପରେ ଜଳାଶୟ ଏବଂ ମହିଳାବର୍ଗଙ୍କଠାରୁ ସଚେତନ ରହିବାକୁ ପଡ଼ିବ । ପ୍ରତିକୂଳ ସଂଯୋଗ ବନିବାରୁ ଆପଣଙ୍କ କାର୍ଯ୍ୟରେ ଅଳ୍ପ ବିଳମ୍ବ ହୋଇପାରେ । ଶରୀରରେ ଫୂର୍ତ୍ତି ଏବଂ ମନରେ ଉତ୍ସାହର ଅଭାବ ରହିବ । ପେଟର ରୋଗ ଆପଣଙ୍କୁ ହଇରାଣ କରିପାରେ । ଅଧିକାରୀମାନଙ୍କର ନକାରାତ୍ମକ ବ୍ୟବହାର ଅସୁବିଧାରେ ପକାଇପାରେ | ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।