ଆଜିର ରାଶିଫଳ, 28 ଜାନୁୟାରୀ 2019, ସୋମବାର – ଏହି ୩ଟି ରାଶି ଉପରେ ମହାଦେବଙ୍କ କୃପା ରହିବ

ମେଷ:-

ଗୃହସ୍ଥ ଜୀବନରେ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ । ଆୟ ବୃଦ୍ଧିର ଯୋଗ ଅଛି । ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ । ପ୍ରମୋସନ ମିଳିବାରର ସଂକେତ ଅଛି । ପାରିବାରିକ ସଦସ୍ୟ ତଥା ମିତ୍ର ମାନଙ୍କ ସହିତ ଖୁସି ରହିବେ । ଆନନ୍ଦଦାୟକ ପର୍ଯ୍ୟଟନ ହେବ । ବ୍ୟାପାର ବର୍ଗଙ୍କୁ ଲାଭଦାୟକ ବ୍ୟାପାର ହେବ । ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ | ମନରେ ଅଶାନ୍ତି ଅସନ୍ତୋଷ ଓ ଅର୍ଥାଗମ, ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ । ମାଲିମୋକଦ୍ଦମା ଠାରୁ ଦୂରେଇ ରୁହନ୍ତୁ । ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ । ବିବାଦୀୟ ଦୁଃସ୍ଥିତିରେ ଜଡିତ ହେବେ । ସ୍ଥାନାନ୍ତରର ସୂଚନା ପାଇବେ । ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହେବ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ବୃଷ:-

ଶରୀରରେ ଆଳସ୍ୟ, ଏବଂ ଅଣନିଶ୍ୱାସୀ ହୋଇପାରେ । ସ୍ଵାସ୍ଥ୍ୟ ନରମ-ଗରମ ରହିବ । କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ । ସନ୍ତାନମାନଙ୍କ ବିଷୟରେ ଟିକେ ଚିନ୍ତା ହୋଇପାରେ । ଚାକିରି-ଧନ୍ଦାରେ ଉଚ୍ଚ ପଦାଧିକାରିମାନଙ୍କର କ୍ରୋଧର ଶିକାର ହୋଇପାରନ୍ତି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦକୁ ଟାଳିବାକୁ ଚେଷ୍ଟା କରନ୍ତୁ | ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରିବେ । ମନକୁ ଆଘାତ ଲାଗିଲାପରି କଥା ଶୁଣିବେ । କୃଷି ଓ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ । ସତର୍କତା ଅବଲମ୍ବନ ନକଲେ ମିଥ୍ୟା ଅପବାଦରେ ନିନ୍ଦିତ ହେବେ । ସ୍ୱାସ୍ଥ୍ୟ ଦିଗରୁ ମହିଳାମାନେ ବିଶେଷ ସତର୍କ ରହିବା ଉଚିତ୍ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ମିଥୁନ:-

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁ ଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ । ଅଚାନକ ଧନ ଖର୍ଚ୍ଚ ହୋଇପାରେ । ଚିକିତ୍ସାରେ ଖର୍ଚ୍ଚ ହେବାର ଆଶଂକା ଅଛି । ବ୍ୟାପାରରେ ଭାଗିଦାରୀମାନଙ୍କ ସହିତ ଆନ୍ତରିକ ମତଭେଦ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ସାହିତ୍ୟ ଏବଂ କଳା କ୍ଷେତ୍ରରେ କିଛି ନୂଆ ସୃଜନ କରିବାର ପ୍ରେରଣା ମିଳିବ । ପ୍ରେମୀଜନ ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ମିଳନ ତଥା ସାକ୍ଷାତ ସମ୍ଭବପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-

ଦୈନିକ କାର୍ଯ୍ୟ ବିନା କୌଣସି ଅବରୋଧରେ ସମ୍ପୂର୍ଣ୍ଣ ହେବ । ଘରେ ସୁଖ-ଶାନ୍ତି ଙ୍କର ବାତାବରଣ ରହିବ । ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖି ସମ୍ଭାଳିକରି କାର୍ଯ୍ୟ କରିବା ପାଇଁ ଉପଦେଶ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ । ସହକର୍ମିମାନଙ୍କର ସହଯୋଗ ଆପଣଙ୍କ ବ୍ୟବସାୟ କ୍ଷେତ୍ରର କାର୍ଯ୍ୟକୁ ସରଳ ବନାଇବ । ମାମୁଁଘର ତରଫରୁ ଲାଭ ହେବ କର୍ମକ୍ଷେତ୍ରରେ ପଦୋନ୍ନତି, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ । ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣହେବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟ ରେ ଲାଭବାନ ହେବେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ । ପିତା ତଥା ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ, ଏହା ଉପରେ ଅଂକୁଶ ରଖିବାକୁ ଉପଦେଶ । ମୁଣ୍ଡବ୍ୟଥା ତଥା ପେଟ ସମ୍ବନ୍ଧୀତ ଅଭିଯୋଗ ହୋଇପାରେ । ଦାମ୍ପତ୍ୟଜୀବନରେ ମିଳାମିଶା ରହିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କନ୍ୟା:-

ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ । କାମରେ ସନ୍ତୋଷର ଭାବନା ଆସିବ । ଧନ ଖର୍ଚ୍ଚ ହେବ । ଅନୈତିକ ପ୍ରବୃତ୍ତିଗୁଡ଼ିକର ସୃଷ୍ଟି ହେଲେ ମନକୁ ନିୟନ୍ତ୍ରଣରେ ରଖିବାପାଇଁ ଉପଦେଶ । ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା ମିଳିବ ନାହିଁ । ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନଦାନ ଦିଅନ୍ତୁ ।

ତୁଳା:-

ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ସଫଳତା ମିଳିବ । ପିତା କିମ୍ବା ପୈତୃକ ସଂପତ୍ତିରେ ଲାଭ ହେବ । ସରକାରଙ୍କଠାରୁ ଆର୍ଥିକ ଲାଭ ହେବ । ବିଦ୍ୟାର୍ଥୀମାନେ ନିଜର ପଢ଼ାରେ ଭଲ ପ୍ରଦର୍ଶନ କରିବେ । ଖେଳକୁଦ ଏବଂ କଳା କ୍ଷେତ୍ରରେ କଲାକାରମାନଙ୍କୁ ନିଜର ପ୍ରତିଭା ଦର୍ଶାଇବାପାଇଁ ମୌକା ମିଳିବ । ସନ୍ତାନମାନଙ୍କ କାମରେ ଖର୍ଚ୍ଚ ହୋଇପାରେ । ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ ।

ବିଛା:-

ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚିନ୍ତା କରିବେ । ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ । କାରବାରରେ ଉତ୍ଥାନ ହେବାଫଳରେ ବ୍ୟବସାୟର ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ଅତି ନିକଟର ବନ୍ଧୁବାନ୍ଧବଙ୍କସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ଧନୁ:-

ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ । ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ । ଭାଇ-ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ । ଭାଗ୍ୟବୃଦ୍ଧି ହେବ । ଆପଣ ସଚେତ ରୁହନ୍ତୁ । ଯାତ୍ରାର ସଂଭାବନା ଅଛି, ସେଥିରେ ଲାଭ ମଧ୍ୟ ହେବ ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ । ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-

କର୍ମକ୍ଷେତ୍ରରେ ଓ ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ । ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ଦୂରସ୍ଥାନକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ | ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ । ପରିବାର ଭିତରେ ଜଗିରଖି ନଚଳିଲେ କଳହ ସୃଷ୍ଟି ହେବାର ସମ୍ଭାବନା । ନିଜକାର୍ଜ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରି ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କୁମ୍ଭ:-

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପ୍ରତିକାର- ନିଜର ଆରାଧ୍ୟା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମୀନ:-

ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି । ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ । ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି । ମିତ୍ରମାନଙ୍କ ସହିତ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାର ଅବସର ଆସିବ । । ପ୍ରତିକାର- ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।