ଆଜିର ରାଶିଫଳ 28 ଏପ୍ରିଲ 2019, ରବିବାର – ସୂର୍ଯ୍ୟ ଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ମେଷ :

କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।   ନ କହିବାର ଗୁଣ – ଏହି ଉକ୍ତିର ଯଥାର୍ଥତାକୁ ବୁଝି ଆପଣ ଯଦି ବାଣୀ ଉପରେ ନିୟନ୍ତ୍ରଣ ରଖିବେ ତେବେ ବହୁତ ଅନର୍ଥ ହେବାରୁ ବଞ୍ଚିତ ହେବେ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବାର ଆବଶ୍ୟକତା ଅଛି । ବିଦ୍ୟାର୍ଥିମାନଙ୍କ ପାଇଁପାଠପଢ଼ାରେ ପରିଶ୍ରମ କରିବାକୁ ପଡ଼ିବ । ନକାରାତ୍ମକ ବିଚାର ଉପରେ କାବୁ ରଖିବାକୁ ଉପଦେଶ । ସ୍ଵାସ୍ଥ୍ୟ ମଧ୍ୟମ ରହିବ । ଡାହାଣ ଆଖିରେ ପୀଡ଼ା ହେବାର ସମ୍ଭାବନା ଅଛି । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

ବୃଷ :

ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ । ଆପଣଙ୍କୁ ଆଜିର ଦିନ ଶାନ୍ତିରେ କଟାଇବାକୁ ଉପଦେଶ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ । ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେନାହିଁ । ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ରହିବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରୁ ମନ ଦୁଃଖୀ ହେବ । ସ୍ଥାୟୀ ସଂପତ୍ତି ତଥା ବାହନ ଆଦିର କାଗଜପତ୍ର କରିବାରେ ସାବଧାନ ରହିବାର ଆବଶ୍ୟକତା ଅଛି । ମହିଳା ବର୍ଗଙ୍କଠାରୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ଜଲାଶୟର ଭୟ ରହିବ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ :

ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ । ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ । ଚାକିରିରେ ପଦୋନ୍ନତିର ସମାଚାର ମିଳିବ । ଉଚ୍ଚ ପଦାଧିକାରିମାନଙ୍କର ସହଯୋଗ ପ୍ରାପ୍ତ ହେବ । ସରକାରୀ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ଆସିବାରୁ ଲାଭ ମିଳିବ । ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ । ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ ହାତକୁ ନେବେ । ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଫୂର୍ତ୍ତି ରହିବ । ଧନ ଏବଂ ମାନ- ସମ୍ମାନ ପ୍ରାପ୍ତି ହେବ । ବ୍ୟାପାରିମାନଙ୍କର ବାକୀଥିବା ରାଶି ଅସୂଲ କରିବା ପାଇଁ ଅନୁକୂଳ ଦିନ ଅଟେ । ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

କର୍କଟ :

ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ଆଜିର ଦିନ ଆପଣ ମନୋରଞ୍ଜନ ତଥା ବୁଲିବାକୁ ଯିବାରେ ସମୟ କଟାଇବେ । ତଥାପି ମଧ୍ୟ ସାଂସାରିକ ମାମଲା ବିଷୟରେ ଆପଣଙ୍କ ବ୍ୟବହାର ଉଦାସ ପୂର୍ଣ୍ଣ ରହିବ । ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ କରି ବହୁତ ଆନନ୍ଦ ଦାୟକ ରହିବ । ବ୍ୟାପାରିମାନଙ୍କୁ ଭାଗୀଦାର ସହିତ ଧୈର୍ଯ୍ୟରେ କାମ ନେବାକୁ ପଡ଼ିବ । ସାର୍ବଜନିକ ଜୀବନ ତଥା ସାମାଜିକ ଜୀବନରେ କମ ସଫଳତା ମିଳିବ । ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ସିଂହ :

ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ । ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବାରୁ ଆପଣଙ୍କ ମନ ମଧ୍ୟ ପ୍ରସନ୍ନ ରହିବ । ସ୍ଵାସ୍ଥ୍ୟ ଭଲ ରହିବ । ରୋଗୀ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ସୁଧାର ହେବାରୁ ଆଶ୍ୱସ୍ତି ମିଳିବ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ । ଅଫିସରେ ସହକର୍ମୀଗଣ ସହାୟକ ହେବେ ଏବଂ ବ୍ୟାପାର ଧନ୍ଦାରେ ପ୍ରତିଦ୍ୱନ୍ଦ୍ୱୀ ଏବଂ ବିରୋଧିମାନଙ୍କଠାରୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ମାମୁଁଘର ପଟରୁ ଶୁଭ ସମାଚାର ମିଳିବ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କନ୍ୟା :

ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । ଶାରୀରିକ, ମାନସିକ ଏବଂ ଆର୍ଥିକ ପ୍ରତ୍ୟେକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କପାଇଁ ଭଲ ପ୍ରମାଣିତ ହେବ । ପରିବାର ଲୋକମାନଙ୍କ ସହିତ ସୁରୁଚିପୂର୍ଣ୍ଣ ଭୋଜନର ଆନନ୍ଦ ଉଠାଇବେ । ମିତ୍ରମାନଙ୍କ ସହିତ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ । ଅନ୍ୟ ପଟେ ଆଜି ଆପଣଙ୍କ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଭଲ ରହିବ । ଦାମ୍ପତ୍ୟଜୀବନର ମଧୁରତାର ଆନନ୍ଦ ଉଠାଇ ପାରିବେ । ଉପହାର ଏବଂ ଧନ ପ୍ରାପ୍ତି ହେବ । ପ୍ରଫୁଲ୍ଲତା ସମ୍ପୂର୍ଣ୍ଣ ଦିନ କଟିବ । ପ୍ରତିକାର:- ଅଶ୍ୱସ୍ଥବୃକ୍ଷ ମୂଳରେ ଗୁଡପଣା ଢାଳନ୍ତୁ ।

ତୁଳା :

ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ । କ୍ରୋଧ ଅଧିକ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ । ଅନୈତିକ କାମବୃତ୍ତି ଏବଂ ଚୋରୀ ପରି ବିଚାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଅନିଷ୍ଟ ହୋଇପାରେ । ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । କୁଟୁମ୍ବ ଲୋକମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଅସୁବିଧା ରହିବ । ଏହି ସମୟରେ ଆଧ୍ୟାତ୍ମିକତାର ସାହାରା ନେବାକୁ ଉପଦେଶ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା :

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।  ଆଜି ଆପଣଙ୍କ ଉପରେ ଗୂଢ଼ ରହସ୍ୟ ବାଦ ଏବଂ ଆଧ୍ୟାତ୍ମିକତାର ରଙ୍ଗ ଚଢ଼ିବ । ଏଥିପାଇଁ ଏହି ବିଷୟରେ ଗଭୀର ଭାବେ ନିୟୋଜିତ ହେବାକୁ ପ୍ରୟାସ କରିବେ । ନୂଆ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ । ସ୍ଵାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ । ଲଘୁ ଯାତ୍ରାର ସମ୍ଭାବନା ଅଛି । ମିତ୍ର ଏବଂ ବନ୍ଧୁମାନଙ୍କ ସହିତ ସାକ୍ଷାତକରି ମନ ଖୁସି ରହିବ । ଭାଗ୍ୟ ଆପଣଙ୍କ ସାଥିରେ ରହିବ । ବ୍ୟାପାରରେ ପ୍ରଗତି ହେବ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ଧନୁ :

ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ । ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।  ଆଜି ଆପଣ ନିଜର କଳ୍ପନା ଶକ୍ତି ଏବଂ ସୃଜନଶକ୍ତିକୁ ଭଲ ଭାବରେ କାମରେ ଲଗାଇ ପାରିବେ । ବୌଦ୍ଧିକ ପ୍ରବୃତ୍ତି କିମ୍ବା ଚର୍ଚ୍ଚାରେ ଭାଗ ନେବା ଆପଣଙ୍କୁ ପସନ୍ଦ ଆସିବ । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ତାଙ୍କର ପ୍ରଗତି ହେବ । ମହିଳା ମିତ୍ରମାନଙ୍କ ସହଯୋଗ ମିଳିବ । ପ୍ରିୟ ବ୍ୟକ୍ତିଙ୍କ ସହିତ ମିଳନ ସୁଖ ପ୍ରଦ ରହିବ । ଅତ୍ୟଧିକ ବିଚାରରେ ମନ ବିଚଳିତ ରହିବ । ସାମାନ୍ୟ ରୂପରେ ଶାରୀରିକ ତଥା ମାନସିକ ସତେଜତାର ସହିତ ଆଜିର ସମସ୍ତ କାର୍ଯ୍ୟ କରିବେ । ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମକର :

ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।  ସ୍ୱଳ୍ପ ସମୟରେ ଲାଭ ପାଇବାର ଲୋଭ ଛାଡ଼ିବା ଏବଂ ପୁଞ୍ଜି ନିବେଶରେ ଧ୍ୟାନ ରଖିବାକୁ ଉପଦେଶ । ଆଜି ଆପଣଙ୍କ ମନର ଏକାଗ୍ରତା କମ ରହିବ । ଶାରୀରିକ ସ୍ଵାସ୍ଥ୍ୟ ଖରାପ ହେବ । ସନ୍ତାନ ମାନଙ୍କର ସମସ୍ୟା ଚିନ୍ତିତ କରିବ । ସ୍ଵଜନମାନଙ୍କଠାରୁ ଦୂରରେ ରହିବାର ଅବସର ଆସିବ । ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । ମହତ୍ତ୍ଵପୂର୍ଣ୍ଣ କାଗଜପତ୍ର କିମ୍ବା କୋର୍ଟ- କଚେରୀ ମାମଲାରେ ସାବଧାନ ରହିବାର ଆବଶ୍ୟକତା ଅଛି । ଅର୍ଥ ଦେବା-ନେବା ପାଇଁ ଅନୁକୂଳ ସମୟ ନୁହେଁ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ :

ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ ।  ହୁଏତ ଏହାର କାରଣ ଆପଣଙ୍କୁ ତାଙ୍କଠାରୁ ଅଧିକ ଆଶା ରଖିବାକୁ ପଡ଼ିବ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ । ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ । ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ । ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ । ବୃଦ୍ଧମାନଙ୍କ ତରଫରୁ ଲାଭ ହେବ ଏବଂ ତାଙ୍କର ସହଯୋଗ ମିଳିବ । ଆକସ୍ମିକ ଧନ ଲାଭ ମାନସିକ ପ୍ରସନ୍ନତା ବଢ଼ାଇବ । ଦୂରରେ ରହୁଥିବା ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ । ଯାତ୍ରା, ପର୍ଯ୍ୟଟନର ସଫଳତା ପୂର୍ବକ ଆୟୋଜନ କରି ପାରିବେ । ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

ମୀନ :

ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ଆଜି ଆପଣଙ୍କୁ ଟିକେ ପ୍ରତିକୂଳତାର ସାମନା କରିବାକୁ ପଡ଼ିବ । ସ୍ଵାସ୍ଥ୍ୟ ଖରାପ ହୋଇପାରେ । ଯାହା କାରଣରୁ କୌଣସି ମଧ୍ୟ କାର୍ଯ୍ୟ କରିବାର ଉତ୍ସାହ କମ ରହିବ । ଚାକିରିରେ ସାଥୀ କର୍ମଚାରିମାନଙ୍କର ଏବଂ ଉଚ୍ଚ ପଦାଧିକାରିମାନଙ୍କ ବ୍ୟବହାର ସହଯୋଗପୂର୍ଣ୍ଣ ନ ହେବାରୁ ମାନସିକ ହତାଶା ସୃଷ୍ଟି ହେବ । ସନ୍ତାନମାନଙ୍କର ସମ୍ବନ୍ଧରେ ସମସ୍ୟା ଆସିବ । ବିରୋଧିମାନଙ୍କ ସହିତ ବାଦ-ବିବାଦ କରିବା ଭଲ ନୁହେଁ । ପ୍ରତିକାର:- ଠାକୁରାଣୀଙ୍କୁ ଭୋଗଲଗେଇ ବାଣ୍ଟିବେ ।