ଆଜିର ରାଶିଫଳ 25 ମେ 2019, ଶନିବାର – ଶନିଦେବ ଙ୍କ କୃପାରୁ ଏହି ୫ଟି ରାଶି ଧନ ଲାଭ କରିବେ ଓ ଦୁଃଖ ଦୂର ହେବ

ମେଷ:-

ଗୁରୁ ଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବ୍ୟବସାୟରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ । ବିରୋଧିମାନେ ଦୂରେଇ ଯିବେ । ଦୂରଯାତ୍ରାରେ  ସଫଳତା ଓ ଲାଭପାଇବେ । ପ୍ରିୟଜନଙ୍କସହ ମିଳନ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଉତ୍ତରଦାୟିତ୍ୱ ବଢ଼ିବ । ମହିଳାମାନଙ୍କର ପ୍ରାୟକାର୍ଯ୍ୟ ପୂରଣ ହେବା ଫଳରେ  ଆୟ ଅପେକ୍ଷା କୃତ ବୃଦ୍ଧି ପାଇବ । ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ ।

ବୃଷ:-

କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ବ୍ୟବସାୟିକକ୍ଷେତ୍ରରେ ଉନ୍ନତିହେବ । ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ । ନୂତନ ସମ୍ବନ୍ଧ ସୃଷ୍ଟିହେବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପରିବହନ ବ୍ୟବସାୟ ରେ ସମସ୍ୟା ଦେଖାଦେବ । ମହିଳାମାନେ ରାଜନୀତିରେ କୂଟନୀତିର ଶୀକାର ହେବେ । ପ୍ରତିକାର-କୁକୁରକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଦାମ୍ପତ୍ୟ ସଫଳତା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ଶତୃମାନେ ଷଡ଼ଯନ୍ତ୍ର କରି ଧରା ପଡିବେ । ଶୁଭ ସମାଚାର ମିଳିବାସହ ନିଜଲୋକ ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ । ରାଜନୀତିରୁ ଧନଲାଭ ହେବ ଓ ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ । ପ୍ରତିକାର-ତୁଳସୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କର୍କଟ:-

ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଅଫିସ୍ ରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପ୍ରତିକାର-ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-

ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଯୋଗେ ସଫଳତା ଅର୍ଜନ କରି ଭଲଲାଭ ପାଇବେ । ଦୂରଯାତ୍ରାର ସୁଯୋଗ ପାଇ ଅର୍ଥଲାଭର ମାର୍ଗ ଖୋଲିଯିବ ଓ ଶୁଭ ସମାଚାର ମିଳିବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଲେଖକ, ପତ୍ରକାର, ରାଜନୈତିକ, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭ ହେବ । ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ନୂତନକର୍ମ ଯୋଗୁ ଆୟ ବୃଦ୍ଧି ହେବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ । ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । ମହିଳା ମାନଙ୍କର କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର-ଲିମ୍ବଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ତୁଳା:-

ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । କାର୍ଯ୍ୟ ପୁରଣ ହୋଇ ସମୟ ହସ ଖୁସିରେ ବିତିବ । ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବ । ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-

ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବକେୟା ଅର୍ଥ କିଛି ମିଳିବ । ମାନସିକଶାନ୍ତି ଓ  ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଆୟ ଉପାର୍ଜ୍ଜନର ବୃଦ୍ଧି ଯୋଗେ ଋଣରୁ ମୁକ୍ତି ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତିରେ ଶତ୍ରୁବାଧା ଦୂରେଇ ଯାଇ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ ।

ଧନୁ:-

ଅଧିକାରୀଙ୍କଠାରୁ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ନୂଆ ନିଯୁକ୍ତିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଛାତ୍ର ଓ ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-

କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପନିପରିବା ଫସଲ ଆମଦାନୀରେ ଖୁସି ରହିବେ । ବୁଦ୍ଧିମତା କାରଣରୁ ଅର୍ଥ ଲାଭହେବ ଓ ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ କିଛି ବ୍ୟୟ କରି ପାରନ୍ତି । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ପ୍ରତିକାର- ହରିଡାଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କୁମ୍ଭ:-

କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ ।  ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ । ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପ୍ରତିକାର- ହରିଡାଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମୀନ:-

ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତିହେବ । ମହିଳାମାନଙ୍କର ଆୟ ଅପରିବର୍ତ୍ତିତ ରହି ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ରାଜନୀତିରେ ସଫଳତା ମିଳିବା ସହ କୃତକାର୍ଯ୍ୟ ହେବେ । ପ୍ରତିକାର-ତୁଳସୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।