ଆଜିର ରାଶିଫଳ, 24 ମାର୍ଚ୍ଚ 2019, ରବିବାର – ସାଇ ବାବା ଙ୍କ କୃପା ଦୃଷ୍ଟି ରହିବ ଏହି ୩ଟି ରାଶି ଉପରେ

ମେଷ

ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ । ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ । ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ-ଶାନ୍ତିରେ ଦିନ କଟାଇବେ । ଚାକିରି କରୁଥିବା ଲୋକଙ୍କୁ ଲାଭ ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ । କାର୍ଯ୍ୟରେ ଯଶ ମିଳିବ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

ବୃଷ

ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ । କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାରୁ ତଥା ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହକ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ । ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ପଡ଼ିଥିବା ରାଶି ପ୍ରାପ୍ତ ହେବ, ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ

କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ । ଶାରୀରିକ ଏବଂ ମାନସିକ ସୁସ୍ଥତା ତଥା ସତେଜତା ଅନୁଭବ ହେବ । କୁଟୁମ୍ବଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟିର ଆୟୋଜନ ହେବ । ମନୋରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ । ପ୍ରତିକାର- ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

କର୍କଟ

ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସ୍ଵସ୍ଥତା କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିପାରନ୍ତି । ଅତ୍ୟଧିକ କାମର ବୋଝରେ ଆଳସ୍ୟ ଏବଂ ମାନସିକ ଅଣନିଶ୍ୱାସୀ ଲାଗିପାରେ । ଯଦି ସମ୍ଭବ ତେବେ ଆଜି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ପ୍ରତିକାର:- ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର ଢ଼ାଳନ୍ତୁ ।

ସିଂହ

ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ । ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ । କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ । ଦାମ୍ପତ୍ୟଜୀବନରେ ନିକଟତା ଏବଂ ମଧୁରତା ରହିବ |କ୍ରୋଧର ମାତ୍ରା ଅଧିକ ରହିବ । ବ୍ୟର୍ଥ ଉଗ୍ରତା ଟାଳିବାକୁ ପ୍ରୟାସ କରନ୍ତୁ । ନହେଲେ କାର୍ଯ୍ୟ ବିଗିଡ଼ି ପାରେ । ସହକର୍ମିମାନଙ୍କର ସହଯୋଗ ମିଳିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ । ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ ।

କନ୍ୟା

ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାଯକ ହେବେ । ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ । ଯାତ୍ରାରେ ଅନପେକ୍ଷିତ ବାଧା ଆସିପାରେ । ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ହେବାର ଯୋଗ ଅଛି । ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

ତୁଳା

ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ ଘରର ଶାନ୍ତି ଭଙ୍ଗ ହବାକୁ ଦିଅନ୍ତୁ ନାହିଁ । ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ । ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ । ଆଜି ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ । ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ । ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାର ଆପଣଙ୍କୁ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ଅଧ୍ୟଯନରେ ଉତ୍ତମ ପ୍ରଦର୍ଶନ କରି ପାରିବେ । ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କର ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ, ପ୍ରତିକାର-ଗ୍ରାମ୍ୟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ବିଛା

ବୋଧହୁଏ ଏହି ବୟସ ସାଙ୍ଗରେ ଚ଼ାଲିବାର ସମୟ ଅଟେ । ସାଙ୍ଗମାନେ ଆସନ୍ତି ଚ଼ାଲିଯାଆନ୍ତି କିନ୍ତୁ ଏହି ସାଙ୍ଗ ଆପଣଙ୍କ ସବୁ ଦୁଃଖ ସୁଖର ସାଥି ହେବ । ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି । ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ । ସ୍ଵାସ୍ଥ୍ୟ ଖରାପ ହୋଇପାରେ, ଧ୍ୟାନ ରଖିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରୁ ଅଶାନ୍ତି ହୋଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ଧନୁ

ଆଜି ଆପଣଙ୍କର ପରିବାର ସଦସ୍ୟ ନୁହେଁ ନିଜର ସହକର୍ମିଙ୍କ ସହ କଥାବାର୍ତ୍ତା ଓ ବ୍ୟବହାରରେ ସାବଧାନ ରୁହନ୍ତୁ । କିନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣ ଆପଣଙ୍କର ପରିପକ୍ୱ ମନ ସାହାଯ୍ୟରେ ଅଶୋଭନୀୟ ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବେ । ଆଜି ଆପଣଙ୍କ ନିଜ ସବୁ ସମସ୍ୟାକୁ ସମାଧାନ କରିବା ଚ଼େଷ୍ଟାରେ ଲାଗିଯିବେ । ଏହି ସମୟରେ କୌଣସି ରୋଗ କିମ୍ବା ବିଷୟକୁ କେବଳ ଉପରେ ସମାଧାନ କରନ୍ତୁ ନାହିଁ । ଆପଣ ଏହାର ମୂଳୋତ୍ପାନ କରିବାକୁ ଚ଼େଷ୍ଟା କରନ୍ତୁ । ଆଜିର ଦିନ ସାବଧାନରେ ରୁହନ୍ତୁ । ଅଧିକ ପରିଶ୍ରମରେ କମ ସଫଳତା ମିଳିବାର ନିରାଶା ଭାବନା ସୃଷ୍ଟି ହେବ । ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ । ଦୁର୍ଘଟଣାରୁ ବଞ୍ଚନ୍ତୁ । ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ । କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ, ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମକର

ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି । ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । ଶରୀରରେ ଫୁର୍ତ୍ତିର ଅଭାବ ରହିପାରେ । କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ । ତୀର୍ଥ ଯାତ୍ରା କରିପାରନ୍ତି । ଚାକିରି, ବ୍ୟବସାୟ ସ୍ଥଳରେ ତଥା ପରିବାରରେ ମନମାଳିନ୍ୟ ହୋଇପାରେ, ପ୍ରତିକାର:- ଗ୍ରାମ ଦେବତୀଙ୍କୁ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦେବେ ।

କୁମ୍ଭ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ । ଭାଇ-ବନ୍ଧୁମାନଙ୍କ ସହିତ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣରେ ଘରୋଇ ପ୍ରଶ୍ନର ଚର୍ଚ୍ଚା ହେବ । ବ୍ୟାବହାରିକ ଅବସରରେ ବାହରକୁ ଯାତ୍ରା କରିବେ । ବିଦେଶରୁ ଭଲ ସମାଚାର ଆସିବ |ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି । ପାଣିକୁ ସମ୍ଭାଳି କରି ରୁହନ୍ତୁ । ସମୟାନୁସାରେ ଭୋଜନର ବ୍ୟବସ୍ଥା ହୋଇନପାରେ । ଚାକିରିପେଶା ଲୋକମାନଙ୍କୁ କିଛି ସମସ୍ୟା ହୋଇପାରେ । ଜମି ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ମୀନ

ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ । ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ । ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାଯକ ହେବେ । ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ, ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।