ଆଜିର ରାଶିଫଳ 24 ଏପ୍ରିଲ 2019, ବୁଧବାର – ମା ଦୁର୍ଗା ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ମେଷ

ଯଦି ଆପଣ କୌଣସି ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ବନ୍ଧୁମାନଙ୍କ ସହ ଆପଣଙ୍କର ଭ୍ରମଣ କରିବାର ଅଛି । ଏହା ଆପଣଙ୍କର ସହର ମଧ୍ୟରେ ଦୀର୍ଘରାସ୍ତା ଭ୍ରମଣ ହୋଇପାରେ । ଯାହା ହେଉ ପଛେ ଏହା ଏକ ସୁନ୍ଦର ସ୍ମରଣୀୟ ଭ୍ରମଣ ହିସାବରେ ଆପଣଙ୍କ ଜୀବନରେ ଛାପ ରହିବ । ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ ।

ବୃଷ

ଆଜି ଆପଣଙ୍କର ଘର ଉପରେ ଖୁସି ବିଛାଇ ହୋଇଥିବ । ଏହି ଅବସରର ଲାଭ ଉଠାଇବା ସହିତ ଆପଣ ସେହି ଲୋକଙ୍କ ସହିତ ମିସିପାରିବେ ଯାହାକୁ ଆପଣ ଅଧିକ ସମୟ ଧରି ମିସି ନଥିବେ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ । ଦିନ ଶୁଭଫଳଦାୟୀ ଅଟେ । ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ, ତିକାର– ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ମିଥୁନ

ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ । ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ, ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ ।

କର୍କଟ

ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣ ପରିବାର ସହ ଭ୍ରମଣ କରିବା ପାଇଁ ଯେଉଁ ଆଶା ବାନ୍ଧିଛନ୍ତି ସେଥିରେ କୌଣସି ବାଧାବିଘ୍ନ ସୃଷ୍ଟି ହୋଇପାରେ । ଯଦି ଆପଣ ଏହି ଭ୍ରମଣଟି ଚାଲୁରଖନ୍ତି, ସୃଷ୍ଟିହୋଇଥିବା ବାଧା ଆପଣଙ୍କୁ ନିରାଶ କରିବ । ଅତ୍ୟନ୍ତ ସାବଧାନପୂର୍ବକ ଆଜିର ଦିନ କାଟିବାକୁ ଉପଦେଶ । ଥଣ୍ଡା, କଫ ଏବଂ ଜ୍ୱର କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପରିବାରରେ କିଛି ମନମାଳିନ୍ୟ ହୋଇପାରେ । ଧର୍ମ କରିବାରେ ଧନ ଖର୍ଚ୍ଚ ପରି ପରିସ୍ଥିତି ହୋଇପାରେ, ପ୍ରତିକାର:- କୁକୁରକୁ ଖାଦ୍ୟଦିଅନ୍ତୁ ।

ସିଂହ

ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ , ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ବାହାରେ ଭ୍ରମଣ କରି କିଛି ମସୟ କାଟନ୍ତୁ । ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ । ଏଣୁ ଆପଣଙ୍କୁ ଘର ଚାରିକାନ୍ଥ ଗେରରୁ ବାହାରିବାକୁ ଯେଉଁ ଛୁଟିଦିନ ପାଉଛନ୍ତି ଭ୍ରମଣ ଯୋଜନା କଲେ ଆଶ୍ୱସ୍ତି ମିଳିବ । ଜଗନ୍ନାଥଙ୍କର ଆଶୀର୍ବାଦରେ ଶାରୀରିକ ଏବଂ ମାନସିକ ସୁଖ ରହିବ । ଚାକିରି-ବ୍ୟବସାୟରେ ଆପଣଙ୍କ କାର୍ଯ୍ୟଗୁଡ଼ିକର ପ୍ରଶଂସା ହେବ । ବ୍ୟାପାରିମାନଙ୍କ ଦ୍ଵାରା କାମର ମର୍ଯ୍ୟାଦା ହେବ, ଯାହା ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବ । ପଦୋନ୍ନତିର ଯୋଗ ଅଛି, ପ୍ରତିକାର:-ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ ।

କନ୍ୟା

ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ । ଗୃହସ୍ଥଜୀବନର ସମସ୍ୟା ଠିକ ହେବାପରି ପ୍ରତୀୟମାନ ହେବ । ସଂପତ୍ତି ସମ୍ବନ୍ଧୀତ କାର୍ଯ୍ୟର ଉଚିତ ମାର୍ଗ ମିଳିବ । ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା

ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ । ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି । ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ । ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ । ଘରର ବାତାବରଣରେ ସୁଖ-ଶାନ୍ତି ରହିବ, ପ୍ରତିକାର: କୁଷ୍ଠରୋଗୀଙ୍କୁ ଖାଇବାକୁ ଦିଅନ୍ତୁ ।

ବିଛା

ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ । ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ । ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ । ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ । ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ, ପ୍ରତିକାର: ଈଶ୍ୱର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ଶାନ୍ତି ମିଳିବ ।

ଧନୁ

ଆଜିର ଦିନ ଟି ଆପଣଙ୍କର ଜୋସ୍ ରେ ଭରା ରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ଦିନର ଦିନଚ଼ର୍ଯ୍ୟାରୁ ମୁକ୍ତି ମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବ କରିବେ । ଶାନ୍ତି ବାଗେଇ ରଖିବା ଚେଷ୍ଟା ଏବେ ରଂଗ ଆଣି ଘରେ ବଦଳୁ ଥିବା ଏହି ଶାନ୍ତି ପୂର୍ଣ୍ଣ ବାତା ବରଣ ପାଇଁ ଆପଣଙ୍କୁ ଈଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ସୁଖଦାୟକ ଘଟଣା ଘଟିବ । କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ । ସ୍ଵାସ୍ଥ୍ୟ ଭଲ ରହିବ । ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ । ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ, ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ।

ମକର

ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ । ଆଜି ଆପଣଙ୍କ ବିରତ୍ୱରେ ଦୃଢ଼ତା ଆସିବ । । ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ଅଟେ । ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ । ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ । ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ । ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ , ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ, ପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ ।

କୁମ୍ଭ

ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ । ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ, ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମୀନ

ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ । ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି । ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ । ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ, ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ ।