ଆଜିର ରାଶିଫଳ, 22 ଫେବୃୟାରୀ 2019, ଶୁକ୍ରବାର – ଦୁର୍ଗା ମା ଙ୍କ କୃପାରୁ ଏହି ୪ଟି ରାଶିର ସବୁ କାମ ସଫଳ ହେବ

ମେଷ :

ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ । ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି । ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । କାର୍ଯ୍ୟଭାର ବଢ଼ିପାରେ । ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ । ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

ବୃଷ :

ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।  ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ । କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ । ଲମ୍ବା ଯାତ୍ରାର ଯୋଗ ଅଛି । ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ । ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ । ସ୍ଵାସ୍ଥ୍ୟ ମଧ୍ୟମ ରହିବ । ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ :

ଆଜି ହଠାତ୍ ଆପଣଙ୍କର କୌଣସି ବନ୍ଧୁ ଫୋନ୍ କିମ୍ବା ଇମେଲ କରିପାରନ୍ତି । ଏହି ବନ୍ଧୁ ବୋଧହୁଏ ଆପଣଙ୍କ ଘରେ କିଛି ଦିନ ରହିବାକୁ ଆସିପାରନ୍ତି । ଆପଣ ତାଙ୍କର ଆତିଥ୍ୟ ଚ଼ର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ନିଷେଧାତ୍ମକ ବିଚାରରୁ ଦୂରରେ ରହିବାକୁ ଉପଦେଶ । ନୂଆ କାର୍ଯ୍ୟର ପ୍ରାରମ୍ଭ ତଥା ସ୍ୱାସ୍ଥ୍ୟ ଉପଚାର ପ୍ରାରମ୍ଭ କରିବା ହୀତକର ନୁହେଁ । କ୍ରୋଧର ଭାବନାକୁ ନିୟନ୍ତ୍ରଣରେ ରଖିବେ । ନହେଲେ ଅନିଷ୍ଟକର ପ୍ରସଙ୍ଗର ସମ୍ଭାବନା ଅଛି । ଖର୍ଚ୍ଚ ଅଧିକ ହେବ । ଧନର ସଙ୍କଟ ଅନୁଭବ ହେବ । ନିଷେଧାତ୍ମକ ବିଚାରରୁ ଦୂରରେ ରହିବେ । ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଆଶ୍ୱସ୍ଥି ମିଳିବ । ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

କର୍କଟ :

ଅଯଥା ଭୟଯୋଗୁଁ ନିଜର ମାନସିକ ଅବସ୍ଥାକୁ ବିବ୍ରତ କରନ୍ତୁ ନାହିଁ । ବିନା କାରଣରେ ଭୟଭୀତ ହୁଅନ୍ତୁ ନାହିଁ । ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯୋଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ,ତାହା ଭିତ୍ତିହୀନ । ବୈଭବ ଜୀବନଶୈଳୀ ତଥା ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆଜି ଆପଣ ଆନନ୍ଦିତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ସିଂହ :

ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ । ଯାହାଫଳରେ ସଂଘର୍ଷ ଟାଳି ପାରିବେ । ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ । ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ । ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ । ମାତାଙ୍କର ଚିନ୍ତା ରହିବ । ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କନ୍ୟା :

କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ଆଜିର ଦିନ ଆପଣଙ୍କୁ କୌଣସି ଭାବରେ କଳହ ଏବଂ ଚର୍ଚ୍ଚାରୁ ଦୂରରେ ରହିବାକୁ ଉପଦେଶ । ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି । ବିଦ୍ୟାର୍ଥିମାନଙ୍କପାଇଁ ପାଠପଢାରେ ବାଧା ଆସିବ । ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ । ପେଟ ସମ୍ବନ୍ଧିତ ପୀଡା଼ ହୋଇପାରେ । ଶେୟାର-ସଟ୍ଟାରେ ନିବେଶ କରିବାରେ ସାବଧାନ ରହିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ତୁଳା :

ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି ,ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା କରନ୍ତୁ ନାହିଁ । ଆପଣଙ୍କପାଇଁ ସମୟ ଶୁଭ ଅଟେ । ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ । ଶାରୀରିକ ଫୂର୍ତ୍ତିର ଅଭାବ ରହିବ । ମାନସିକ ବ୍ୟଗ୍ରତା ମଧ୍ୟ ରହିବ । ଧନ ଏବଂ କୀର୍ତ୍ତିର ହାନି ହେବ । ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ । ନିକଟ ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନକୁ ଚୋଟ ପହଁଚିବାର ପ୍ରସଙ୍ଗ ବନିବ । ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା :

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ । ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ । କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ । ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ । ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହୋଇପାରେ । କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି । ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମିଳିବ । ସ୍ନେହ ସମ୍ବନ୍ଧ ବନିବ । ଛୋଟ ଯାତ୍ରାର ସମ୍ଭାବନା ଅଛି । ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

ଧନୁ :

ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ । ଆପଣଙ୍କର ଦିନ ମିଶ୍ର ଫଳଦାୟୀ ଅଟେ । ଅସାମଞ୍ଜସ୍ୟ କାରଣରୁ ନିର୍ଣ୍ଣୟ ନେବା କଠିନ ହେବ । ମନରେ ବ୍ୟଗ୍ରତା ରହିବ । ପରିବାରଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ । କାର୍ଯ୍ୟରେ ଅପେକ୍ଷିତ ସଫଳତା ନ ମିଳିବାରୁ ନିରାଶା ହେବ । କାର୍ଯ୍ୟଭାର ମଧ୍ୟ ବଢିପାରେ । ନିରର୍ଥକ ଅର୍ଥ ଖର୍ଚ୍ଚ ହେବ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

ମକର :

ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ  ।  ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ । କାର୍ଯ୍ୟାଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ । ପଦୋନ୍ନତିର ଯୋଗ ଅଛି । ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ । ଶାରୀରିକ ହାନିର ଯୋଗ ହେବାରୁ ସମ୍ଭାଳିକରି ରୁହନ୍ତୁ । ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ଭେଟ ହେବ । ମାନସିକ ରୂପରେ ଶାନ୍ତି ରହିବେ । ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ :

ହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ । ମାନସିକ ସୁସ୍ଥତା କମ ରହିବ । କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ । ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ । ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଧନ ଖର୍ଚ୍ଚର ଯୋଗ ଅଛି । ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ମୀନ :

ଆଜି ଆପଣଙ୍କର ଘର ଉପରେ ଖୁସି ବିଛାଇ ହୋଇଥିବ । ଏହି ଅବସରର ଲାଭ ଉଠାଇବା ସହିତ ଆପଣ ସେହି ଲୋକଙ୍କ ସହିତ ମିସିପାରିବେ ଯାହାକୁ ଆପଣ ଅଧିକ ସମୟ ଧରି ମିସି ନଥିବେ । ଆଜି ଆପଣ ସବୁ ଅସୁବିଧାକୁ ଗୋଟିଏ ଆଡକୁ ରଖି ନିଅନ୍ତୁ । ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ । ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ । ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି । ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।