ଆଜିର ରାଶିଫଳ 20 ଏପ୍ରିଲ 2019, ଶନିବାର – ଶନି ଦେବ ଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ

ମେଷ:

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।   ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । କାର୍ଯ୍ୟର ସୁଫଳ ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବଳଶାଳୀ ହେବେ । ଶତ୍ରୁ ଦମନ କରି ନିଶ୍ଚିନ୍ତ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଚାକିରିକ୍ଷେତ୍ରରେ ପ୍ରଶଂସା ମିଳିବ । ଯୋଗାଯୋଗରେ ଅଗ୍ରଗତି ଘଟିବ । ଉଦାର ସ୍ୱଭାବର ହେବେ । ଦାନଧର୍ମକୁ ଆଦରି ନେଇ ପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷିରୁ ଲାଭ ମିଳିବ । ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:

ସାମାଜିକ ସମାରୋହକୁ ଆପଣ ସର୍ବଦା ମନେରଖିବେ । ଆଜି ଆପଣଙ୍କ ଘରେ ଲୋକମାନଙ୍କ ଗହଳି ଚ଼ହଳି ଲାଗିରହିବ । ବୋଧହୁଏ ସେମାନେ ଆପଣଙ୍କ ଘରେ ରହିପାରନ୍ତି । ତଥାପି ଆପଣଙ୍କ ଦିନଚ଼ର୍ଯ୍ୟାରେ ପରିବର୍ତ୍ତନ ହେବ  । ଏବେ ଖୁସିର ସମୟ ଆସିଗଲାଣି । ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ । ଦେବ-ଦେବ ମହାଦେବଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ । ସୁଖ ସମ୍ଭୋଗ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଉତ୍ତମ ଭୋଜନ ମିଳିବ | ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ

ମିଥୁନ :

ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ । ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କୁ ଧ୍ୟାନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ପଢ଼ା ଲେଖାରେ କୃତିତ୍ୱ ଅର୍ଜନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ପ୍ରତିକାର : କେଶର, ହଳଦୀ ଘୋରି ମୁଣ୍ଡରେ ଲଗାନ୍ତୁ ।

କର୍କଟ :

ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ ଯେ ଆପଣଙ୍କର ଘରୋଇ ଜୀବନଟି କେତେ ମହତ୍ତ୍ୱପୂର୍ଣ୍ଣ । ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ । ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ । ଏହାକୁ ଉପଭୋଗ କରିବେ । ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ :

ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି , ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ । ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ । ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଯେସାକୁ ତେସା ନୀତି ପ୍ରୟୋଗ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍‌ କିଛି ଧନ ମିଳିବ । ବିଦ୍ୟାର୍ଥୀ ପଢ଼ାରେ ମନ ଦେବେ ।

କନ୍ୟା

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । କିଛିବି ହେଉ ନିଜ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ କଳିଠାରୁ ବଞ୍ଚନ୍ତୁ । ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ ସ୍ତରରୁ ଲାଭ ମିଳିବ । ପାରିବାରିକ ସୁଖ ମିଳିବ । ପରିବେଶରୁ ଭୟ ଉପୁଜିପାରେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି

ତୁଳା :

ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ । ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ । ସଞ୍ଚୟର ଉପଯୋଗ କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । କଅଁଳ ବଚନରେ ଅନ୍ୟକୁ ମୁଗ୍ଧ କରିପାରନ୍ତି । ସ୍ୱାଭିମାନୀ ହେବେ । ଏକାନ୍ତ ପ୍ରିୟ ହୋଇପାରନ୍ତି । ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ | ପ୍ରତିକାର : ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ବିଦ୍ୟାର୍ଥୀ ସଫଳତା ଲାଭ କରିବେ | ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ । ଆପଣ ସହକର୍ମୀମାନେ ମଧ୍ୟ ଆପଣଙ୍କ ପ୍ରଶଂସା ଗାଇବେ । ଆପଣ ଜଣେ ବନ୍ଧୁମାନ ବ୍ୟକ୍ତି । ଯଦି ଆପଣଙ୍କୁ ବନ୍ଧୁମାନେ ଉପଦେଶ ମାଗନ୍ତି , ତେବେ ଆପଣ ତାଙ୍କୁ ନିରାଶ କରନ୍ତୁ ନାହିଁ । ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ । ଦୂରଯାତ୍ରା ଲାଭଦାୟକ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ବିଦ୍ୟାର୍ଥୀ ସନ୍ତୁଷ୍ଟ ହେବେ । ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ ।

ମକର

ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ । ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ । ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ । ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ । ପ୍ରତିକାର : ଭିକାରୀଙ୍କୁ ଅନ୍ନ ଦାନ କରନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ ।  ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ

ମୀନ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ , କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ପରମ ଭାଗ୍ୟଶାଳୀ ହେବେ । ପରବେଶବାସୀ, ସହଦଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନୀଷ୍ଠ ହେବେ । ପ୍ରତିକାର : ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ ।