ଆଜିର ରାଶିଫଳ, 2 ମାର୍ଚ୍ଚ 2020, ସୋମବାର, ମହାଦେବଙ୍କ କୃପା ବରଷିବ ଏହି ୩ ଟି ରାଶି ଉପରେ

ଆମ ଜୀବନରେ ରାଶି ମାନଙ୍କର ବହୁତ ମହତ୍ଵ ରହିଛି । ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ରର ଚାଲ ଅନୁଯାଇ ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ମାନଙ୍କର ଚାଲ ସବୁବେଳେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ମଣିଷର ଦୈନିକ ଜୀବନରେ ଦୁଖ ଓ ସୁଖର ପରିବର୍ତ୍ତନ ଆସିଥାଏ । ଆଜିଆମେ ଆପଣଙ୍କୁ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ ରାଶି-

ଆପଣଙ୍କ ପାଖକୁ ଟଙ୍କା ବା କୌଣସି ବସ୍ତୁ ଫେରିଆସିବ । ଧାର୍ମିକ କାର୍ଯ୍ୟ ବା ଯାତ୍ରା ପାଇଁ ଅନୁକୂଳ ସମୟ ରହିଛି । ଆପଣଙ୍କୁ ଆଜି ନୂଆ ନୂଆ ବିଚାର ଆସିବ । ଆଜି ଆପଣ ନିଜ ବ୍ୟବସାୟର ପ୍ରାରମ୍ଭ କରିପାରିବେ । ଆଜି ଆପଣଙ୍କୁ ଧନ ଲାଭ ହେବ । ସାମାଜିକ ଦାଇତ୍ଵ ବଢିପାରେ । ମିତ୍ର ଓ ଅଧିକାରୀ ମାନଙ୍କ ସହାୟତା ଆପଣମାନଙ୍କୁ ମିଳିବ । ଆପଣ ନିଜ ବ୍ୟାପରକୁ ଅଧିକ ବଢାଇବା ପାଇଁ ପ୍ରୟାସ କରିବେ ।

ବୃଷ ରାଶି-

ଆଜି ଆପଣ ବ୍ଯବସାୟିକ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ । ନିଜର ଆତ୍ମବିଶ୍ଵାସ ଦ୍ଵାରା ଆପଣ ସବୁ ସମସ୍ଯାର ସମାଧାନ କରିବେ । ଆଜି ଆପଣ ନିଜ ଭବିଷ୍ୟ ପାଇଁ ଚିନ୍ତିତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟରେ ଲାଭ ହେବ । ବ୍ୟବସାୟରେ ଅଳ୍ପ କିଛି ସମସ୍ଯାର ସମ୍ମୁଖୀନ କରିବାକୁ ପଡିପାରେ । ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଛୋଟ ଛୋଟ ସମସ୍ଯା ପାଇଁ ଅଧିକ ଚିନ୍ତା ଗ୍ରସ୍ତ ହୁଅନ୍ତୁ ନାହିଁ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ ।

ମିଥୁନ ରାଶି-

ଆଜିର ଦିନରେ ଆପଣଙ୍କ ଦ୍ଵାରା ହୋଇଥିବା ଯୋଜନାରେ ଭଲ ଫଳ ମିଳିବ । ଆପଣ ନିଜ ଜୀବନ ସାଥିର କୌଣସି ଛୋଟ କଥା ପାଇଁ ଦୁଖ ଅନୁଭବ କରିପାରନ୍ତି । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆପଣ ଭଲ ଭାବରେ ଚିନ୍ତା କରନ୍ତୁ । ଆଖ ପାଖର ଲୋକମାନେ ଆପଣଙ୍କ ଠାରୁ ସହୟତା ମାଗିବେ । ଅନ୍ୟ ଲୋକଙ୍କୁ ସହାୟତା କରିବାର ମଉକା ଆପଣଙ୍କୁ ମିଳିପାରେ । ନିଜ ମନରେ ନକରାତ୍ମକ ଚିନ୍ତା ଧାରାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜ ପରିବାରର ଲୋକମାନଙ୍କ ସହିତ କିଛି ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରନ୍ତୁ ।

କର୍କଟ ରାଶି-

ଆଜିର ଦିନ ଶୁଭ ତଥା ଅନୁକୂଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ମାନଙ୍କର ଭରୁପୁର ସହାୟତା ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ବଢିବ । ଦାନ କରିବାର ଭାବନା ଆସିବ । ସକାରାତ୍ମକ ବିଚାର ଧାରା ଆପଣଙ୍କ ମନକୁ ଆସିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣ ନିଜ ଯୋଜନା ଗୁଡିକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ସକ୍ରିୟ ରହିପାରନ୍ତି ।

ସିଂହ ରାଶି-

ଆଜି ଆପଣଙ୍କୁ ନିଜ ଭାଗ୍ୟର ପୁରା ସହାୟତା ମିଳିବ । ଆଜି ଆପଣଙ୍କ ଆତ୍ମ ବିଶ୍ଵାସରେ ବୃଦ୍ଧି ଆସିବ । ଆପଣଙ୍କ ବିଚାରରେ ଆଜି ବିଭିନ୍ନ ପ୍ରକାରର ଚିନ୍ତା ଧାରା ଆସିବ । ଆଜି ଆପଣ ନିଜ ଜୀବନ ସାଥି ସହ କିଛି ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଘରେ ଅସନ୍ତୋଷର ବାତାବରଣ ରହିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

କନ୍ୟା ରାଶି-

ଆଜି ଆପଣଙ୍କୁ ଧନ ଲାଭ କରିବା ପାଇଁ ବହୁତ ମଉକା ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ଖୁସି ଖବର ମିଳିବାର ସମ୍ଭାବନା ଅଛି । ଏହି ସବୁ ଅବସରକୁ ନିଜ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ଆଜି ଆପଣଙ୍କୁ ସଫଳତା ସହ ଆର୍ଥିକ ଲାଭ ମଧ୍ୟ ମିଳିବ । ଆପଣଙ୍କ ଶତ୍ରୁ ପରାସ୍ତ ହେବ । ହେଲେ ଆପଣ ନିଜର ଅଧିକାଂଶ ସମୟ ମନୋରଞ୍ଜନ ପାଇଁ ନଷ୍ଟ କରନ୍ତୁ ନାହିଁ । ଜୀବନ ସାଥି ସହ କିଛି ମତଭେଦ ହେବାର ସମ୍ଭାବନା ରହିଛି, ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା ରାଶି-

ଆଜି ଆପଣ ଶାରୀରିକ ଓ ମାନସିକ ଦ୍ରୁଷ୍ଟିରୁ ମଝବୁତ ରହିବେ । ମନରେ ଉତ୍ସାହର ସଞ୍ଚାର ହେବ । ଆପଣ ନିଜ ସମ୍ପର୍କୀୟ ମାନଙ୍କ ସହ ଭେଟି ପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ କାର୍ଯ୍ୟ ସରଳତାରେ ପୂରଣ ହେବ । ଆପଣଙ୍କ କାର୍ଯ୍ୟ ପାଇଁ ଉଛ ଅଧିକାରୀ ମାନେ ଖୁସି ହେବେ । ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଇପାରନ୍ତି । ହେଲେ ବାହାନ ଚାଳନ ସମୟରେ ସତର୍କତା ଅବଲମ୍ବନ କରିବେ ।

ବିଛା ରାଶି-

ଆଜି ଭାବବହୁଳ ହୋଇ ଆପଣ କୌଣସି ଲୋକକୁ ପ୍ରମିଷ କରିବେ ନାହିଁ । ଆଜି ଆପଣ ନିଜ ବିଚାରରେ ଫଶୀ ରହିବେ । ଆଜି ଆପଣଙ୍କୁ ମାନସିକ ଚିନ୍ତାର ସମ୍ମୁଖୀନ କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆଜି ଖରାପ ହେବାର ସମ୍ଭାବନା ରହିଛି, ସେଥିପାଇଁ ସତର୍କ ରୁହନ୍ତୁ । ଯଦି ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ସତର୍କତାର ସହ ଯାତ୍ରା କରନ୍ତୁ । ଆଜିର ଦିନରେ ଆପଣଙ୍କୁ ନିଜ ଆତ୍ମବିଶ୍ଵାସ ସହ କାମ କରିବାକୁ ହେବ ।

ଧନୁ ରାଶି-

ବ୍ୟାପାରରେ ଟଙ୍କା ନେବା ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣ କିଛି ଭଲ ଖବର ପ୍ରାପ୍ତ କରିପାରନ୍ତି । ଘର ପରିବାରରେ ଖୁସିର ମାହୋଲ ରହିବ । ପ୍ରେମ ପ୍ରସ୍ତାବ ମିଳିପାରେ । ଆପଣଙ୍କୁ ନିଜ ପରିବାର ପ୍ରତି ଥିବା ସମସ୍ତ ଦାଇତ୍ଵକୁ ପୂରଣ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଛି । ଆପଣ ନିଜ କାର୍ଯ୍ୟକୁ ପୂରଣ କରିବାରେ ସଫଳ ହେବେ ଓ ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି ।

ମକର ରାଶି-

ଆଜି ଆପଣ ନିଜର ବଡ ନିର୍ଣ୍ଣୟକୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଆଜି ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହି ଯାତ୍ରା ଦ୍ଵାରା ଆପଣ ଥକାପଣ ଅନୁଭବ କରିପାରନ୍ତି, ହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଆପଣ ଓ ଆପଣଙ୍କ ଜୀବନ ସାଥି ପରସ୍ପରର ଭାବନାକୁ ସେୟାର କରିବେ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ଅଳ୍ପ ମାନସିକ ଚିନ୍ତା ଆସିପାରେ । ଆପଣ ଆଜି କିଛି ଭଲ ପରିଣାମ ପାଇବା ପାଇଁ ଚେଷ୍ଟା କରନ୍ତୁ ।

କୁମ୍ଭ ରାଶି-

ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଝବୁତ ହେବ । ରୋଗ ଓ ଶତ୍ରୁ ମାନଙ୍କର ବୃଦ୍ଧି ହେବ । ଯଦି କୌଣସି ଲୋକ ସମସ୍ଯା ନେଇ ଆପଣଙ୍କ ପାଖକୁ ଆସେ, ତେବେ ସେମାନଙ୍କୁ ଇଗ୍ନୋର କରନ୍ତୁ । ଆପଣ ନିଜ ବ୍ୟବହାରକୁ ସକାରାତ୍ମକ ରଖନ୍ତୁ । ଆଜି ବାହାନ ଚାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବହୁତ ଶୀଘ୍ର ଆପଣଙ୍କ ସଫଳତାର ଦ୍ଵାର ଖୋଲିବାକୁ ଯାଉଛି । ଧନ ଲାଭ ହେବ । ଆଜିର ଦିନ ବୈବାହିକ ଜୀବନ ପାଇଁ ବହୁତ ଭଲ ଅଛି ।

ମୀନ ରାଶି-

ଆଜି ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ଆପଣଙ୍କ କାର୍ଯ୍ୟରେ ଆସୁଥିବା ସମସ୍ଯା ଦୂର ହେବ । ଖରାପ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ବଞ୍ଚନ୍ତୁ । ଚାକିରି କରୁଥିବା ଲୋକମାନଙ୍କର ହଠାତ ସ୍ଥାନ ପରିବର୍ତ୍ତନ ହୋଇପାରେ । ଆଜି ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବେ । ଆପଣ ନିଜ ପରିବାର ଲୋକଙ୍କ ସହ କିଛି ଭଲ ସମୟ ଅତିବାହିତ କରିବେ ।