ଆଜିର ରାଶିଫଳ, 19 ଫେବୃୟାରୀ 2020, ବୁଧବାର, ଆଜିଠୁ ଏହି ୪ଟି ରାଶିର କୁବେର ଖଜାନା ଖୋଲିବେ ମା ଲକ୍ଷ୍ମୀ

୧ – ମେଷ

ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ । କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ । ଘର – ପରିବାରକୁ ପ୍ରାଥମିକତା ଦେବେ । ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ । ମାତା – ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ । ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ । ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୨ – ବୃଷ

ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତିରେ ଦିନଟି କଟାଇବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କରିବେ ଓ ସଫଳତା ପ୍ରାପ୍ତି ହେବ । ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଆଚାର ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ । ପାଦ ପୀଡା ସହ ଦୈନିକ କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ ହୋଇ ପାରେ । ରାଜନୈତିକ କ୍ଷେତ୍ରରେ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ପ୍ରତିକାର– ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

୩ – ମିଥୁନ

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବିଦ୍ୟାରେ ଉନ୍ନତି କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ଶତୃମାନେ ଦୂରେଇ ଯିବେ । ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ । ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ । ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । ପ୍ରତିକାର: – ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

୪ – କର୍କଟ

ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ ଓ ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ହାତକୁ ନେଇଥିବା କାର୍ଯ୍ୟପାଇଁ କଠିନ ପରିଶ୍ରମ କରିବେ । ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସହଯୋଗ ପାଇ ମନ ଖୁସୀ ରହିବ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ପ୍ରତିକାର–ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ।

୫ – ସିଂହ

ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ । ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ମନରେ ଭୟ ଆଶଙ୍କା ଶାରୀରିକ ଅସୁସ୍ଥତା ଦୂରେଇଯିବ । କର୍ମ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ଶୁଭକାମ କରି ପ୍ରଶଂସିତ ହେବେ । ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ ।

୬ – କନ୍ୟା

ବ୍ୟବସାୟ ବଢାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ । ବାହନ ଆଦି କ୍ରୟ କରିପାରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । କାର୍ଯ୍ୟ କ୍ଷେତ୍ରରେ ଯଶ ଓ ସମ୍ମାନ ବଢିବ । ନିଜ ପରିଶ୍ରମରେ ସଫଳତା ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ପ୍ରତିକାର– ଗଙ୍ଗାଜଳ ସେବନ କରନ୍ତୁ ।

୭ – ତୁଳା

ବ୍ୟବସାୟୀମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ । କର୍ମକ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପଢାପଢିରେ ମାନସିକ ଶାନ୍ତି ମିଳିବ । ରାଜନୀତି ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ବୁଝି ବିଚାରୀ କରିବା ଉଚିତ୍ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ପ୍ରତିକାର: – କୁକୁରକୁ ଖାଦ୍ୟ ଦିଅନ୍ତୁ ।

୮ – ବିଚ୍ଛା

ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ । ଜଗାଜମି, ଗୃହ ଉପକରଣ କ୍ରୟ କରିବେ । ଋଣପ୍ରାପ୍ତି ଓ ଋଣମୁକ୍ତର ରାସ୍ତା ପରିଷ୍କାର ହେବ । କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ପ୍ରତିକାର – ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୯ – ଧନୁ

ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଦୁଃଖୀ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବେ । କର୍ମ କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ । ସାଧାରଣ ଦିନଚର୍ଜ୍ୟା ଅତୁଟ ରହିବ । କୌଣସି କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ । ବନ୍ଧାକୋବି, ପୋଟଳ, ମୂଳା, କ୍ଷୀର, ଛେନା ପ୍ରଭୃତି ଚର୍ବି ଓ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ପ୍ରତିକାର– ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

୧୦ – ମକର

କର୍ମକ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ରାଜନୈତିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ମାଲିମକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇ ପାରେ । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇ ପାରନ୍ତି । ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ ।

୧୧ – କୁମ୍ଭ

କର୍ମକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ ହେବେ । ପାରିବାରିକ ଜୀବନରେ ସୁଖ – ଶାନ୍ତି ଲାଭ ଓ ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ । ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ । ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ । ପ୍ରତିକାର– ଇଷ୍ଟଦେବତାଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

୧୨ – ମୀନ

କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ । ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ – ଉଦ୍ଦୀପନାଯୁକ୍ତ ହେବେ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ । ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ପ୍ରତିକାର: – ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।