ଆଜିର ରାଶିଫଳ, 18 ଅକ୍ଟୋବର 2019 ଶୁକ୍ରବାର, ଆଜି ଏହି ୩ଟି ରାଶି ପାଇଁ ବହୁତ ଶୁଭ ଦିନ ରହିବ

୧-ମେଷ

ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ ।   କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ ।

୨-ବୃଷ

ଅଧ୍ୟୟନ, ଅନୁସନ୍ଧାନ, ଶୋଧ, ଲେଖନ ଆଦି କାର୍ଯ୍ୟରେ ପ୍ରଶଂସିତ ହେବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଯାହା ଆଗକୁ ବଢିବାରେ ସହାୟତା ମିଳିବ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । କଷ୍ଟ ଓ କଠିନ ପରିଶ୍ରମ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । ଆର୍ଥିକକ୍ଷେତ୍ରରେ ଉନ୍ନତି ହେବ । ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି । ଶତୃ ଓ ବିରୋଧୀମାନେ ଦୂରେଇଯିବେ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିପାରିବେ । ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚପଦରେ ରହିବେ ।

୩-ମିଥୁନ

ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଓ ପରିଶ୍ରମରେ ସୁଖ ପ୍ରାପ୍ତି ହେବ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । କ୍ରୋଧକୁ ଦମନ କରି ପାରିଲେ ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଶତୃମାନେ ଦୂରେଇ ଯିବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ସରକାରୀ କାମରେ ସଫଳତା ମିଳିବ ।

୪-କର୍କଟ

ଫଶିଯାଇଥିବା ଷଡଯନ୍ତ୍ର ବା ଚକ୍ରବ୍ୟୁହ ମଧ୍ୟରୁ ମୁକୁଳିବେ । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟରେ ସୁଧାର ହେବ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ । ପ୍ରତ୍ୟେକ କାର୍ଯ୍ୟ ସାବଧାନତା ପୂର୍ବକ କରିବା ଉଚ୍ଚିତ୍ । ଋଣ ଓ ପୁଞ୍ଜିନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଭୂମି, ଭବନ ଓ ବାହନ କ୍ରୟ କରିବେ କିନ୍ତୁ ଭୂମି କ୍ରୟ କରିଲା ବେଳେ ଆବଶ୍ୟକ କାଗଜପତ୍ର ଭଲରେ ଦେଖି ବୁଝି-ବିଚାରୀ ରଖିବେ । କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ ହେବ । ପୂର୍ବରୁ ଅଟକିଥିବା କାର୍ଯ୍ୟରେ ସଫଳ ହେବେ ।

୫-ସିଂହ

ଦାମ୍ପତ୍ୟ ସମ୍ବନ୍ଧୀୟ ମଧୁରତା ଆସିବ । ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ପ୍ରାପ୍ତି ପାଇଁ ପ୍ରଯତ୍ନ ଶୀଳ ରହିବେ । ମାନସିକ ଶାନ୍ତି ମିଳିବ । ଶତୃମାନେ ଦୂରେଇଯିବେ । ବନ୍ଧୁ-ବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧିତ ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିବେ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ । ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିବେ ।

୬-କନ୍ୟା

ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଉତ୍ସୁକ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯିବ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଅନେକ ଦିଗରୁ ଖୁସି ମିଳିବ ।

୭-ତୁଳା

ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି ମଧ୍ୟ ପାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ । ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ ।

୮-ବିଚ୍ଛା

ମହିଳାମାନେ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ । ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ପରିବାରରେ ମାନ ମନାନ୍ତର ଦୂର ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ । ଉଚ୍ଚଆଶା ସଫଳ ହେବ ।

୯-ଧନୁ

ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିବେ । ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନଟି କାଟିବେ । ଶିକ୍ଷା କ୍ଷେତ୍ରରେ ସଫଳ ହେବେ । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ । ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ ।

୧୦-ମକର

ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ । ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି ମଧ୍ୟ ପାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ ।

୧୧-କୁମ୍ଭ

କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ ।

୧୨-ମୀନ

କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ ।