ଆଜିର ରାଶିଫଳ, 16 ନଭେମ୍ବର 2019 ଶନିବାର, ଶନି ଦେବ ଙ୍କ କୃପାରୁ ଏହି ୪ଟି ରାଶିର ଶୁଭ ଦିନ ଆରମ୍ଭ ହେବ

୧-ମେଷ

ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇପାରେ । ମହିଳା ମାନଙ୍କର ସମସ୍ତ ସମସ୍ୟା ଅପସରି ଯିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସିହେବେ । ପରିବାରରେ କଳହ ମେଣ୍ଟିଯିବ ।

୨-ବୃଷ

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ପୁରାତନରୋଗରୁ ଉପଶମ ମିଳିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ରାଜନୀତିରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯାଇ ଶାନ୍ତିଶୃଙ୍ଖଳା ଦେଖା ଦେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ ।

୩-ମିଥୁନ

ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ରାଜନୈତିକ କ୍ଷେତ୍ରର ଲକ୍ଷ୍ୟ ସିଦ୍ଧିହେବା ସହ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧ ଆଶା କରି ହେବ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ ।

୪-କର୍କଟ

ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ମହିଳାମାନେ ହସଖୁସିରେ ସମୟ ବିତାଇବେ ଓ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି । ସରକାରୀ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ।

୫-ସିଂହ

ରାଜନୈତିକ କ୍ଷେତ୍ରରେ କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ଯିବ । ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡା ଅନୁଭବ କରି ପାରନ୍ତି । ଦାମ୍ପତ୍ୟ ସୁଖରେ ବାଧା ଆସିବ । ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ବ୍ୟବସାୟ ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗ ପାଇ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ ।

୬-କନ୍ୟା

ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାର ସମ୍ମାନ ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଆଗ୍ରହ ବଢିବ । ରାଜନୀତି କ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ଆନୁଷ୍ଠାନିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ବିଦେଶ ଯାତ୍ରାରେ ସଫଳ ହେବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଆତ୍ମବିଶ୍ଵାସ ବୃଦ୍ଧି ପାଇବ ।

୭-ତୁଳା

ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ତାହାର ସମାଧାନ କରି ପାରିବେ । ରାଜନୀତିରେ ଫାଇଦା ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭହେବ । ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହାଁଇ ପାରିବେ । ନୂତନ ବସ୍ତୁ ଓ ବାହନ ଆଦି କ୍ରୟ କରି ପାରିବେ । ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ ।

୮-ବିଚ୍ଛା

ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକ ଦେଖାଦେଇ ପାରେ । ରାଜନୀତିରେ ବାକ୍ୟ ସଂଯମତା ରଖିଲେ ଉଚ୍ଚପ୍ରଶଂସିତ ହେବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଆୟ ଉପାର୍ଜନରେ ବାଧା ନାହିଁ । ପ୍ରମୋଶନ ସୂଚନାପାଇ ଖୁସି ହେବେ ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କସହ ବିବାଦ ମେଣ୍ଟିଯିବ ।

୯-ଧନୁ

ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ବ୍ୟବସାୟିକ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ପରିବାରରେ ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ ।

୧୦-ମକର

କେତେକକ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମୀ ପ୍ରେମିକାଙ୍କ ସାମଞ୍ଜସ୍ୟ ବୃଦ୍ଧି ହେବ । ରାଜନେତାମାନେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ । କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ । ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ । କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବା ସହ ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ ।

୧୧-କୁମ୍ଭ

ବନ୍ଧୁ ମିତ୍ରଙ୍କ ଆଗମନ ହେବ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବା ଫଳରେ ସମସ୍ତ କ୍ଷେତ୍ରରେ ଖୁସି ମିଳିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ ।

୧୨-ମୀନ

ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ସଫଳତା, ଆୟବୃଦ୍ଧି, ଋଣମୁକ୍ତି ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବା ସହ ଲାଭର ପରିମାଣ ଅଧିକ ହେବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ ଓ ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ପାରିବାରିକ ସ୍ତର ହସ ଖୁସିରେ କଟିବ ଓ ଚିନ୍ତା କରିଥିବା କାମ ଗୁଡିକ ହେବ । ରାଜନୀତି କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆଶାଜନକ ଫଳପ୍ରାପ୍ତି ହେବ ।