ଆଜିର ରାଶିଫଳ 16 ଜୁଲାଇ 2019, ମଙ୍ଗଳବାର, ଆଜିଠୁ ହନୁମାନ ଏହି ୪ଟି ରାଶିର ସବୁ ଦୁଃଖ ଦୂର କରିବେ

ମେଷ:-

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବା ଫଳରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଖେଳ, କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଦୃତ ହେବେ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।  ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ ।

ବୃଷ:-

ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । କାରବାରରେ ସ୍ଥିତି ଠିକ୍ ରହିବ । ମହିଳାଙ୍କ ମାନସିକସ୍ଥିତି ଭଲ ରହିବ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅପୋଷ ସମାଧାନ ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଗୃହ ସୁଖମିଳିବ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ । ପ୍ରେମିକ ପ୍ରେମିକାମାନଙ୍କର ବସ୍ତ୍ରଆଭୂଷଣ ଆଦି ଲାଭହେବ ।  ପ୍ରତିକାର- ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗ କରି ବାଣ୍ଟନ୍ତୁ ।

ମିଥୁନ:-

ବ୍ୟକ୍ତିଗତ ଓ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରି ପ୍ରଶଂସା ପାଇବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା  ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରେମ କ୍ଷେତ୍ରରେ ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ । ଶତୃ ଓ ବିରୋଧୀମାନଙ୍କ ମୁଣ୍ଡ ତଳକୁ ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ ।  ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

କର୍କଟ:-

ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ । ଘରୋଇ କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।  ପ୍ରତିକାର- ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ସିଂହ:-

ଉଚ୍ଚ ସମ୍ଭାବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ଓ ସାହାଯ୍ୟ ସହଯୋଗ ମିଳିବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥି ରହିବ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ଦୂରେଇ ଯିବେ । କମିଶନ କାର୍ଯ୍ୟରେ ବିଶେଷ ଲାଭ ହେବାର ସମ୍ଭାବନା ଅଛି । ବ୍ୟବସାୟୀମାନେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ମିଳିବ । ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତରେ ଉତ୍ସାହିତହେବେ ।  ପ୍ରତିକାର- ପିତାମାତାଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ପ୍ରେମିକ ଓ ପ୍ରେମିକାମାନେ ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ ଓ କଠିନ ପରିଶ୍ରମ କରିବେ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ ।  ପ୍ରତିକାର- ପିତାମାତାଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ବ୍ୟବସାୟମାନେ ଅଧିକ ଲାଭ କରିବେ । ରାଜନୀତିରେ ଲୋକସମ୍ପର୍କକୁ ଆଧାରକରି କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ  ଭାବେ ଦାୟିତ୍ୱ ତୁଲାଇବେ ଏବଂ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆନନ୍ଦିତ ହେବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।  ପ୍ରତିକାର-ଜଗନ୍ନାଥଙ୍କ ପାଖରେ ଭୋଗ ଲଗେଇ ବାଣ୍ଟି ଦିଅନ୍ତୁ ।

ଧନୁ:-

ଘରୋଇ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବା ସହ ମାନସିକ ଅଶାନ୍ତି ଦୂର ହେବ । ବ୍ୟବସାୟୀମାନେ ଲାଭବାନ ହେବେ ଓ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ମହିଳାମାନେ ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ ।  ଅଯଥା ଭ୍ରମଣ କରିବା ଫଳରେ ଦେହ ଅସୁସ୍ଥି ରହିବ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ ।  ପ୍ରତିକାର- ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମକର:-

ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ । ରାଜନୀତି କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଶାରିରୀକ ଅସୁସ୍ଥତା ଦୂରହେବ । ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ନୂତନ କାର୍ଯ୍ୟରମ୍ଭ କରିପାରିବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ ।  ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।

କୁମ୍ଭ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଆଶାତୀତ ଲାଭ ପାଇବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ବୁଝାମଣା ଠିକ୍ ରହିବ । ଆୟ ଉପାର୍ଜନ ବୃଦ୍ଧି ହେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଦୂରଯାତ୍ରାରେ ସଫଳ ହେବେ । ମନରେ ଅଶାନ୍ତି ଅସନ୍ତୋଷ ଦୂରେଇ ଯିବ । ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଲାଭବାନ ହେବେ ।  ପାରିବାରିକ କ୍ଷେତ୍ରରେ ସନ୍ତାନର ବିବାହ ପ୍ରସ୍ତାବ ସମାଧାନ ହୋଇଯିବ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନର ସୁଯୋଗ ପାଇବେ ।  ପ୍ରତିକାର- ପିତାମାତାଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ । ପୁରାତନ ରୋଗରୁ ଉପଶମ ମିଳିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଆର୍ଥିକସ୍ଥିତି ପୂର୍ବପରି ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ ।  ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।