ଆଜିର ରାଶିଫଳ, 13 ସେପ୍ଟେମ୍ବର 2019 ଶୁକ୍ରବାର, ମହାଦେବ ଙ୍କ କୃପାରୁ ଏହି ୪ଟି ରାଶିର ସବୁ କାର୍ଯ୍ୟ ସଫଳ ହେବ

ମେଷ:-

କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ଲାଭ ଓ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ୍ ହେବେ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ବହୁବିଧ ସୁଯୋଗ ଜୁଟିବା ସହ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଶିକ୍ଷା କ୍ଷେତ୍ରରେ ଏବଂ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ । ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ପ୍ରେମପ୍ରସଙ୍ଗରେ ମଧୁରତା ଆସିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାସ ଗୃହ ଓ ଯାନବାହାନର କେତେକ ସମସ୍ୟା ସମାଧାନ  ହେବ । ଆର୍ଥିକଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି, ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧିହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଯାତ୍ରାରେ ସଫଳତା ପ୍ରାପ୍ତି ହେବ । ଆକସ୍ମିକ ଅର୍ଥଲାଭ ହେବା ଫଳରେ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ଶୁଭଫଳ ପ୍ରାପ୍ତି ହେବ ।  ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମିଥୁନ:-

ସାମାନ୍ୟ ପରିଶ୍ରମ କରି  ଅଧିକ ଲାଭ ପାଇବେ । ସ୍ୱାସ୍ଥ୍ୟ ଦିଗରୁ ପ୍ରାୟତଃ ଠିକ୍ ରହିବ । ବନ୍ଧୁ, ମିତ୍ର, ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗ ପ୍ରତି ସାବଧାନ ରହିବା ଉଚିତ୍ । ଶ୍ୱଶୁର ଘର କିମ୍ବା ଜମିବାଡ଼ି ନେଇ କେତେକ ସମସ୍ୟା ଉପୁଜିବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ବିଦ୍ୟୁତ, ଯନ୍ତ୍ରଚାଳନା, ଯାନବାହନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଭୋଗ ବିଳାସ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ମାଲିମୋକଦ୍ଦମା ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହୋଇ ସମ୍ପତ୍ତି କ୍ରୟ କରିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ଉଚ୍ଚକର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବା ସହ ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି  ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ଉପକୃତ ହେବେ । ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ବିଦ୍ୟାରେ ଉନ୍ନତି ସହ ପରୀକ୍ଷା ପ୍ରତିଦ୍ୱିନ୍ଦିତାରେ ବିଜୟୀ ହେବେ । ପ୍ରବାସ ଯାତ୍ରାରେ ଲାଭବାନ୍ ହେବେ । ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଆଜି ପୂରଣ କରିବାକୁ ଚେଷ୍ଟା କରିବେ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ । ନୂଆସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ  ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ସନ୍ତାନର ସୁ-ଖବର ଶୁଣି ଖୁସିହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟିହେବ । ନୂଆ ବେପାରୀଙ୍କସହ ସମ୍ପର୍କ ଯୋଗୁଁ  ନୂତନ  ବ୍ୟବସାୟର ଯୋଜନା କରିବେ । ଆତ୍ମୀୟଙ୍କ ସହ ଯୋଗରେ କେତେକ ସମସ୍ୟାର ସମାଧାନ ହେବ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ । ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇ ଯାଇ ପାରେ । ଉଚ୍ଚାଧିକାରୀ ଓ ବରିଷ୍ଠବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ପରିବାରରେ ଓ କୁଟୁମ୍ବରେ ଗୁରୁକାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ ପ୍ରଶଂସା ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ବ୍ୟବସାୟରେ ଭାଗୀଦାର ମାନଙ୍କ ସହ ନୂତନ ବ୍ୟବସାୟ ଆରମ୍ଭପାଇଁ ଯୋଜନା ପ୍ରସ୍ତୁତ କରି ଆଶାତୀତ ଲାଭ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । କର୍ମକ୍ଷେତ୍ରରେ ପରିବର୍ତ୍ତନ  ଆସିବ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମକର:-

ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ଋଣଭାର କମିଯିବ । ଶତୃମାନେ ପରାଜିତ ହେବେ । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ଯଶ, ମାନ, ପ୍ରତିଷ୍ଠା ବୃଦ୍ଧିପାଇବ । ପ୍ରତିଯୋଗିତାରେ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ଫଳରେ ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟରେ ମନମୁତାବକ ଲାଭ ପାଇ, ଭବିଷ୍ୟତ ଯୋଜନାରେ ନିବେଶ କରିବେ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-

ପରିବାରରେ  ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବାର ଇଚ୍ଛା ଏବଂ ଆତ୍ମବିଶ୍ୱାସ ବୃଦ୍ଧିହେବ । ବନ୍ଧୁ ମିତ୍ରଙ୍କ ଉପଦେଶକୁ ଖରାପ ନଭାବି ମାନି ନେବା ହିତକର । ବୁଝି ବିଚାରୀ କାର୍ଯ୍ୟ କଲେ ସାମାଜିକ ସ୍ଥିତି ଓ ମାନ-ସମ୍ମାନ ବୃଦ୍ଧିହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ ଓ ଉନ୍ନତି ହେବ । କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ । ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଉଚିତ୍ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ହେବ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ସନ୍ତାନଙ୍କ ସହଯୋଗ ପାଇ ସୁଖ ପ୍ରାପ୍ତି ହେବ । ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭବାନ୍ ହେବେ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରାର ସୁଯୋଗ ପାଇବେ । ରାଜନୀତିକ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ । ପରୀକ୍ଷାପ୍ରତିଯୋଗିତା, ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ  ପରିସ୍ଥିତି ସୃଷ୍ଟିହେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।