ଆଜିର ରାଶିଫଳ, 1 ମାର୍ଚ୍ଚ 2019, ଶୁକ୍ରବାର – ଆଜିଠୁ ଏହି ୪ଟି ରାଶିର ଭାଗ୍ୟ ଖୋଲିବେ ଲକ୍ଷ୍ମୀନାରାୟଣ

ମେଷ

ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି । ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ । ମାନସିକ ରୂପରେ ଆଜି ଆପଣର ଉତ୍ସାହର ଅଭାବ ରହିବ, ଯାହାଦ୍ୱାରା ମନରେ ଅଶାନ୍ତି ରହିବ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ । ମାନହାନି ନ ହେଉ ଏହାର ଧ୍ୟାନ ରଖିବେ, ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ

ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ । ଯଶ କୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ । ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧ ସକାରାତ୍ମକ ରହିବ । ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ । ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମିଥୁନ

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ ।  ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । | ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ବାଦ-ବିବାଦରେ ଫସନ୍ତୁ ନାହିଁ । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ । ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

କର୍କଟ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ । ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ । ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ । ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

ସିଂହ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ , କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ସ୍ଵାସ୍ଥ୍ୟ ପଛରେ ଧନର ଖର୍ଚ୍ଚ ମଧ୍ୟ ହୋଇପାରେ । ଆଜି ଖାଇବା ପିଇବା ଘରେ ହିଁ କରନ୍ତୁ ତେବେ ଭଲ ହେବ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ.ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ । କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ । ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ । ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ ।

ତୁଳା

ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଏପ୍ରକାର ଭ୍ରମଣ ଫଳପ୍ରଦ ଏବଂ ଉପଭୋଗ କରିବେ । ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ । ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିର ଦିନ ଆନନ୍ଦ ପୂର୍ବକ ସମାପ୍ତ ହେବ । କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ମଧ୍ୟ ହୋଇପାରେ । ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ, ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ବିଛା

ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ । ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ । ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ । ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ଧନୁ

ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ |  ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆଜିର ଦିନ ଭାଗ୍ୟ ବୃଦ୍ଧି ହେବାର ଦିନ ଅଟେ । ବିଦେଶ କିମ୍ବା ଦୂର ଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ । ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ । ଶାରୀରିକ ରୂପରେ ମଧ୍ୟ ଆଜି ସୁସ୍ଥ ରହିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ମକର

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ମାନସିକ ରୂପରେ ଦ୍ଵିଧା ଅନୁଭବ ହେବାରୁ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହୋଇପାରେ । ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ନ ରଖିବାରେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି, ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

କୁମ୍ଭ

ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ । ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି , ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ । ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି । ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ, ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

ମୀନ

ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ । | ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଆଜିର ଦିନ ଆନନ୍ଦର ଦିନ ଅଟେ । ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ । ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ । ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ । ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ । ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।