ଆଜିର ରାଶିଫଳ, ୨୮ ଡିସେମ୍ବର ୨୦୧୯, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ଶନିବାର ୨୮ ଡିସେମ୍ବର ଦିନ ଆପଣଙ୍କ କେମିତି ରହିବ ? ରାଶିଫଳ ଆମର ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ବହୁତ ସୂଚନା ହାସଲ କରାଯାଇ ପାରିବ । ଗ୍ରହ ର ଗୋଚର ଓ ନକ୍ଷତ୍ର ର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ ହୋଇଥାଏ । ଗ୍ରହମାନଙ୍କର ଗତି ସବୁବେଳ ବଦଳି ଥାଏ । ସେଥିପାଇଁ ଆମର ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇ ନ ଥାଏ । ଆଜିର ଦିନ ଆପଣଙ୍କର ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ତାହା ଆଜି ଆମେ ଆପଣଙ୍କୁ କହିବୁ ।

୧-ମେଷ

ଆଜିର ଦିନ ଅନୁକୂଳ ରହିବ । ଧନ ଲାଭ ହେବ । ପ୍ରିୟ ସମାଚାର ମିଳିବ । ଶିକ୍ଷାରେ ବୁଦ୍ଧି ହେବ । ଅଫିସରେ କାମର ପ୍ରେସର ରହିବ । ଆପଣଙ୍କ ନିଜର ନୂତନ ଯୋଜନାରେ ଗୁରୁଜନ ଓ ଭାଇମାନଙ୍କର ସହଯୋଗ ନିଅନ୍ତୁ । ସେଥିପାଇଁ ସଫଳତା ଅବଶ୍ୟ ମିଳିବ ।

୨-ବୃଷ

ଆଜି ଚାକିରିରେ ପ୍ରମୋଶନ ଓ କାରୋବାରରେ ଧନ ଲାଭର ଯୋଗ ଅଛି । ଜୀବନସାଥିର ସମସ୍ତ ଇଚ୍ଛା ପୂରଣ କରନ୍ତୁ । ତେବେ ସମ୍ପର୍କରେ ନୂତନ ମୋଢ ଆସିବ । ପାର୍ଟି ଓ ପିକନିକର ଆନନ୍ଦ ମିଳିବ । ରଚନାତ୍ମକ କାର୍ଯ୍ୟରେ ପୂର୍ଣ ସଫଳତା ମିଳିବ ।

୩-ମିଥୁନ

ଆଜି ଆପଣଙ୍କ ନିକଟରେ ଆସୁଥିବା ଅବସର ଗୁଡିକର ଲାଭ ଉଠାଇବେ । ଆପଣ ନିଜର କାମ ନିଜେ କରନ୍ତୁ । ଆଜି ଆପଣ ଚିନ୍ତାକୁ ନିଜ ଠାରୁ ଦୂରରେ ରଖନ୍ତୁ । ନଚେତ ଆପଣ କିଛି ଭୁଲ କରି ଦେବେ । ଧର୍ମ କର୍ମରେ ଆସ୍ଥା ବଢିବ ।

୪-କର୍କଟ

ଆପଣ ନିଜର କ୍ରୋଧ ଓ ଈର୍ଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଶରୀର ରୁ ଥକାନ ଓ ଅଳସୁଆ ଅନୁଭବ ହେବ । ସନ୍ତାନ ବିଷୟରେ ଚିନ୍ତା ରହିବ । ପୁରୁଣା କରଜ ସୁଝିବାରେ ସଫଳ ରହିବେ । ଆପଣଙ୍କର ସ୍ଵଭାବରେ ଆଜି ପରିବର୍ତ୍ତନ ଦେଖାଯିବ ।

୫-ସିଂହ

ଆଜିର ଦିନରେ ଆପଣ ବହୁତ ସୁରକ୍ଷିତ ଅନୁଭବ କରିବେ । ସନ୍ତାନଙ୍କର ଚିନ୍ତା ଦୂର ହେବ । ଅଟକିଥିବା କାମ ହୋଇଯିବ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ ହେବ । କାହା ସହିତ ଆଖି ଚାରି ହେବାର ସମ୍ଭାବନା ଅଛି ।

୬-କନ୍ୟା

ଆଜି ଚିନ୍ତା କରିଥିବା ସମୟ ପୂର୍ବରୁ ସମସ୍ତ କାମ ପୁରା ହୋଇଯିବ । ବିଜନେସ, ପ୍ରେମ ଓ ପରିବାର ବିଷୟରେ ଆପଣଙ୍କୁ କିଛି କଥା ଜଣା ପଡିବ । ଯାହା ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ରହିବ । ପରିବାରରେ କୌଣସି ପିଲାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇପାରେ ।

୭-ତୁଳା

ଆଜି ଆପଣଙ୍କର ସ୍ୱାସ୍ଥ୍ୟ ପୁରାପୁରୀ ଭଲ ରହିବ । ସମ୍ପତି ସହ ଜଡିତ ମାମଲାରେ ଲାଭବାନ ରହିବେ । କୌଣସି ବି କାର୍ଯ୍ୟକୁ ସଫଳ କରିବାକୁ ଚାହୁଁଛନ୍ତି ଯଦି ନିଜ ଭାଇଙ୍କର ସାହାର୍ଯ୍ୟ ନିଅନ୍ତୁ । ଏହି ସମୟରେ ଆପଣ ରୋମାନ୍ସର ଆନନ୍ଦ ନେବେ ।

୮-ବିଚ୍ଛା

ଆଜି ଆପଣଙ୍କୁ ପଦ ପ୍ରତିଷ୍ଠାର ଲାଭ ମିଳିବ । ରାଜ୍ୟରୁ ସମ୍ମାନ ପ୍ରାପ୍ତି ହେବ । ଯେଉଁ ଲୋକମାନଙ୍କ ସହିତ ଆପଣଙ୍କର ସାକ୍ଷାତ କେବେ କେବେ ହୋଇଥାଏ, ତାଙ୍କ ସହିତ କଥାବାର୍ତ୍ତା ଓ ସୁସମ୍ପର୍କ କରିବାରେ ଆଜି ଭଲ ଦିନ ଅଟେ ।

୯-ଧନୁ

ଆଜି ଆପଣ ସମସ୍ତ ପ୍ରୟାସରେ ସଫଳ ରହିବେ । ଆପଣଙ୍କୁ ମାନ – ସମ୍ମାନ ମିଳିବ । କାମ କାର୍ଯ୍ୟ, ବ୍ୟବହାର ସମସ୍ତ ଜିନିଷରେ ବିଶ୍ଵାସ ରଖନ୍ତୁ । ପୁରୁଣା ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହିତ କଥାବାର୍ତ୍ତା ହୋଇପାରେ । ଆପଣଙ୍କର ଯାତ୍ରା ସଫଳ ରହିବ । ସ୍ଵାମୀ – ସ୍ତ୍ରୀଙ୍କର ସମ୍ବନ୍ଧରେ ମଧୁରତା ଆସିବ ।

୧୦-ମକର

ଆଜି ଆପଣଙ୍କର ଦିନ ଶୁଭ ଫଳଦାୟୀ ରହିବ । ଆଜି ପରିବାରରେ ମଙ୍ଗଳକାରୀ ବାତାବରଣ ରହିବ । ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଠାରୁ ଉପହାର ମିଳିବା ଦ୍ଵାରା ଆପଣ ଆନନ୍ଦିତ ହେବେ । ବ୍ୟାପାରୀମାନଙ୍କୁ ବିଦେଶ ଯାତ୍ରା ଓ ବ୍ୟାପାରରେ ଲାଭ ହେବ ।

୧୧-କୁମ୍ଭ

ଆଜି ଆପଣ ନିଜ ଜୀବନରେ ଧର୍ମର ମହତ୍ଵକୁ ଜାଣି ପାରିବେ । ଏହି ରାସ୍ତାରେ ଚାଲିବା ଦ୍ଵାରା ଆପଣଙ୍କୁ ଖୁସି ଓ ଶାନ୍ତି ମିଳିବ । ଏହିଭଳି ବ୍ୟକ୍ତିକୁ ବାଛନ୍ତୁ ଯିଏ ସଠିକ ଅର୍ଥରେ ଆପଣଙ୍କର ଇଜ୍ଜତ କରିବ ଓ ଆସନ୍ତା ସମୟରେ ବହୁତ ସୁଖ ଦେଉଥିବ ।

୧୨-ମୀନ

ଆଜି ଆପଣଙ୍କର ନୂଆ ମିତ୍ର ହେବେ ଓ ଏମିତିରେ ଲୋକମାନଙ୍କ ଠାରୁ ସମ୍ପର୍କ ହେବ ଯାହାକି ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ । ଘର ଶୁଭ ସମଚାର ପ୍ରାପ୍ତ ହୋଇପାରେ । ସନ୍ତାନ ଲାଭ ହେବ । ଆକସ୍ମିକ ଧନଲାଭ ବି ହେବ ।