ଆଜିର ରାଶିଫଳ, ୧୫ ଜାନୁୟାରୀ ୨୦୨୦, ବୁଧବାର, ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ଏହି ୬ଟି ରାଶିର ଚମକିବ ଭାଗ୍ୟ

ଆଜି ବୁଧବାର ୧୫ଜାନୁୟାରୀ ୨୦୨୦ ଦିନ ଆପଣଙ୍କ ପାଇଁ କେମିତି ରହିବ । କହିବାକୁ ଗଲେ ରାଶିଫଳ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଦ୍ଵାରା ଆପଣ କୌଣସି ବି ବ୍ୟକ୍ତିର କିମ୍ବା ନିଜର ଭବିଷ୍ୟ ଜାଣି ପାରିବେ । ଗ୍ରହ ଗୁଡିକର ଗତି ଉପରେ ହିଁ ରାଶିଫଳ ନିର୍ମାଣ କରାଯାଇଥାଏ । ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ଓ କଣ ସବୁ ପରିବର୍ତ୍ତନ ଆସିବ ସେହି ସମସ୍ତ ପ୍ରଶ୍ନର ଉତ୍ତର ଆମର ଏହି ରାଶିଫଳକୁ ପଢି ଜାଣନ୍ତୁ ।

୧ – ମେଷ

ଆଜି ଗୋଟିଏ ହିଁ ଦିଗରେ କରାଯାଇଥିବା ପରିଶ୍ରମ ଦ୍ଵାରା ଆପଣଙ୍କୁ ଭଲ ପରିଣାମ ମିଳିପାରିବ । ବହୁତ ସମୟ ହେବ ଚାଲୁଥିବା ସମସ୍ୟାର ଆଜି ଅନ୍ତ ହୋଇ ଯିବ । କୌଣସି ସମ୍ପର୍କୀୟ ଅଚାନକ କୌଣସି ଶୁଭ ସନ୍ଦେଶ ଦେଇ ପାରନ୍ତି । ଯାହା ଦ୍ଵାରା ପୁରା ପରିବାରରେ ଖୁସିର ଲହରୀ ଖେଳିଯିବ । କିନ୍ତୁ କାହା ସହିତ ବି ଜଲ୍ଦି ବନ୍ଧୁତା କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କୁ ପରେ ଅସୁବିଧା ହୋଇପାରେ ।

୨ – ବୃଷ

ଆଜି ଆପଣ ମାନସିକ ରୂପରେ ଅଧିକ ଚିନ୍ତିତ ରହିବେ । ପରିଶ୍ରମ ତୁଳନାରେ କମ ଫଳ ମିଳିବ । ସନ୍ତାନଙ୍କ ବିଷୟରେ ଆଜି ଅଧିକ ଚିନ୍ତା କରିବେ । ଆଜି ଆପଣଙ୍କୁ କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ । ଶାରୀରିରେ ଚୁସ୍ତୀ – ଫୁର୍ତୀ ରହିବ । ବର୍ତ୍ତମାନ ଚାଲୁଥିବା କାମରେ ଲାଭ ନିଶ୍ଚିତ ମିଳିବ । ଲୁଚି ଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା କହି ପାରନ୍ତି । ଆଜି ଆପଣଙ୍କର ମାତା ପିତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିପାରେ ।

୩ – ମିଥୁନ

ଆଜି ଆର୍ଥିକ ମାମଲାରେ କିଛି ନୂଆ କାମ କରନ୍ତୁ ନାହିଁ । ଶତ୍ରୁ ପକ୍ଷ ଭାରି ରହିବ । ଚାକିରି ଓ ବ୍ୟବସାୟରେ ସହଯୋଗ ଦ୍ଵାରା ସଫଳତା ପ୍ରାପ୍ତ କରିବେ । ମନକୁ ଶାନ୍ତ ତଥା ପ୍ରସନ୍ନ ରଖନ୍ତୁ । ଖାଦ୍ୟ ଓ ପିଇବା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ବହୁତ ଜରୁରୀ ଅଟେ । ମନରେ ବିଚାର ଗୁଡିକର ପ୍ରଧାନତା ରହିବ । ସବୁ ବି ଯାତ୍ରା ସୁଖମୟ ରହିବ ।

୪ – କର୍କଟ

ଆଜି ଆପଣ କ୍ରୟ କରିବା ସମ୍ବନ୍ଧିତ କୌଣସି ଅଫର କିମ୍ବା ଲଟେରୀ କ୍ରୟ କରି ପାରନ୍ତି । ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବ । ନିଜ କାମ ଉପରେ ଫୋକସ କରନ୍ତୁ । ଲୋକମାନଙ୍କୁ ଦେଇଥିବା ପୁରୁଣା କରଜ ଆଜି ମିଳିଯିବ । ପୁରୁଣା ସମ୍ପର୍କୀୟ ଲୋକମାନଙ୍କ ସହିତ ସାକ୍ଷାତ ହୋଇପାରେ । ଯାହା ଆପଣଙ୍କର ସମ୍ପର୍କକୁ ଆହୁରି ବି ମଜବୁତ କରିବ । ଆଜି ଆପଣଙ୍କ ଚାକିରିରେ ଆପଣଙ୍କର ସ୍ଥାନାନ୍ତରିତ ହୋଇପାରେ ।

୫ – ସିଂହ

ଆଜି ଆପଣଙ୍କୁ ଟଙ୍କା ନିବେଶ କରିବାର ସଠିକ ଯୋଜନା ମିଳିପାରେ । ଚାକିରି କରୁଥିବା ଲୋକମାନଙ୍କର ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ହୋଇପାରେ । ପାରିବାରିକ ଜୀବନ ସୁଖମୟ ରହିବ । ଇଚ୍ଛା ନ ଥିବା ସତ୍ବେ ବି ଅତିରିକ୍ତ କୌଣସି ଦାୟିତ୍ଵ ମିଳିପାରେ । ମିତ୍ରମାନଙ୍କ ସହ ବି ମତଭେଦ ହୋଇପାରେ । କେଉଁ ସ୍ଥାନରୁ ଅଚାନକ ଟଙ୍କା ଆସିପାରେ । ଯାହା ଦ୍ଵାରା ଆପଣଙ୍କ ସମସ୍ତ କରଜ ସୁଝିଯିବ । ଏହା ଦ୍ଵାରା ମାନସିକ ଶାନ୍ତି ମିଳିବ ।

୬ – କନ୍ୟା

ଆଜି ଯୋଜନା ବଦ୍ଧ ହୋଇ କାର୍ଯ୍ୟ କରନ୍ତୁ । ତେବେ ଯାଇ କାମରେ ସଫଳତା ମିଳିବ । ଯାତ୍ରା ଓ ଭ୍ରମଣ ଆନନ୍ଦମୟ ପ୍ରମାଣିତ ହେବ । ସହକର୍ମୀମାନଙ୍କ ସହଯୋଗ ମିଳିବା ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଯିବ । ନକାରାତ୍ମକ ବିଚାର ମନରେ ଘର କରିପାରେ । କଥାବାର୍ତ୍ତା ଉପରେ ସଂଯମତା ରଖିବା ଦ୍ଵାରା ପରିବାର ଲୋକମାନଙ୍କ ସହିତ ବାଦ – ବିବାଦ ହେବ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ଆଜି ସାଧାରଣ ରହିବ ।

୭ – ତୁଳା

ଆଜି ଆପଣ କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି । ଯେଉଁଥିରେ ନିଶ୍ଚିତ ରୂପରେ ସଫଳତା ପ୍ରାପ୍ତ ହେବ । ଆଜି ଆପଣଙ୍କୁ ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି । ମୁଖ୍ୟ ରୂପରେ ଆଜି ଆପଣଙ୍କୁ ସମ୍ଭାଳି ରହିବାକୁ ପଡିବ । ଆପଣଙ୍କୁ ଆଜି କୌଣସି ଅନ୍ୟ ସହରକୁ ଯିବାର ଚାନ୍ସ ମିଳିପାରେ । କିଛି ଲୋକମାନେ ନିଜ ଘରକୁ ନବୀକରଣ କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କ କୌଣସି ମହତ୍ଵପୂର୍ଣ ବିଚାର କିମ୍ବା ଯୋଜନାକୁ ମାନ୍ୟତା ମିଳିବ ।

୮ – ବିଚ୍ଛା

ଆଜି ସମସ୍ତ ପଦକ୍ଷେପ ଭାବିଚିନ୍ତି ରଖିବା ବହୁତ ଆବଶ୍ୟକ ଅଟେ । ପରିବାରର ସମସ୍ତ କଥା କାହା ସହିତ ଶେୟାର କରନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ । ଟଙ୍କା ନିବେଶ ଦ୍ଵାରା ଆପଣ ଲାଭବାନ ହେବେ । କିଛି ଲୋକମାନଙ୍କ ଜୀବନରେ ନୂତନ ଅବସର ଆସିବ । ଚାକିରି କରୁଥିବା ଲୋକମାନଙ୍କ ପଦୋନ୍ନତିର ସମ୍ଭାବନା ଅଛି ।

୯ – ଧନୁ

ଆଜି ଅଧିକାରୀ ବର୍ଗ ଆପଣଙ୍କ କାମ ଉପରେ ପ୍ରସନ୍ନ ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢିପାରେ । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସାନିଧ୍ୟ ପ୍ରାପ୍ତ ହୋଇପାରେ । ଶସ୍ୟ ବ୍ୟବସାୟରେ ଲାଭ ବୁଦ୍ଧି ହେବାର ସଂକେତ ଦେଉଛି । କାର୍ଯ୍ୟ କ୍ଷେତ୍ରରେ ଅଧିକ ସମୟ ଦିଅନ୍ତୁ । ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ଖୁସି ଅନୁଭବ କରିବେ ।

୧୦ – ମକର

ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକାରୀମାନଙ୍କ ପୁରା ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ଆଜି ହୋଇଯିବ । ଆଜି ଆପଣ ଅଳ୍ପ ଗମ୍ଭୀର ମାନସିକ ସ୍ଥିତିରେ ରହିବେ । ଆର୍ଥିକ ମାମଲାରେ ଜୋଖିମ ନିଅନ୍ତୁ ନାହିଁ । କୌଣସି ବ୍ୟକ୍ତି ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଜୀବନ ସାଥିର ପୁର ସହଯୋଗ ମିଳିବ । କୌଣସି କାର୍ଯ୍ୟରେ ଧନର ବ୍ୟୟ ହୋଇପାରେ । କାର୍ଯ୍ୟ ଦ୍ଵାରା ସମ୍ଭାଳି ଆଗକୁ ବଢିବାକୁ ହେବ ।

୧୧ – କୁମ୍ଭ

ଆଜି ଆପଣଙ୍କୁ କୌଣସି ମିତ୍ର କିମ୍ବା ସମ୍ପର୍କୀୟ ସାହାର୍ଯ୍ୟ କରି ପାରନ୍ତି । କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ଅଛି । ବ୍ୟକ୍ତିଗତ କାର୍ଯ୍ୟରେ ବାନ୍ଧି ହୋଇ ରହିବେ । ନିଜର ନିରନ୍ତର ପରିଶ୍ରମ ଓ ପ୍ରୟାସ ଦ୍ଵାରା ଆପଣ ଆଗକୁ ବଢି ପାରନ୍ତି । ନୂଆ ଲୋକମାନଙ୍କ ସମ୍ପର୍କ ଦ୍ଵାରା ଲାଭ ପ୍ରାପ୍ତ ହୋଇପାରେ । ଆପଣଙ୍କ ଆତ୍ମବିଶ୍ଵାସ ବି ବଢିଯିବ ।

୧୧ – ମୀନ

ଆଜି ଆପଣଙ୍କୁ ପାରିବାରିକ ଜୀବନରେ ସୁଖମୟ ରହିବ । ଛୋଟ – ମୋଟ ଝଗଡା ହୋଇପାରେ । ଆପଣଙ୍କ ପ୍ରତିଷ୍ଠା ବୁଦ୍ଧି ହେବ ଓ କାର୍ଯ୍ୟକ୍ଷେ ତ୍ରରେ ଆପଣଙ୍କ ସମ୍ମାନ ବଢିବ । ଆଜିର ଦିନ ନୂତନ ଯୋଜନା ଉପରେ କାମ କରିବା ପାଇଁ ଶୁଭ ସମୟ ଅଟେ । ନିଜ ଲକ୍ଷ ଉପରେ ଯଦି ଆପଣ କାମ କରୁଛନ୍ତି ତେବେ ସଫଳତା ନିଶ୍ଚିତ ମିଳିବ । କୌଣସି ଧାର୍ମିକ ସ୍ଥାଲକୁ ଯାଇ ପାରନ୍ତି ।